କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି : ଗଞ୍ଜାମ ଜିଲ୍ଲା ପ୍ରଶାସନ…


ଛତ୍ରପୁର : କୋଭିଡ ଲହର ଯୋଗୁଁ ନୂଆ ପ୍ରକାର ଅମୀକ୍ରନ ଫଳରେ ଗଞ୍ଜାମ ଜିଲ୍ଲାରେ ଶତକଡ଼ା ୧୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି। ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିର୍ଦେଶବଳି ମଧ୍ୟରେ ଜିଲ୍ଲାର ଧର୍ମାଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ବିଭାଗଙ୍କ ନିର୍ଦ୍ଦେଶ ମୁତାବକ ସମସ୍ତ ଚର୍ଚ୍ଚ, ମନ୍ଦିର, ମସଜିଦ ଓ ଧର୍ମାନୁଷ୍ଠାନ ଗୁଡିକ ଖୋଲିବାକୁ ଅନୁମତି ଦେଇଛନ୍ତି।
ଧର୍ମାନୁଷ୍ଠାନ ଖୋଲିବା ନେଇ କେତେକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।ଉପରୋକ୍ତ ଧର୍ମାନୁଷ୍ଠାନ ଗୁଡିକ ଜନସାଧାରଣଙ୍କ ସକାଶେ ସକାଳ ୬ ଟା ଠାରୁ ଖୋଲାଯିବ କିନ୍ତୁ ଧର୍ମାନୁଷ୍ଠାନ ଭିତରେ ଥରକେ ୧୦ ଜଣ ଭକ୍ତଙ୍କ ଠାରୁ ଅଧିକ ହେବନାହିଁ ଏବଂ ଭିତରେ ଗହଳି ଯେମିତି ହେବନାହିଁ ସେଥିପାଇଁ ଧର୍ମାନୁଷ୍ଠାନ ପରିଚାଳନା କମିଟିର ତଦାରଖରେ ହେବ। ଧର୍ମାନୁଷ୍ଠାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ହାତକୁ ଭଲରୁପେ ସେନିଟାଏଜେସନ କରିବେ ,ମାସ୍କ ଭଲରୁପେ ପିନ୍ଧିବେ, ସାମାଜିକ ଦୂରତ୍ୱର ଅନୁପାଳନ କରିବେ।ଧର୍ମାନୁଷ୍ଠାନ ଭିତରେ ଓ ବାହାରେ ସଠିକ ମାସ୍କ ରହିବା ଜରୁରୀ। ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ କିମ୍ୱା ପରିଚାଳନା କମିଟି ପ୍ରତେକ ଦିନ ଧର୍ମାନୁଷ୍ଠାନ ପରିସର ସେନିଟାଏଜେସନ କରିବେ। ଧର୍ମାନୁଷ୍ଠାନ ପ୍ରବେଶ ପଥରେ ଥର୍ମାଲ ସ୍କାନେର ରଖି ଯାଞ୍ଚ କରିବା ଜରୁରୀ। ଯେଉଁ ମାନଙ୍କ ଠାରେ ଜ୍ୱର, କାଶ କିମ୍ବା ଥଣ୍ଡା ଜ୍ୱର ଲକ୍ଷଣ ରହୁଚି ସେମାନଙ୍କୁ ଧର୍ମାନୁଷ୍ଠାନ ଗୁଡିକରେ ପ୍ରବେଶ କରିବାକୁ ବାରଣ କରାଯାଇଛି ,ସେମାନେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।ଧର୍ମାନୁଷ୍ଠାନ ଗୁଡିକରେ ଥିବା ପ୍ରତିମୂର୍ତ୍ତିକୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି। ଧର୍ମାନୁଷ୍ଠାନ ପ୍ରସାଦ ବଣ୍ଟନ କିମ୍ବା ସେବନ ସମ୍ପୂର୍ଣ୍ଣ ମନାଅଛି । ପାନ ଗୁଟ୍ଖା ଇତ୍ୟାଦି ସମ୍ପୂର୍ଣ୍ଣ ମନା ।
ମା ତାରାତାରିଣୀ ଦର୍ଶନକୁ ଗଲାବେଳେ ଭକ୍ତଗଣ ନିଜ ନିଜ ଯାନବାହନ ମନ୍ଦିର ପାଦ ଦେଶରେ ବ୍ୟବସ୍ଥା କରାଯାଇଥିବା ଯାନବାହନ ସ୍ଥାନରେ ରଖିବେ, ମନ୍ଦିର ନିକଟକୁ (ଉପରକୁ ) ଯାନବାହନ ନେବା ସମ୍ପୂର୍ଣ୍ଣ ମନା । ୬୫ ବର୍ଷ ରୁଉର୍ଦ୍ଧ ,ଲକ୍ଷଣ ଜନିତ ବ୍ୟକ୍ତି, ଗର୍ଭବତୀ ମହିଳା, ଏବଂ ୧୦ ବର୍ଷରୁ କମ ବୟସ ପିଲାଙ୍କୁ ଧର୍ମାନୁଷ୍ଠାନ ଗୁଡିକଯିବା ବାରଣ କରାଯାଇଛି। ଧର୍ମାନୁଷ୍ଠାନ ଗୁଡିକରେ ବିବାହକାର୍ଯ୍ୟ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ବର୍ତ୍ତମାନ ବାରଣ ରହିଛି । ମହାଶିବରାତ୍ରି ସମୟରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବନାହିଁ। ଦର୍ଶକ ବିହୀନ କେବଳ ୧୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ଭଜନ ପରିବେଷଣକୁ ଅନୁମତି ରହିଛି । ସମସ୍ତ ନିୟମକୁ ସଠିକ ପାଳନ କରି ଜିଲ୍ଲାରୁ କୋଭିଡର ମୁଳପୋଛ କାରିବାକୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

nis-ad
Leave A Reply

Your email address will not be published.