ବ୍ରହ୍ମପୁର : ବିଜୁପୁର କାଳୀ ମନ୍ଦିର ନିକଟରେ ଅଘଟଣ । ଦୁଇ ଯୁବକଙ୍କୁ ଖଣ୍ଡାରେ ହାଣିବା ସହ ଫାଙ୍କାରେ ଗୁଳିଚାଳନା କଲେ ଦୁର୍ବୃତ୍ତ । ଖଣ୍ଡା ଚୋଟରେ ଗୁରୁତର ଯୁବକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ବିଜୁପୁର କାଳୀ ମନ୍ଦିର ନିକଟରେ ସୁଜନ ଓ ତାଙ୍କର ଜଣେ ସାଙ୍ଗ କୌଣସି କାମରେ ଯାଉଥିଲେ । ଏହି ସମୟରେ ୧୫ରୁ ଅଧିକ ଯୁବକ ବାଇକ୍ ଏବଂ ସ୍କୁଟିରେ ଆସି ଖଣ୍ଡାରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ଦେଖି ସୁଜନ ଓ ତାଙ୍କର ସାଙ୍ଗ ଜଣଙ୍କ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ହେଲେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଥିଲେ । ଯେଉଁଥିରେ ଯୁବକ ଜଣଙ୍କ ଗୁରୁତର ହୋଇଥିଲେ । ଯୁବକଙ୍କ ଜଣକ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡି ରହି ଚିତ୍କାର କରୁଥିଲେ। ସେପଟେ ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲେ। ଗୁଳି କାହାକୁ ବାଜିନଥିବା ସୂଚନା ମିଳିଛି। ଶେଷରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଛାନ୍ଭିନ୍ ଜାରି ରଖିଛି । କେଉଁ କାରଣ ପାଇଁ ଏବଂ କେଉଁ ମାନେ ଏହି କାଣ୍ଡ ଭିଆଇଛନ୍ତି। ସେନେଇ ଖୋଳତାଡ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.