ଉତ୍କର୍ଷ ଓଡିଶାରେ ମୋଦି: କହିଲେ,‘ମୋ ଡିଏନଏରେ ଅଛି ଓଡିଶା’

ଭୁବନେଶ୍ବର: ଆଜି ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫କୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଦୁଇଦିନିଆ କନକ୍ଲେଭ ଅବସରରେ ଆଜି ପୁଣି ଥରେ ଓଡିଶା ପ୍ରଶଂସାରେ ଶତମୁଖ ହୋଇଛନ୍ତି ପ୍ରଧାନମନ୍ତ୍ରୀ ।

ସେ କହିଛନ୍ତି, ମୁଁ ସ୍ବାଧୀନ ଭାରତର ପ୍ରଧାନମନ୍ତ୍ରୀ ହେବା ପରେ ୩୦ ଥର ଓଡିଶା ଆସିସାରିଲେଣି । ମୋ ଡିଏନଏରେ ଓଡିଶା ଅଛି ବୋଲି କହିଲେ ମୋଦି । ୨୦୨୫ରେ ଏହା ମୋର ଦ୍ବିତୀୟ ଓଡ଼ିଶା ଗସ୍ତ । ଏହା ହିଁ ଓଡ଼ିଶାବାସୀଙ୍କ ପ୍ରତି ମୋର ଭଲପାଇବା । ଦେଶର ସବୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ମିଶାଇଲେ ବି ୩୦ ହେବନାହିଁ । । ଓଡ଼ିଶାବାସୀଙ୍କ ଭଲ ପାଇବା ହିଁ ମୋତେ ଓଡ଼ିଶାକୁ ଟାଣୁଛି ବୋଲି ମୋଦି କହିଛନ୍ତି ।

ଏଥିସହିତ ଓଡିଶଶର ବିକାଶ ନେଇ ମୋଦି କହିଛନ୍ତି, ଓଡିଶଶ ଖୁବ୍ ଶୀଘ୍ର ଶିଖର ଛୁଇଁବ । ଯାହା କେହି କେବେ କଳ୍ପନା କରିନଥିବେ ।  ‘ଏଥିପାଇଁ ମୋହନ ମାଝୀଙ୍କ ଟିମ୍‌ ଓଡ଼ିଶାର ବିକାଶ ପାଇଁ ଲାଗିପହିଛନ୍ତି । ଖଣି, ଗ୍ରୀନ ଏନର୍ଜି, ପର୍ଯ୍ୟଟନରେ ସବୁଥିରେ ଓଡିଶା ଆଗୁଆ ରହିବ । ଓଡ଼ିଶାରେ ଯେଉଁ ସମ୍ପଦ ଅଛି ତାହା ଏହାର ସମ୍ଭାବନା ସୃଷ୍ଟି କରିଛି । ଏବେ ବିଶ୍ବ ସବୁଜ ଭବିଷ୍ୟତ ଆଡ଼କୁ ଗତି କରୁଛି । ଦେଶରେ ଗ୍ରୀନ ହାଇଡ୍ରୋଜେନ ଓ ସୋଲାର ପାୱର ମିଶନ ଚଳାଇଛୁ । ଓଡ଼ିଶାରେ ବି ନବୀକରଣ ଶକ୍ତିର ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଚେଷ୍ଟା ଚାଲିଛି । ହାଇଡ୍ରୋଜେନ, ଏନର୍ଜି ଉତ୍ପାଦନ ପାଇଁ ବି ନିଷ୍ପତ୍ତି ନିଆଯାଉଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ସେକ୍ଟର ବିସ୍ତାର ପାଇଁ ପଦକ୍ଷେପ ନିଆଯାଉଛି । ପାରାଦୀପ ଓ ଗୋପାଳପୁରରେ ଶିଳ୍ପ ପାର୍କ ବନାଯାଉଛି । ଦେଶର ପୂର୍ବ ଓ ପଶ୍ଚିମ ତଟକୁ ସଂଯୋଗ କରାଯାଉଛି । ଲଜିଷ୍ଟିକ୍ସ ଖର୍ଚ୍ଚ କମ୍‌ ପାଇଁ ବନ୍ଦରକୁ ଶିଳ୍ପ କ୍ଲଷ୍ଟର ସହ ଯୋଡ଼ା ଯାଉଛି । ପୁରୁଣା ବନ୍ଦରକୁ ସଜାଡ଼ିବା ସହ ନୂଆ ବନ୍ଦର ନିର୍ମାଣ ହେଉଛି । ଯାହା ଓଡିଶା ନିଯୁକ୍ତିରେ ଯୁବ ବର୍ଗଙ୍କ ପାଇଁ ବିରାଟ ସୁଯୋଗ ସୃଷ୍ଟି କରିବ ।

ଏଥିସହିତ ସେ ଏହା ବି କହିଛନ୍ତି, ଭାରତକୁ ବୁଝିବା ପାଇଁ ଓଡ଼ିଶା ଗୁରୁତ୍ବପୂର୍ଣ୍ଣ  ଅଟେ । ବିକଶିତ ଭାରତ ଗଠନରେ ଓଡ଼ିଶାର ବଡ଼ ଭୂମିକା ଅଛି । ଓଡ଼ିଶା ଦକ୍ଷିଣ-ପୂର୍ବ ଏସିଆର ପ୍ରମୁଖ ବାଣିଜ୍ୟ କେନ୍ଦ୍ର ଥିଲା । ପ୍ରାଚୀନ ସମୟରେ ଓଡ଼ିଶାର ବନ୍ଦର ବାଣିଜ୍ୟିକ ଗେଟ୍‌ୱେ ଥିଲା । ନିକଟରେ ଇଣ୍ଡୋନେସିଆ ରାଷ୍ଟ୍ରପତି ଭାରତ ଆସିଥିଲେ, ପରେ ସିଙ୍ଗାପୁର ରାଷ୍ଟ୍ରପତି ବି ଓଡିଶା ଆସିଛନ୍ତି । ଯାହା ଓଡିଶାରେ ନିବେଶ ପାଇଁ ପ୍ରକୃଷ୍ଟ ସମୟ ।

nis-ad
Leave A Reply

Your email address will not be published.