ଆଇପିଏସ୍ କରାଇଦେବେ କହି ଠକିନେଲେ ୩୦ ଲକ୍ଷ ଟଙ୍କା, ବ୍ରହ୍ମପୁରରୁ ଯୁବକକୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ବ୍ରହ୍ମପୁର: ସରକାରୀ ଚାକିରିର ଲୋଭ । ଟଙ୍କା ଦେଇ ଆଇପିଏସ୍ ହୋଇଯିବାର ସ୍ୱପ୍ନ । କିନ୍ତୁ ହୋଇଗଲେ ଠକାମୀର ଶିକାର । ଆଇପିଏସ୍ କରାଇ ଦେବା ନାଁରେ ନେଇଗଲେ ଲକ୍ଷ ଲକ୍ଷ ଟଙ୍କା । ଠକାମୀର ଶିକାର ପଶ୍ଚିମବଙ୍ଗର ହୋଇଥିବା ବେଳେ ଠକେଇ କରିଥିବା ବ୍ୟକ୍ତି ଓଡ଼ିଶାର । ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ ।
ସୂଚନା ଅନୁସାରେ ଗଞ୍ଜାମ ନିମଖଣ୍ଡି ଥାନା ଅଞ୍ଚଲର କାହ୍ନା ପାତ୍ରଙ୍କୁ ଠକେଇ ମାମଲାରେ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । କାହ୍ନା ନିଜକୁ ଆଇଜି ରାଙ୍କର ଅଧିକାରୀ ବୋଲି ପରିଚୟ ଦେଉଥିଲା । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହ ତାର ପରିଚୟ ହୋଇଥିଲା । ତାଙ୍କୁ ଆଇପିଏସ୍ କରାଇ ଦେବ କହି ୩୦ ଲକ୍ଷ ଟଙ୍କାରୁ ଅଧିକ ନେଇଥିଲା । ପରେ ଯୁବକ ଜଣ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଶେଷରେ ଥାନାରେ ଅଭିଯୋଗ କଲେ । ମାମଲାର ତଦନ୍ତ ପରି ପଶ୍ଚିମବଙ୍ଗ ପୋଲିସ ବ୍ରହ୍ମପୁର ପୋଲିସ ସହ ଯୋଗାଯୋଗ କରିଥିଲା । ପରେ ଅଭିଯୁକ୍ତ କାହ୍ନା ପାତ୍ରକୁ ନିଜ ଘରୁ ଗିରଫ କରିଛି ପଶ୍ଚିମବଙ୍ଗ ପୋଲିସ । ଅଭିଯୁକ୍ତକୁ ୫ ଦିନିଆ ରିମାଣ୍ଡରେ ପୋଲିସ ପଶ୍ଚିମବଙ୍ଗ ନେବ ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.