ନିର୍ବାଚନୀ ହିଂସା ଏଡ଼ାଇବା ପାଇଁ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ

ଛତ୍ରପୁର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ଓ ଭିକାରିପଲୀ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ଛତ୍ରପୁର ଥାନା ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଛି । ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯିବା ସହ ଲୋକଙ୍କୁ ନିର୍ବାଚନ କମିଶନଙ୍କ ଗାଇଡଲାଇନ୍‌ ସମ୍ପର୍କରେ ସଚେତନ କରାଯାଇଥିଲା । ଏଥିସହ ଗାଁରେ ଅଧିକ ଗହଳି ନ କରିବା, କୋଭିଡ ନିୟମ ପାଳନ କରିବା, ମାସ୍କ ପରିଧାନ କରିବାକୁ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ର ସହାୟତାରେ ଅବଗତ କରାଯିବା ସହ ଏଥିରେ ସହଯୋଗ କରିବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଥିଲା ।

nis-ad
Leave A Reply

Your email address will not be published.