ପୌର ନିର୍ବାଚନ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଆରମ୍ଭ ହେଲାଣି ରାଜନୈତିକ ପଷାଖେଳ…


ହିଂଜିଳିକାଟୁ : ତ୍ରି ସ୍ତରିୟ ପଚାଂୟତ ନିର୍ଵାଚନ ଆସନ୍ତା ୧୬ ରିଖରେ ହେବାକୁ ଥିବାବେଳେ ପ୍ରକାଶ ପାଇଛି ପୌର ନିର୍ବାଚନ ସକାଶେ ଚୁଡ଼ାନ୍ତ ସଂରକ୍ଷଣ ତାଲିକା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୌର ପରିଷଦ ହିଂଜିଳିକାଟୁ ୨୧ଟି ୱାର୍ଡ଼କୁ ନେଇ ଗଠିତ । ୨୧ଟି ୱାର୍ଡ଼ ମଧ୍ୟରୁ ୮ଟି ୱାର୍ଡ଼ ଅଣ ସଂରକ୍ଷିତ ରହିଥିବା ବେଳେ ୮ଟି ମହିଳା, ଅନୂସୁଚିତ ଜାତି ସକାଶେ ୨ଟି, ଅନୂସୁଚିତ ଜାତି ମହିଳା ସକାଶେ ୨ଟି ଏବଂ ଅନୂସୁଚିତ ଜନଜାତି ମହିଳାଙ୍କ ସକାଶେ ଗୋଟିଏ ୱାର୍ଡ଼ ଉଦ୍ଧିଷ୍ଠ ରହିଥିବା ହିଂଜିଳିକାଟୁ ପୌର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ହିଂଜିଳିକାଟୁ ପୌର ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ବର୍ଗଙ୍କ ସକାଶେ ସଂରକ୍ଷିତ ରହିଛି । ପୌର ନିର୍ବାଚନ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଖୋଜା ପର୍ବ ଆରମ୍ଭ ହୋଇଛି । । ତେବେ ପୌର ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତଙ୍କ ସକାଶେ ଉଦ୍ଧିଷ୍ଠ ଥିବା ବେଳେ ସଂପୃକ୍ତ ଆସନ ସକାଶେ ବିଜେଡ଼ିର ବହୁ ଦଳୀୟ ପ୍ରାର୍ଥୀ ଆଶାୟୀ ରହିଥିବା ଜଣାପଡ଼ିଛି । ପୌର ନିର୍ବାଚନ ସକାଶେ ନିର୍ଦ୍ଧାରିତ ତାରିଖ ଧାର୍ଯ୍ୟ ହୋଇନଥିବା ବେଳେ ଆଶାୟୀ ମାନେ ଏବେ ଠାରୁ ଅଙ୍କ କଷିବା ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି । ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଗୁରୁତ୍ବ ବହନ କରୁଥିବା ମୁଖ୍ୟମନ୍ତ୍ରୀଙ୍କ ବିଧାନସଭା ହିଞ୍ଜିଳି ବ୍ଲକ୍ ରାଜନୀତି ଚଳଚଞ୍ଚଳ ହୋଇଛି । ହିଞ୍ଜିଳିକାଟୁ ବ୍ଲକ୍‌ର ନିର୍ବାଚନ ଫେବୃଆରୀ ୧୬ରେ ହେବାକୁ ସ୍ଥିର ହୋଇଛି । ବ୍ଲକ୍‌ର ୩ଟି ଜିଲ୍ଲା ପରିଷଦ ଜୋନ୍ ଓ ୨୧ଟି ପଞ୍ଚାୟତରେ ରାଜନୀତି ପାଣିପାଗରେ ଭଷ୍ମତା ସୃଷ୍ଟି ହୋଇଛି । ବିଜେଡ଼ିର ଗଡ଼ କୁହାଯାଉଥିବା ହିଞ୍ଜିଳି ରେ ବିଜେଡ଼ିର ବହୁ ନେତା ମୁଳିସୀପାଲଟି ରେ ଅଧ୍ୟକ୍ଷ ପଦ ହାତେଇବାକୁ ଦଳୀୟ ଟିକେଟ୍ ଲବିରେ ରହିଛନ୍ତି । ହିଞ୍ଜିଳିକାଟୁ ରେ ମୁଖ୍ୟ ବିରୋଧୀ କଂଗ୍ରେସର ସଂଗଠନ ଅତି ଦୁର୍ବଳ ଥିବା ବେଳେ ଭାଜପାର ମଧ୍ୟ ଆଖିଦୃଶ୍ଟିଆ ପ୍ରଭାବ ନାହିଁ ତଥାପି, ପୌରପରିଷଦ ବିଜେଡ଼ି ରାଜନୀତିରେ ଗୋଛକଟା ଓ ଦଳୀୟ ଗୋଷ୍ଟିକନ୍ଦଳ କାର୍ଯ୍ୟ ହୁଏତ ବିଜୟ ବ୍ୟବଧାନକୁ ସଙ୍କୁଚିତ କରିବା ଆଶା ଅଧିକ ଅନୁଭୂତ ହେଉଛି ।
ଅନ୍ୟପକ୍ଷରେ ହିଞ୍ଜିଳି ପୌରପରିଷଦ ଅଧ୍ୟକ୍ଷ ପଦରେ ନୂଆ ଚେହେରା ପାଇଁ ମଙ୍ଗୁଆଳ ଖୋଜା ଚାଲିଥିବା ଶୁଣିବାକୁ ମିଳୁଛି।ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନା ହେବା ନେଇ ସମ୍ଭାବନା ରହିଛି । ବର୍ତମାନ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନେତା ଓ କର୍ମୀ ମାନେ ବ୍ୟସ୍ତ ରହିଥିବା ବେଳେ ଆଗକୁ ପୌର ନିର୍ବାଚନ ଥିବାରୁ ଏବେ ଠାରୁ ପ୍ରମୁଖ ୩ ଦଳ (ବିଜେଡ଼ି, ବିଜେପି ଓ କଂଗ୍ରେସ)ର ପ୍ରାର୍ଥୀ ମାନେ ସଜବାଜ ହେଉଥିବା ଦେଖିବାକୁ ମିଳିଛି । ହିଂଜିଳିକାଟୁ ପୌର ଅଧ୍ୟକ୍ଷ ପଦବୀ ଅଣ ସଂରକ୍ଷିତ ରହିଥିବା ବେଳେ ପୌରାଂଚଳର ୨୧ଟି ୱାର୍ଡ଼ର ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ପୌରାଂଚଳର ୱାର୍ଡ଼ ନଂ – ୧, ୫, ୧୦, ୧୧, ୧୨, ୧୩, ୧୫ ଓ ୧୯ ନଂ ୱାର୍ଡ଼ ଅଣ ସଂରକ୍ଷିତ ରହିଥିବା ବେଳେ ୩, ୪, ୬, ୮, ୯, ୧୪, ୨୦ ଓ ୨୧ ନଂ ୱାର୍ଡ଼ ମହିଳା, ୱାର୍ଡ଼ ନଂ ୨ଓ ୧୭ ଅନୂସୁଚିତ ଜାତି, ୱାର୍ଡ଼ ନଂ ୧୬ ଓ ୧୮ ଅନୂସୁଚିତ ଜାତି ମହିଳା ଓ ୱାର୍ଡ଼ ନଂ ୭ ଅନୂସୁଚିତ ଜନଜାତି ମହିଳାଙ୍କ ଲାଗି ଉଦ୍ଧିଷ୍ଠ ରହିଛି । ହିଂଜିଳିକାଟୁ ପୌରାଂଚଳର ଭୋଟର ସଂଖ୍ୟା ୨୦ ହଜାର ୬୯୬ ରହିଛି । ଚଳିତ ଥର ପୌର ଅଧ୍ୟକ୍ଷ ପଦବୀ ପ୍ରତ୍ୟକ୍ଷ ନିର୍ବାଚନ ହୋବକୁ ଥିବା ବେଳେ ବିଶେଷକରି ଶାସକ ଦଳ ପକ୍ଷରୁ ଯାହାକୁ ଟିକଟ ମିଳିବ ତାହା ମୁଣ୍ଡରେ ଅଧ୍ୟକ୍ଷ ପଦ ଏକ ରକମ ସୁନିଶ୍ଚିତ ହୋଇଥିବା ବେଳେ କିଛି ଦଳୀୟ କର୍ମୀ ଟିକଟ ନିମିଳିଲେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ମଇଦାନରେ ଦଣ୍ଡାୟମାନ ହେବା ପାଇଁ ସଜବାଜ ହେଉଥିବା ଆଭାସ ମିଳିଛି । ଅନ୍ୟ ପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ପକ୍ଷରୁ ମଧ୍ୟ ଅଧ୍ୟକ୍ଷ ପଦବୀ ସକାଶେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହେବା ପାଇଁ ଯୋଜନା ଚଳାଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ରାଜ୍ୟ ମୁଖିଆଙ୍କ ଗଡ଼ରେ ଶାସକ ବିଜୁ ଜନତା ଦଳର ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବାରୁ ପ୍ରାର୍ଥୀ ଚୟନ ଦଳୀୟ ନେତାଙ୍କ ପାଇଁ ଚ୍ୟାଲେଂଜ ହେବ ବୋଲି ଅନୁମାନ କରାଯାଉଛି ।

nis-ad
Leave A Reply

Your email address will not be published.