ଛତ୍ରପୁର ବ୍ଲକରେ ୨୮୨ଟି ବୁଥ୍ ମଧ୍ୟରୁ ୯ ଟି ସମ୍ବେଦନଶୀଳ ବୁଥ୍…!

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଚଳିତ ମାସ ୧୬ ରୁ ୨୪ ଯାଏଁ ୫ ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ଏଥି ପାଇଁ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ଓ ନିର୍ଭୀକ ମତଦାନ ଚ୍ୟାଲେଞ୍ଜ ସୃଷ୍ଠି କରିଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ସଦର ମହକୁମା ଛତ୍ରପୁର ବ୍ଲକରେ ମଧ୍ୟ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତ ମାସ ୨୦ ତାରିଖ ଦିନ ଏଠାରେ ନିର୍ବାଚନ ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଛି । ବ୍ଲକ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ବୁଥ୍ ଗୁଡିକ ଚିହ୍ନଟ ହୋଇଛି । ଛତ୍ରପୁର ବ୍ଲକରେ ମୋଟ ୨୮୨ ଟି ବୁଥ୍ ମଧ୍ୟରୁ ୯ ଟି ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ବ୍ଲକର ୧୮ ଟି ପଂଚାୟତର ସରପଂଚ ସମିତି ଓ ୱାର୍ଡସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ପ୍ରାର୍ଥ ମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ସେମାନଙ୍କ ମଧ୍ୟରୁ ୧୬ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ୫୭ ଜଣ ସରପଂଚ, ୪୭ ଜଣ ସମିତିସଭ୍ୟ ଓ ୨୪୭ ଜଣ ୱାର୍ଡସଭ୍ୟ ପ୍ରାର୍ଥୀ ରହିଛନ୍ତି । ମୋଟ ୧ ଲକ୍ଷ ୧୩ ହଜାର ୪୫୬ ଜଣ ଭୋଟର ପ୍ରାର୍ଥୀ ମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ସେଥି ମଧ୍ୟରୁ ପୁରୁଷ ଭୋଟର ୫୭୭୩୨, ମହିଳା ଭୋଟର ୫୫୭୨୦ ଓ ତୃତୀୟ ଲିଙ୍ଗୀ ଭୋଟର ୪ ଜଣ ରହିଛନ୍ତି ।

nis-ad
Leave A Reply

Your email address will not be published.