ଓୱେସୀଙ୍କୁ ଜେଡ୍‌ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ହାଇଦ୍ରାବାଦ ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଆଜି ସଂସଦରେ ଅନୁରୋଧ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରାଜ୍ୟସଭାରେ ବିବୃତ୍ତି ରଖି ଗୃହମନ୍ତ୍ରୀ କହିଥିଲେ, ମୁଁ ସାଂସଦ ଅସାଦୁଦ୍ଦିନ ଓୱେସୀଙ୍କୁ ଜେଡ୍ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିବେଦନ କରୁଛି। ଦୁଇ ଜଣ ଦୁର୍ବୃତ୍ତ ତାଙ୍କ କାର ଉପରକୁ ଗୁଳିମାଡ଼ କରିଥିଲେ। ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ ଏବଂ ଗୋଟିଏ ଅଲଟୋ ମାରୁତି କାର ଜବତ କରାଯାଇଛି। ଅଭିଯୁକ୍ତଙ୍କୁ ପଚରାଉଚରା କରାଯାଇଛି। ପୁଲିସ ଘଟଣାସ୍ତଳରେ ପହଞ୍ଚି ଯାଞ୍ଚ ମଧ୍ୟ କରିଛି। ସେ ଆହୁରି କହିଥିଲେ ଯେ ଓୱେସୀଙ୍କ ଯାତ୍ରା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇ ନଥିଲା। ସେହିପରି ଓୱେସୀଙ୍କ ନିର୍ବାଚନ କାର୍ଯ୍ୟକ୍ରମ ପୂର୍ବ ନିର୍ଦ୍ଧାରିତ ନଥିଲା। ତେଣୁ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ ବି କୌଣସି ଖବର ନଥିଲା।
ଗତ ୩ ତାରିଖରେ ଓୱେସୀ ମୀରଟର କିଥାଉରରେ ପ୍ରଚାର କରିବାକୁ ଯାଇଥିଲେ। ସେଠାରୁ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରକୁ ଚାଜାରସି ଟୋଲ ପ୍ଲାଜା ନିକଟରେ ଗୁଳିମାଡ଼ ହୋଇ ଥିଲା।
ଏହି ଘଟଣା ପରେ ଓୱେସୀଙ୍କ ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି କେନ୍ଦ୍ର ସରକାର ତାଙ୍କୁ ଜେଡ୍‌ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ ତାଙ୍କୁ ଏକ ବୁଲେଟ୍‌ ପ୍ରୁଫ୍‌ କାର ମଧ୍ୟ ଯୋଗାଇ ଦିଆଯିବାକୁ କୁହାଯାଇଥିଲା। କିନ୍ତୁ ସରକାରଙ୍କ ଏହି ପ୍ରସ୍ତାବକୁ ଓୱେସୀ ପ୍ରତ୍ୟାଖ୍ୟାନ କରିଥିଲେ।
ତେବେ ଆଗକୁ ନିର୍ବାଚନ ଥିଲେ ମଧ୍ୟ ୟୁପିରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଥିବା ଅମିତ ଶାହ କହିଛନ୍ତି । ଶାହ କହିଛନ୍ତି ଯେ, ଓୱେସୀଙ୍କ ଯାତ୍ରା ସମ୍ପର୍କରେ ପୁଲିସକୁ ଅବଗତ କରାଯାଇ ନାହିଁ। ସେହିପରି ଓୱେସୀଙ୍କ ନିର୍ବାଚନ କାର୍ଯ୍ୟକ୍ରମ ନେଇ କୌଣସି ପୂର୍ବ ନିର୍ଦ୍ଧାରଣ ନଥିଲା। ତେଣୁ ତାଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନଥିଲା ବୋଲି ଅମିତ ଶାହ କହିଛନ୍ତି । ତଥାପି ଜେଡ ସିକ୍ୟୁରିଟି ପ୍ରସ୍ତାବକୁ ଗ୍ରହଣ କରିବକୁ ଅମିତ ଶାହ ନିବେଦନ କରିଛନ୍ତି । ଜେଡ ସିକ୍ୟୁରିଟି ହେଉଛି ଦେଶର ଦ୍ୱିତୀୟ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା।
ସୂଚନା ଅନୁଯାୟୀ, ଗତ ଫେବୃଆରୀ ୩ରେ ଓୱେସୀ ମୀରଟର କିଥାଉରରେ ପ୍ରଚାର କରିବାକୁ ଯାଇଥିଲେ। ସେଠାରୁ ଦିଲ୍ଲୀ ଫେରୁଥିଲେ। ତେବେ ତାଙ୍କ ଗାଡ଼ି ଉପରକୁ ଚାଜାରସି ଟୋଲ ପ୍ଲାଜା ନିକଟରେ ଗୁଳିମାଡ଼ ହୋଇ ଥିଲା । ଘଟଣା ସମ୍ପର୍କରେ ଓୱେସୀ କହିଥିଲେ, “ମୀରଟ କାର୍ଯ୍ୟକ୍ରମ ପରେ ମୁଁ ଦିଲ୍ଲୀ ବାହାରିଥିଲି। ତେବେ ୨ ଜଣ ବ୍ୟକ୍ତି ଚାଜାରସି ଟୋଲ ପ୍ଲାଜା ନିକଟରେ ମୋ ଗାଡ଼ି ଉପରକୁ ୩ରୁ ୪ ରାଉଣ୍ଡ ଗୁଳି ମାଡ଼ କରିଥିଲେ। ସେମାନେ ମୋଟ ୩ରୁ ୪ ଜଣ ଥିଲେ। ଗୁଳି ମାଡ଼ରେ ତାଙ୍କ ଗାଡ଼ିର ଚକା ପମ୍ପଚର ହୋଇଯାଇଛି।
ସେ ସେଠାରୁ ଆଉ ଗୋଟିଏ ଗାଡ଼ିରେ ଦିଲ୍ଲୀ ଆସିଥିଲେ। ଗୁଳି ମାଡ଼ରେ ତାଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ କିନ୍ତୁ ସୁରକ୍ଷିତ ଦିଲ୍ଲୀ ଫେରି ପାରିଥିଲେ।

nis-ad
Leave A Reply

Your email address will not be published.