ମାଲକାନଗିରି ଆରଏମସି ରେ ଦୁର୍ନୀତି ର ଗନ୍ଧ :ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ଦାବି…

ତ୍ରିକୋଣିଆ ମଧୁଚନ୍ଦ୍ରିକା ରେ ଉର୍ନ୍ନୟନ ମୂଳକ କାର୍ଯ୍ୟ

ଉପଜିଲ୍ଲାପାଳଙ୍କ କାର୍ଯ୍ୟକାରିତା ଉପରେ ଉଠୁଛି ଆଙ୍ଗୁଠି..!

ଭୁବନେଶ୍ୱର :ମାଲକାନଗିରି ନିୟନ୍ତ୍ରିତ ବଜାର କମିଟି (ଆରଏମସି) ରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଈଛି। ଦାୟିତ୍ଵ ରେ ଥିବା ଅସ୍ଥାୟୀ ସମ୍ପାଦକଙ୍କ ବିରୁଦ୍ଧରେ ଦୀର୍ଘଦିନ ଧରି ଦୁର୍ନୀତି ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ କିଭଳି ଏହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏଠାରେ ଦୀର୍ଘଦିନ ଧରି ଅବସ୍ଥାପିତ କରି ଦୁର୍ନୀତିକୁ ପ୍ରସୟ ଦେଉଛନ୍ତି ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ଜୋର ଧରିଛି। ମାଲକାନଗିରି ଆରଏମସି ପୂର୍ବତନ ସମ୍ପାଦକ ଗୁରୁ ଚରଣ ନାୟକ କିଛି ମାସ ହେବ ଅବସର ଗ୍ରହଣ କରିଥିଲେ।ସେହି ସମୟରେ ମାଲକାନଗିରି ଆରଏମସି ହିସାଵ ରକ୍ଷକ ଭାବେ ଥିବା ଦେବୀପ୍ରସାଦ ତ୍ରିପାଠୀ ରାଜନୈତିକ ଚାପ ସୃଷ୍ଟି କରି ମାଲକାନଗିରି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଭାବେ ରହିବାକୁ କିପରି ସକ୍ଷମ ହେଲେ ତାହା ବିଚାର ଯୋଗ୍ୟ। ଅନ୍ୟ ପକ୍ଷରେ ମାଲକାନଗିରି ଆରଏମସି ର କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ତ୍ରୀପାଠୀ ଓ ଆର ଏମ ସି ଅଧ୍ୟକ୍ଷ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଈ ଙ୍କ ଛତ୍ର ଛାୟାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ରେ ଅନିୟମିତତା କରାଯାଉଥିବା ଅଭିଯୋଗ କରିଛନ୍ତିି ସଭ୍ୟ ଓ ସାଧାରଣ ଲୋକେ।ସଭ୍ୟମାନେ ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ସ୍ବର ଉଠାଇଲେ ସେମାନଙ୍କୁ ଅଣଦେଖା କରାଯାଉଥିବା ଏବଂ ନିଜକୁ ଶୁହାଇବା ଭଳି ଭୁଲ ଚିତ୍ରଣ କରାଯାଉଥିବା ଅଭିଯୋଗ ହେଉଛି। ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଙ୍କୁ ସମ୍ମାନ ଜଣାଇ ସଭ୍ଯ ମାନେ ନୀରବ ରହୁଥିବା ସୁଯୋଗ ନେଇ କିଛି ସୁବିଧାବାଦୀ ଙ୍କ ସହାୟତାରେ ଦାୟିତ୍ଵ ରେ ଥିବା ଅସ୍ଥାୟୀ ସମ୍ପାଦକ ଦେବି ପ୍ରସାଦ ତ୍ରୀପାଠୀ କାର୍ଯ୍ୟାଳୟ ରେ ୭୦ ଗୋଟି ସିସି କେମେରା ୧୭ ଲକ୍ଷ ଟଙ୍କା ବ୍ୟୟରେ କ୍ରୟ କରିଥିବା ଅଭିଯୋଗ ହୋଇଛି। ସେହିପରି ଧୁସର ଯନ୍ତ୍ର, ଚେୟାର ଟେବୁଲ୍ ଓ ଆସବାବପତ୍ର କିଣାରେ ଦୁର୍ନୀତି ଅଭିଯୋଗ ହୋଇଛି। ମାଲକାନଗିରି ନିୟନ୍ତ୍ରିତ ବଜାର କମିଟିର ସମ୍ପାଦକ ଶ୍ରୀ ତ୍ରିପାଠୀ ବାରିପଦା, ମୟୁରଭଞ୍ଜ ର ଠିକାଦାର ବିଶ୍ଵନାଥ ହାଁସଦା ଙ୍କ ନାମରେ ମାଲକାନଗିରି ବ୍ଳକ ଅନ୍ତର୍ଗତ ସେରାପାଲି ଗ୍ରାମ ରେ ବାଉଣ୍ଡେରି କାନ୍ଥ ୧୪,୯୯,୧୪୦ ଟଙ୍କା,ତୋଣ୍ଡାପାଲି ଗ୍ରାମ ରେ ୨୮,୪୨,୦୭୭, ଟଙ୍କା ବ୍ୟୟରେବାଉଣ୍ଡେରି କାନ୍ଥ ଓ ୨୨,୫୬,୬୫୧ଟଙ୍କା ବ୍ୟୟରେ ଗୋଦାମ ଗୃହ, କାଲିମେଳା ବ୍ଳକ ଜି ସାଲମାରି

କୋଣ୍ଡା୯,୩୮,୬୩୫,ଦେଓମାଳି ଏମ ୭୯ଗ୍ରାମରେ ୧୫,୨୧,୯୦୩,ଏମ ୭୨ଗ୍ରାମରେ ୧୧,୬୬,୧୦୯,, ଟଙ୍କା,ଏମ ଭି ୦୭ ଗ୍ରାମ ରେ ୨୯,୦୯,୬୨୨ଟଙ୍କା,ଗୁମୁକା ରେ ୧୩,୯୨,୪୬୬ଟଙ୍କା,ଚିତା ପାରି ୨୨,୧୮୦,୦୬୫ଟଙ୍କା,ପିତାଘାଟାରେ ଗୋଦାମ ଗୃହ ନିର୍ମାଣ ପାଇଁ ୨୨,୧୮୦,୬୫ଟଙ୍କାଓ ବାଉଣ୍ଡେରି କାନ୍ଥ ନିର୍ମାଣ୨୪,୧୮,୩୬୯, ଟଙ୍କା,ପୋତରେଈ ୭,୧୨,୫୫୪ଟଙ୍କା

ଗୁମୁକାରେ୨୧,୧୪,୪୦୨ଟଙ୍କାସୋମନାଥପୁର ରେ ୧୬,୪୫,୦୨୫ଟଙ୍କା, ସହ ଅନନ୍ୟ ୩,୧୧,୪୭,୫୦୦, ଟଙ୍କା ଵ୍ୟୟରେ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟ ଗୁଡିକ ଅତି ନିମ୍ନ୍ନ ମାନର ବୋଲି ମଧ୍ୟ ଅଭିଯୋଗ ହେଉଛି ଯାହାକି ତଦନ୍ତ ସାଫେକ୍ଷ, ଉକ୍ତ କାର୍ଯ୍ୟ ସମ୍ପାଦନ ସହ ତଦାରଖ ନିମନ୍ତେ ଯନ୍ତ୍ରୀ ଭୁବନେଶ୍ଵର ରେ ରହି ସମ୍ପାଦନା କରିଥିବା ଅଧିକାରୀ ଓ ଠିକାଦାର ଓ ପ୍ରଶାସନିକ ଅଧିକାରୀ ମାନଙ୍କ ମଧୁ ଚନ୍ଦ୍ରିକା ବାରି ହୋଇପଡିଛି। ମାଲକାନଗିରି ଆର ଏମ ସି ର ବିଭିନ୍ନ କାରବାର ସମ୍ପର୍କରେ ଏକ ଉଚ୍ଚ ସ୍ତରୀୟ ଭିଜିଲାନ୍ସ ତଦନ୍ତ ସାଙ୍ଗକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଅର୍ଥ ନୈତିକ ଅପରାଧ ଶାଖା ତରଫରୁ କରାଗଲେ ବହୁ ଗୋପନୀୟ ତଥ୍ୟ ପଦାକୁ ଆସିପାରିବ ବୋଲି ବୁଦ୍ଧିଜୀବି ମହଲରେ ଦାବି ହେଉଛି।

nis-ad
Leave A Reply

Your email address will not be published.