ହିଞ୍ଜିଳିକାଟୁ : ବିବାହର ୧୦ ଦିନ ପର ଠାରୁ ଯୌତୁକ ବାବଦକୁ ଅଧିକ ୭ଲକ୍ଷ ଟଙ୍କା ଦାବି କରି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଏପରିକି ବଳପୂର୍ବକ ଗର୍ଭପାତ କରାଇବା ସହ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ନରଖିଲେ ହତ୍ୟା କରିବା ଧମକ ଦେଉଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ହିଞ୍ଜିଳି ଥାନା ସାପୁପାପଲ୍ଲୀ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଲିସ ସୂଚନା ପ୍ରକାରେ ଗତ ୨୦୨୨ ମସିହା ଫେବୃୟାରୀ ୭ ତାରିଖରେ ହିଞ୍ଜିଳି ଥାନା ଖରିଡା ଗ୍ରାମର ମୋହିନୀ ପାଣିଗ୍ରାହୀଙ୍କ ସହ ସାପୁପାପଲ୍ଲୀ ଗ୍ରାମର ଅମ୍ଳାନ ସାବତଙ୍କ ସହ ବାହାଘର ହୋଇଥିଲା । ବାହାଘର ସମୟରେ ବରଘର ଦାବି ମୁତାବକ ଯୌତୁକ ପ୍ରଦାନ କରାଯାଇଥିଲା । ବାହାଘରର ମାତ୍ର ୧୦ ଦିନ ପରେ ଅଧିକ ୭ଲକ୍ଷ ଟଙ୍କା ଯୌତୁକ ଦାବି କରି ଶଶୁର ଘର ଲୋକେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ବାହାଘରର ୧୦ ଦିନ ପରେ ସ୍ୱାମୀଙ୍କ ସମେତ ଶାଶୁ, ଦେଢଶୁର ଓ ବଡ ଯା ମିଶି ଅଧିକ ଯୌତୁକ ଆଣିବାକୁ ବାଧ୍ୟ କରିଥିଲେ । ଯୌତୁକ ନଆଣିଲେ ଦିଅରଙ୍କ ସହ ଶାରୀରିକ ସର୍ମ୍ପକ ରଖିବାକୁ ବାଧ୍ୟ କରିବା ସହ ବଳପୂର୍ବକ ଗର୍ଭପାତ କରାଇଥିବା ଏବଂ ମହିଳା ଜଣଙ୍କ ଏହାର ବିରୋଧ କରିବାରୁ ତାଙ୍କ ହାତକୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ମହିଳା ଜଣଙ୍କ କୌଶଳକ୍ରମେ ଘରୁ ବାହରି ଆସି ସୋମବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୩୬/୨୫ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ ।
Sign in
Sign in
Recover your password.
A password will be e-mailed to you.