ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ : କୋହଳ ହେଲା ନିର୍ବାଚନ ପ୍ରଚାର…

ଭୁବନେଶ୍ୱର : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ରାଜ୍ୟ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ ପ୍ରଚାର ବିଷୟରେ ନିର୍ବାଚନ କମିଶନର ନୂଆ ନିୟମ ଘୋଷଣା କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ପ୍ରଚାର ପାଇଁ କରୋନା କଟକଣାକୁ କୋହଳ କରାଯାଇଛି। ଏଣିକି ଘରକୁ ଘର ପ୍ରଚାର ପାଇଁ ୨୦ ଜଣ କର୍ମୀଙ୍କୁ ଅନୁମତି ମିଳିଛି। ପୂର୍ବରୁ ଏହା ୫ ଜଣକୁ ନେଇ ପ୍ରଚାର କରିବା ପାଇଁ ଅନୁମତି ମିଳିଥିଲା।

ସେହିଭଳି ଖୋଲା ଜାଗାରେ ୩୦୦ ଲୋକଙ୍କୁ ନେଇ ପ୍ରାର୍ଥୀମାନେ ପ୍ରଚାର କରିପାରିବେ। କିନ୍ତୁ ସଂପୂର୍ଣ୍ଣ କରୋନା କଟକଣା ମଧ୍ୟରେ ସଭା ଅନୁଷ୍ଠିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାସ୍କ ପରିଧାନ, ସାମାଜିକ ଦୁରତ୍ଵ ଉପରେ ଗୁରୁତ୍ଵ ଦେବାକୁ କୁହାଯାଇଛି। ତେବେ ପୂର୍ବଭଳି ସାଇକେଲ କିମ୍ବା ମୋଟରସାଇକେଲ ରାଲି ଉପରେ କଟକଣା ବଳବତ୍ତର ରହିଛି।

nis-ad
Leave A Reply

Your email address will not be published.