ଢୋଲକନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଢୋଲକନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି | ଅଦ୍ୟ ତା ୨୯/୦୧/୨୫ ରିଖ ବୁଧବାର ଦିନ ୧୧ ଘଟିକା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମାଧୁରୀ ଟୋପ୍ନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଓ ଗ୍ରାମବାସୀଙ୍କୁ ନେଇଁ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକର ବରିଷ୍ଟ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ରାଏବଗା କ୍ଲଷ୍ଟରର ସି ଆର ସି ସି ଶ୍ରୀ ବିକାଶ ଚନ୍ଦ୍ର ସା, ମୋଝାପଡା ସି ଆର ସି ସି ଶ୍ରୀ ମନୋରଞ୍ଜନ ନାଏକ, ରାଏବଗା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଫିରନୁଷ ବାହାଲା କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କ ସଫଳତା ଓ ଅବିଭାବକ / ଅବିଭାବିକାଙ୍କ ଶିକ୍ଷାପ୍ରତି ଉପସ୍ଥିତ ଥିବା ଅତିଥିବୃନ୍ଦ ସଶ୍ରେଷ ପ୍ରକାଶ କରିଥିଲେ | ପରିଶେଷରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ! ସଭା ପରିଚାଲମାରେ ପ୍ରତାପପୁର କ୍ଲଷ୍ଟରର ସି ଆର ସି ସି ଶ୍ରୀ ବିରବଲ ଏକ୍କା ସୁପରିଚାଳନାରେ ସହଯୋଗ କରିଥିଲେ | ସଭାଶେଷରେ ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ |

nis-ad
Leave A Reply

Your email address will not be published.

06:31