ନୂଆଦିଲ୍ଲୀ : ପୁଣି ଥରେ ନିଜର ବିବାଦୀୟ ବୟାନ ପାଇଁ କଂଗ୍ରେସକୁ ସମସ୍ୟାରେ ପକାଇଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସାମ ପିତ୍ରୋଡା । ସେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଭାରତରେ ଆଶ୍ରୟ ଦେବା ସପକ୍ଷରେ ମତ ଦେଇଛନ୍ତି । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ପ୍ରବଳ ଅତ୍ୟାଚାର ହେଉଥିଲେ ବି ସେ ଏପରି ବୟାନ ଦେଇଛନ୍ତି ।
ସେ କହିଛନ୍ତି “ଯଦି ବାଂଲାଦେଶୀମାନେ ଭାରତକୁ ଆସିବାକୁ ଚାହୁଁଛନ୍ତି, ବେଆଇନ ହେଲେ ମଧ୍ୟ ସେମାନଙ୍କୁ ଆସିବାକୁ ଦିଆଯାଉ ଓ ଭାରତରେ ରହିବାକୁ ଦିଆଯାଉ । ଆମେ ସମସ୍ତଙ୍କୁ ଆଶ୍ରୟ ଦେବା ଉଚିତ । ଆମକୁ ଏଥିପାଇଁ କିଛିଟା ସମସ୍ୟା ହୋଇପାରେ, କିନ୍ତୁ ତାହା ଚଳିବ ।“
ପିତ୍ରୋଡାଙ୍କ ଏହି ବୟାନ ପାଇଁ ବିବାଦ ଆରମ୍ଭ ହୋଇଯାଇଛି । ବିଜେପି କହିଛି ଯେ କଂଗ୍ରେସର ଅସଲ ମୁଖା ଖୋଲିଯାଇଛି । ତେବେ ଏ ନେଇ କଂଗ୍ରେସର କୌଣସି ବୟାନ ଆସିନାହିଁ ।
ଗତବର୍ଷ ମଧ୍ୟ ସେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ । ସେ କହିଥିଲେ ଯେ ପୂର୍ବଭାରତୀୟ ଲୋକେ ଚିନୀ ଓ ଦକ୍ଷିଣ ଭାରତୀୟ ଲୋକେ ଆଫ୍ରିକୀୟ ପରି ଦେଖାଯାଉଛନ୍ତି । ପଶ୍ଚିମ ଭାରତୀୟ ଲୋକେ ଆରବ ଲୋକଙ୍କ ପରି ଦେଖାଯାଉଛନ୍ତି । ତାଙ୍କର ଏହି ବୟାନକୁ ନେଇ ବିବାଦୟ ଦେଖାଦେବା ପରେ କଂଗ୍ରେସ ଏଥିରୁ ନିଜକୁ ଅଲଗା କରିନେଇଥିଲା ।
Sign in
Sign in
Recover your password.
A password will be e-mailed to you.