ମନ୍ଥର ଗତିରେ ଓ ଭାଗମାପ ରେ ଚାଲିଛି ଗୋଷ୍ଠୀ କେନ୍ଦ୍ର ଘର : ସରିବ କେବେ ଗ୍ରାମବାସୀ ଙ୍କ ପ୍ରଶ୍ନ…

ଫୁଲବାଣୀ:- ଗାଁରେ ଗୋଷ୍ଠୀ କେନ୍ଦ୍ର ଟିଏ ନିର୍ମାଣ ହେବ । ଗ୍ରାମବାସୀ ଭଲ ମନ୍ଦରେ ବସାଉଠା କରିବେ,ମିଟିଙ୍ଗ କରିବେ, ଆଉ ଭୋଜିଭାତ କରିବେ ବୋଲି ଭାବି ଥିଲେ । ଏଥିପାଇଁ ସେମାନେ ଫୁଲବାଣୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ବି ଅନୁରୋଧ ରକ୍ଷାକରି ୨୦୧୯-୨୦ ବର୍ଷରେ ହାତ ପାଣ୍ଠିରୁ ୩ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ । ହେଲେ କାମ ଏଯାଏ ସରିବାକୁ ନାହିଁ। ଅଧାପନ୍ତରିଆ ଅବସ୍ଥାରେ ପଡିଛି ଦୁଇ ବର୍ଷ ହେଲା । ଏଭଳି ଅବସ୍ଥା ଦେଖିବାକୁ ମିଳିଛି କନ୍ଧମାଳ ଜିଲ।ଚକାପାଦ ବ୍ଳକ ରାସୁଡି ଗ୍ରାମରେ ।ଅଭିଯୋଗ କଲେ ଶୁଣୁଛି ବାକିଏ ? ଗ୍ରାମ ର ସୁରସେନ ମଲିକ ନାମକ ଜଣେ ବ୍ୟକ୍ତିଙ୍କୁ କ।ର୍ଯ୍ୟାଦେଶ ଦିଆଯାଇଥିଲା। ତେବେ ସେ କାମ ନସାରି କାହିକିଁ ଖଣ୍ଡିଆ ପକାଇଛନ୍ତି ତାହା ଜଣାପଡୁନି । ଫଳରେ ଉଦ୍ଦେଶ୍ୟ ସାଧିତ ହୋଇପାରିଲାନି। ଗ୍ରାମବାସୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହି ଅର୍ଦ୍ଧନିମିତ ଗୋଷ୍ଠୀ କେନ୍ଦ୍ରଘରେ କିଏ ସାଇକେଲ ରଖିଲାଣି ଆଉ କିଏ ମଇଳା ପକାଇ ଲାଣି।ଆସାମାଜିକ କାର୍ଯ୍ୟ ମଧ୍ୟ ହେଉଥିବା କୁହାଯାଉଛି । ଏହି ଘରକାର୍ଯ୍ୟ ତୁରନ୍ତ ସାରିବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି।ଏନେଇ ବିଡିଓଙ୍କ ପ୍ରତିକ୍ରିୟା ନେବା ଲାଗି ଯୋଗାଯୋଗ କରିଥିଲେ ମଧ୍ଯ ସେ ପଞ୍ଚାୟତ ନିର୍ବାଚନରେ ବ୍ୟସ୍ତଥିବା ଯୋଗୁଁ ସମ୍ଭବ ହୋଇନଥିଲା।

nis-ad
Leave A Reply

Your email address will not be published.