ଉତ୍କର୍ଷ ଓଡ଼ିଶା କନକ୍ଲେଭ: “ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ” କହିଲେ ମୋଦି

ଭୁବନେଶ୍ୱର : ଉତ୍କର୍ଷ ଓଡ଼ିଶା କନକ୍ଲେଭ-୨୦୨୫ ଭୁବନେଶ୍ୱର ଜନତା ମଇଦାନରେ ଉଦଘାଟିତ ହୋଇଛି ।  ଆନୁଷ୍ଠାନିକ ଭାବେ ଉତ୍କର୍ଷ ଓଡ଼ିଶା କନକ୍ଲେଭକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ‘ଜୟ ଜଗନ୍ନାଥ’ରୁ ଉଦବୋଧନ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି କହିଛନ୍ତି, ମୁଁ ଖୁସି ଯେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗେଇନେବାର ପ୍ରୟାସ ଆରମ୍ଭ କରିଛନ୍ତି। ୨୦୨୫ର ଆରମ୍ଭ ସମୟରେ ଜାନୁଆରିରେ ଓଡ଼ିଶା ଆସିଥିଲି । ପୁଣି ଆଜି ଓଡ଼ିଶା ଆସିଛି । ପୂର୍ବ ସରକାର ତୁଳନାରେ ଏଥର ୬ଗୁଣା ଅଧିକ ନିବେଶକ ସାମିଲ ହୋଇଥିବା ଜାଣି ମୁଁ ଖୁସି ।  ଏଥିଲାଗି ମୁଁ ଓଡ଼ିଶାବାସୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।

ଓଡ଼ିଶାରେ ନିବେଶ ପାଇଁ ଶିଳ୍ପପତିଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ଉତ୍କର୍ଷ ଓଡ଼ିଶା କନ୍ କ୍ଲେଭ ଓଡ଼ିଶାର ସବୁଠାରୁ ବଡ଼ ବ୍ୟାବସାୟୀକ ସମ୍ମିଳନୀ ।  ଏହି ସମୟ ଓଡ଼ିଶାରେ ନିବେଶ ପାଇଁ ପ୍ରକୃଷ୍ଠ ସମୟ ବୋଲି ମୋଦି କହିଛନ୍ତି ।  ଓଡ଼ିଶା ବହୁତ ଶୀଘ୍ର ବହୁତ ଉଚ୍ଚତାରେ ପହଞ୍ଚିବ ।  ନୂଆ ଭାରତ ଗଠନରେ ଓଡ଼ିଶାର ପ୍ରମୂଖ ଭୂମିକା ରହିବ ।  ଏଠାରେ ସୁଯୋଗର ଭଣ୍ଡାର ରହିଛି ବୋଲି କହିଛନ୍ତି ମୋଦି । ଏଠିକାର ଲୋକମାନଙ୍କ କାର୍ଯ୍ୟଦକ୍ଷତା ବହୁତ ରହିଛି ।  ଖୁବଶୀଘ୍ର ବିକାଶର ଉତ୍କର୍ଷତା ପାର କରିବ ଓଡ଼ିଶା ।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ଆଶାକୁ ଉଜ୍ଜ୍ବଳ କରିଛି । ଓଡ଼ିଶାର ପୁରାତନ ବନ୍ଦର ଭାରତର ଗେଟ୍ ୱେ ।  ପ୍ରଚଳିତ ବ୍ୟବସ୍ଥାର ଟ୍ରେଣ୍ଡ ବଦଳାଇବ ଭାରତ ।  ବିଦେଶରୁ ଆମଦାନୀ ନୁହେଁ ଦେଶରୁ ରପ୍ତାନି ହେବ ।  ପୂର୍ବର ଗୌରବଶାଳୀ ଐତିହ୍ୟ ଆହୁରି ଋଦ୍ଧିମନ୍ତ ହେବ । ଓଡ଼ିଶା ବ୍ଲୁ ଇକୋନୋମିରେ ଆଗୁଆ ରହିଛି ।  MSME ଓ ଷ୍ଟାର୍ଟଅପକୁ ସପୋର୍ଟ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ ।  ଓଡ଼ିଶା ସମୃଦ୍ଧ,ସଶକ୍ତ ଓ ଉତ୍କର୍ଷ ହେବ।  ଓଡ଼ିଶାବାସୀଙ୍କ ସାମର୍ଥ ଉପରେ ମୋର ଭରସା ଅଛି ।  ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର ଓଡ଼ିଶା ଆସିଛି ବୋଲି ମୋଦି କହିଛନ୍ତି ।

nis-ad
Leave A Reply

Your email address will not be published.