କାଳ ସାଜିଲା ବିଷାକ୍ତ ଫଳ, ଗୁରୁତର ହୋଇ ୯ ଶିଶୁ କଟକ ଶିଶୁ ଭବନରେ ଭର୍ତ୍ତି

ଯାଜପୁର : ପୁଣି ଅଜଣା ଫଳ ଖାଇ ଗୁରୁତର ହେଲେ ଶିଶୁ । ଧର୍ମଶାଳାରେ ବିଷାକ୍ତ ଫଳ ଖାଇ ଗୁରୁତର ହୋଇଥିବା ୯ ଗୁରୁତର ଶିଶୁଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ଶିଶୁ ଭବନରେ ପ୍ରାଥମିକ ଚିକିତ୍ସାପରେ ଶିଶୁ ମାନଙ୍କୁ ଜେନେରାଲ ମେଡ଼ିସିନ ୱାର୍ଡକୁ ସ୍ଥାନାନ୍ତରଣ କରାଯାଇଛି ।
ସମସ୍ତ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିରଥିବା ଶିଶୁଭବନ ଅଧିକ୍ଷକ ସୂଚନା ଦେଇଛନ୍ତି । ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା ଧର୍ମଶାଳା ଆରୁଆ ହାଟ ମୁଣ୍ଡାସାହିର ୯ ଜଣ ଶିଶୁ ଅଜଣା ବିଷାକ୍ତ ଫଳ ଖାଇ ଗୁରୁତର ହୋଇପଡିଥିଲେ । ମୁଣ୍ଡା ସାହିର ଏହି ପିଲାମାନେ ଘର ପାଖ ଏକ ଗଛରୁ ଫଳ ଖାଇ ଅସୁସ୍ଥ ହୋଇ ପଡିଛନ୍ତି । ପ୍ରଚୁର ବାନ୍ତି ହେବାରୁ ପ୍ରଥମେ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା ।
ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା । ତେବେ ପିଲାମାନେ କେଉଁ ଫଳ ଖାଇ ଅସୁସ୍ଥ ହୋଇଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇପାରିନାହିଁ । ପିଲାମାନେ କେଉଁ ଫଳ ଖାଇଛନ୍ତି ସେନେଇ ଡାକ୍ତରଙ୍କୁ ବି ପିଲାମାନେ ସଠିକ୍ ଭାବେ କହିପାରୁନାହାନ୍ତି । ତେବେ ଉପଯୁକ୍ତ ସମୟରେ ମେଡିକାଲରେ ଭର୍ତ୍ତି କରାଯିବାରୁ ଏକ ବଡ଼ ବିପଦରୁ ବଞ୍ଚିଯାଇଛନ୍ତି ୯ ଜଣ ଶିଶୁ ।

nis-ad
Leave A Reply

Your email address will not be published.