ରାୟଗଡ଼ା : ଏନ୍ ସି ସି ର “ବି” ସାର୍ଟିଫିକେଟ ପରୀକ୍ଷା ଦେଲେ ୭ଟି କଲେଜର ୧୨୫ଜଣ ଏନସିସି କ୍ୟାଡେଟ୍…

ରାୟଗଡ଼ା : ରାୟଗଡ଼ା ର ଦ୍ଵିତୀୟ ଓଡ଼ିଶା ବାଳିକା ଏନସିସି ବାଟାଲିୟନ ର କମାଣ୍ଡି ଅଧିକାରୀ ତଥା କରନାଲ ଲେଫ୍ଟନାଣ୍ଟ ଅଧିକାରୀ ଆଲୋକ ଘୋଷଙ୍କ ପ୍ରତ୍ୟେକ୍ଷ ତତ୍ଵବଧନାରେ ଏନସିସି କ୍ୟାଡେତଙ୍କ ବି ସର୍ଟିଫିକେଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ରାୟଗଡାର ଗୋବିନ୍ଦ ଚନ୍ଦ୍ର ଦେବ ଜିଲ୍ଲା ହାଇସ୍କୁଲ କେନ୍ଦ୍ର ଠାରେ ଏନସିସି କ୍ୟାଡେଟମାନେ ଉଭୟ ପ୍ରାକ୍ଟିକାଲ ଓ ଥିଓରୀ ପରୀକ୍ଷା ଦେଇଛନ୍ତି । ଏଥିସହ କମ୍ପ୍ୟୁଟରରାଇଜଡ ବନ୍ଧୁକ ଫାଇରିଂ ପ୍ରଶିକ୍ଷଣ ନିମନ୍ତେ ପୟଣ୍ଟ ଟୁଟୁ ରାଇଫଲ ସିମୁଲେଟର ଗୃହକୁ ରାୟଗଡ଼ା ଜିଲ୍ଲାପାଳ ସୋରଜ୍ କୁମାର ମିଶ୍ର ଉଦଘାଟନ କରି ପରୀକ୍ଷା ବ୍ୟବସ୍ଥାରେ ଅନୁଧ୍ୟାନ କରିଥିଲେ । ସେହିପରି ୭୩ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଠାରେ ଅନୁଷ୍ଠିତ ଆରଡିଶି କ୍ୟାମ୍ପରେ ଓଡ଼ିଶାର ନେତୃତ୍ୱ ନେଇଥିବା ରାୟଗଡ଼ା ମହିଳା ମହାବିଦ୍ୟାଳୟର ଆସୋଷିଏଟ ଏନସିସି ଅଧିକାରୀ କ୍ୟାପଟେନ ରିତାରାଣି ମିଶ୍ରଙ୍କୁ ଓ ରାଜ୍ୟର ଶ୍ରେଷ୍ଠ ଆସୋଷିଏଟ ଏନସିସି ଅଧିକାରି ଭାବେ ଗୁଣୁପୁର ହାଇସ୍କୁଲ ର ଏ ଏନ୍ ଶ୍ରୀମତୀ ଉଷାରାଣୀ ପଣ୍ଡାଙ୍କୁ ଜିଲ୍ଲାପାଳ ପୁରସ୍କୃତ ସହ ସମ୍ବନ୍ଧିତ କରିଥିଲେ। ଅନୁଷ୍ଠିତ ହୋଇଥିବା ବି ସାର୍ଟିଫିକେଟ ପରୀକ୍ଷାର ଜିଲ୍ଲାର ଗୁଣୁପୁର , ବିଷମକଟକ , ରାୟଗଡ଼ା ସ୍ଵୟଂସାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ ଏପରି ୬ଟି ମହାବିଦ୍ୟାଳୟ ସମେତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ମିଶାଇ ମୋଟ ସାତଟି କଲେଜ ର ୧୨୫ଜଣ ଏନସିସି କ୍ୟାଡେଟ ଅଂଶଗ୍ରହଣ କରିଥିବା ବେଳେ କାର୍ଯ୍ୟକ୍ରମରେ ମହିଳା ମହାବିଦ୍ୟାଳୟ , ରାୟଗଡାର ଅଧ୍ୟକ୍ଷ ଡ଼ା.ଅର୍ଚ୍ଚନା ପଟ୍ଟନାୟକ , ଜେକେପୁର ଲକ୍ଷ୍ମୀପତୀ ସିଂଘାଣିଆ ହାଇସ୍କୁଲର ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ର , ଜିଶିଡି ହାଇସ୍କୁଲ ରାୟଗଡାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଏୟାର ୱିଙ୍ଗ ଚିଫ୍ ଅଫିସର ଶଶିଭୂଷଣ ପଟ୍ଟନାୟକ , ରାୟଗଡ଼ା ସ୍ଵୟଂସାସିତ ମହାବିଦ୍ୟାଳୟର ଏନସିସି ଅଧିକାରୀ ଉଦୟ କୁମାର ନାୟକ , ମହିଳା ମହାବିଦ୍ୟାଳୟର ଏଏନଓ ରିତାରାଣି ମିଶ୍ର ଜିସିଡି ହାଇସ୍କୁଲ ଏ ଏନ ଓ ଅଶୋକ କୁମାର ଦାସଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.