ମେଧାବୃତ୍ତି ପାଇଲେ କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଗାୟତ୍ରୀ

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଂଚମ ଶ୍ରେଣୀରେ ଅଧ୍ୟୟନରତ ଗାୟତ୍ରୀ ବେହେରା ମେଧାବୃତତ୍ତି ପାଇ ବିଦ୍ୟାଳୟ ଏବଂ ଅଂଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଏଥି ଲାଗି ସୋମବାର ଗାୟତ୍ରୀଙ୍କୁ ସ୍କୁଲ ପରିସରରେ ପ୍ରଧାନ ଶିକ୍ଷକ ଅଜିତ୍ କୁମାର ସେଠୀ ଏବଂ ସ୍କୁଲ ପରିଚାଳନା କମିଟି ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।

ଶିକ୍ଷାର୍ଥୀଙ୍କ ଶାରିରୀକ, ମାନସିକ, ବୌଦ୍ଧିକ ବିକାଶ ସହିତ ଶିକ୍ଷା କ୍ଷେତ୍ରରେ ବେଶ୍ ନାଁ କରିଥିବା କଣମଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଉ ଏକ ସଫଳତା ଦେଖିବାକୁ ମିଳିଛି । ବିଦ୍ୟାଳୟର ପଂଚମ ଶ୍ରେଣୀର ଛାତ୍ରୀ ଗାୟତ୍ରୀ ପୁଣି ଥରେ ମେଧାବୃତ୍ତି ପାଇବା ପରେ ତାଙ୍କ ସଫଳତାରେ ବିଦ୍ୟାଳୟର ପରିଚାଳନା କମିଟି, ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

ଗତ ୨୦୧୭ ମସିହାରୁ ଏହି ସ୍କୁଲକୁ ଲଗାତାର ମେଧାବୃତ୍ତି ମିଳୁଥିବାରୁ ସ୍କୁଲ ପରିଚାଳନା କମିଟି ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବେଶ୍ ଖୁସି ଜାହିର କରିଛନ୍ତି ।

nis-ad
Leave A Reply

Your email address will not be published.