ସଂସଦରେ ବର୍ଷିଲେ ମୋଦି: କହିଲେ ସଂକ୍ରମଣ ବ୍ୟାପିବା ପଛରେ କଂଗ୍ରେସ ଦାୟୀ

ନୂଆଦିଲ୍ଲୀ: କୋଭିଡ୍‌ ମହାମାରୀ ପରେ ଆମେ ଏକ ନୂଆ ବିଶ୍ୱକୁ ପ୍ରବେଶ କରୁଛେ। ଲୋକସଭାରେ ଆଜି ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ଏବେ ୭୫ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱ ଯେଉଁ ବିରାଟ ପରିବର୍ତ୍ତନକୁ ଦେଖିଛି ସେଥିରେ ଇତିହାସ ସାକ୍ଷୀ ଅଛି। ଏବେ ଆମେ ଏକ ନୂଆ ବିଶ୍ୱରେ ବଞ୍ଚୁଛୁ। କୋଭିଡ-୧୯ ମହାମାରୀ ପରେ ବିଶ୍ୱ ଏକ ଦ୍ରୁତ ପରିବର୍ତ୍ତନ ଅଭିମୁଖେ ଅଗ୍ରସର ହୋଇଥିବା ମୁଁ ଦେଖିପାରୁଛି।
ଏହା ଆମ ପାଇଁ ଏକ ଟର୍ଣ୍ଣି ପଏଣ୍ଟ। ଆଉ ଏହି ସୁଯୋଗକୁ ଆମେ ହାତ ଛଡ଼ା କରିବା ଉଚିତ ନୁହଁ। ‘ଆଜାଦିର ଅମୃତ ମହୋତ୍ସବ’ ଏକ ସୁଯୋଗ ଭାବେ ଉପସ୍ଥତି ହେଇ ଦେଶ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି । ଅନ୍ତର୍ଜାତୀୟ ସ୍ତରର ଭାରତର ସ୍ୱର ଆହୁରି ଦୃଢ଼ ହେବା ଉଚିତ ବୋଲି ମୋଦି କହିଛନ୍ତି। ଏଥିଲାଗି ଭାରତ ନିଜକୁ ନେତୃତ୍ୱର ନାୟକ ଭାବେ ପ୍ରତିଷ୍ଟିତ କରିପାରିଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ବିରୋଧୀଙ୍କୁ କଡ଼ା ସମାଳୋଚନା କରିଛନ୍ତି।
ସମଗ୍ର ଦେଶରେ କୋଭିଡ୍‌ ସଂକ୍ରମଣ ବ୍ୟାପିବା ପଛରେ କଂଗ୍ରେସକୁ ଦାୟୀ କରିଥିଲେ ମୋଦି। ସେହିପରି କରୋନା କାଳରେ ପ୍ରବାସୀ ସଙ୍କଟ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ ମୋଦି । ମୋଦି କହିଥିଲେ ଯେ, କୋଭିଡ୍ କାଳରେ କଂଗ୍ରେସ ସବୁସୀମା ଡେଇଁ ସାରିଛି। କରୋନାର ପ୍ରଥମ ଲହରରେ ଆମେ ଲକଡାଉନ୍‌ କରିଥିଲେ । ଯେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) କହିଥିଲା କି ଯିଏ ଯେଉଁଠି ଅଛ ସେଇଠି ରୁହ। ଠିକ୍ ଏହି ସମୟରେ ମୁମ୍ବାଇ ରେଲୱେ ଷ୍ଟେସନରେ କଂଗ୍ରେସ ହିଁ ପ୍ରବାସୀ ଶ୍ରମିକମାନଙ୍କୁ ଟିକେଟ ଦେଇ ଭାଇରସ ବିସ୍ତାର କରିବା ପାଇଁ କାମ କରିଥିଲା।
ଏହା ବହୁତ ବଡ଼ ପାପ ବୋଲି ମୋଦି କହିଥିଲେ। ଆପଣମାନେ ଶ୍ରମିକ ମାନଙ୍କୁ ବିପଦକୁ ଠେଲି ଦେଇଥିଲେ। ଦିଲ୍ଲୀ ସରକାରଙ୍କ ସହ ବିରୋଧୀ ଶାସିତ ରାଜ୍ୟକୁ ଟାର୍ଗେଟ କରି ଏମିତି ବର୍ଷି ଥିଲେ ମୋଦି । ଦିଲ୍ଲୀ ସରକାର ବସ୍‌ ବ୍ୟବସ୍ଥା କରି ସଂକ୍ରମଣକୁ ଆହୁରି ବିସ୍ତାର କରିବାରେ ଇନ୍ଧନ ଯୋଗାଇଲା। ମୋଦି କହିଥିଲେ ଯେ, ପଡ଼ୋଶୀ ଉତ୍ତରପ୍ରଦେଶରେ କରୋନା ପ୍ରଭାବ ନଥିଲା ହେଲେ ବସ୍‌ ବ୍ୟବସ୍ଥା ଯୋଗୁ ସେଠାରେ ଭାଇରସ ବ୍ୟାପିଲା।

nis-ad
Leave A Reply

Your email address will not be published.