ବୁଢିଆଣୀ ଜାଲ ରେ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥା :ଖୋଲାରେ ଖାଇ ମେଲାରେ ଶୋଇଛି ଟ୍ରାଫିକ ପୋଲିସ…..!

ଏକ ମୁହାଁ ରାସ୍ତା ଏବେ ଧର୍ମକୁ ଆଖି ଠାର …!

କମିଶନରରେଟ ପୋଲିସ ବ୍ୟବସ୍ଥା ସାତ ଶପନ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରେଶମ ସହରରେ ଟ୍ରାଫିକ ବ୍ୟବବସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ବ୍ରହ୍ମପୁର ସହର ପାଇଁ କମିଶନରେଟ ପୋଲିସ ବ୍ୟବସ୍ଥା ସାତ ଶପନ l ଭିତ୍ତି ଭୂମି ନଥାଇ ରାଜନୈତିକ ଦୃଷ୍ଟି ରଖି କମିଶନରେଟ ପୋଲିସ ବ୍ୟବସ୍ଥା କରାଯିବ ବୋଲି କେବଳ କାଗଜ କଲମ ରେ ସୀମିତ ରହି ଗଲା l ବ୍ରହ୍ମପୁର ପୋଲିସ ବାବୁ ମାନେ ଟ୍ରାଫିକ ସଜାଡ଼ିବା ପାଇଁ ପିସିଆର ଭ୍ୟାନରେ ଦଳ ଦଳ ହୋଇ ବାହାରନ୍ତି। ବାବୁ ମାନଙ୍କୁ କିଛି ବଛା ବଛା ହୋଟେଲ ରୁ ବରାଦ ଅନୁସାରେ ମାଗଣା ଖାଦ୍ୟ ପ୍ୟାକ ହୋଇ ଆସିଯାଏ। ବାବୁ ମାନେ ଏଥର ମଉଜ ମଜଲିସ ପାଇଁ ନିକଟରେ ଥିବା ଶୂନଶାନ ରାସ୍ତାରେ ମୋବାଇଲ ଧରି ନିଜର ଡିୟୁଟି ଆରମ୍ଭ କରନ୍ତି। ଏପଟେ ଟ୍ରାଫିକ ନିୟନ୍ତ୍ରଣ ଯିଏ ଯେପରି ସୁବିଧା ଦେଖି ଯାଆସ କରିବା ଫଳରେ ଟ୍ରାଫିକ ସମସ୍ୟା ବଢ଼ି ଯାଉଛି। ସହରର ମୁଖ୍ୟ ରାସ୍ତାରେ ଜରୁରୀ କାଳୀନ ସମୟରେ ଟ୍ରାଫିକ ଜାମ ହେବା ଫଳରେ ନା ନା ସମସ୍ୟା ଦେଖିବାକୁ ମିଳୁଛି। ଏପରିକି ଆମ୍ପୁଲାନ୍ସ ଯିବା ସମୟରେ ବି ଟ୍ରାଫିକ ସମସ୍ୟା ଲାଗି ରହୁଛି। ବ୍ରହ୍ମପୁର ଟ୍ରାଫିକ ଭଗବାନ ଙ୍କ ଭରଷା ରେ ଚାଲିଛି କହିଲେ କିଛିବି ଭୁଲ ହେବ ନାହିଁ l ସହରର ଅଣ ଓସାରିଆ ରାସ୍ତା କୁ ପୁଣି ଉଠା ଦୋକାନୀ ଓ ଠେଲା ଦୋକାନୀ ଦ୍ଵାରା ଟ୍ରାଫିକ ସମସ୍ୟା ଦେଖା ଯାଉଛି ଏଥିରେ ପୋଲିସ ଏବଂ ବ୍ରହ୍ମପୁର ମହାନଗର ନିଗମ ହିଁ ଦାୟୀ l ସହର ର ମୁଖ୍ୟତଃ କୋର୍ଟପେଟା ଛକ ଯାହାକି ଗୋଇଲୁଣ୍ଡି ରାସ୍ତା ଦେଇ ବସଷ୍ଟାଣ୍ଡ କୁ ଯାଇଥବା ରାସ୍ତା କଥା ନକହିବା ଭଲ କାରଣ ପ୍ରତ୍ୟେକ ଦଶ ମିନିଟ ରେ ଏଠାରେ ଟ୍ରାଫିକ ସମସ୍ୟା ଦେଖାଦିଏ ଅନେକ ଅଭିଯୋଗ ପରେ ବି ପୋଲିସ ଚୁପ, ବାରମ୍ବାର ଅଭିଯୋଗ ଆସିଲେ ନିୟମ ହୁଏ ଏକ ମୁହାଁ ରାସ୍ତା ସେଠାରେ ଟ୍ରାଫିକ ସମସ୍ୟା ପାଇଁ ଟ୍ରାଫିକ ପୋଲିସ ନିୟଜିତ କରାଯାଏ କିନ୍ତୁ ବାବୁ ମାନେ ଚିକଣ ଚାକଣ ହୋଇ ନିଜ ମୋବାଇଲ ରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି ଯାହାକି ଧର୍ମକୁ ଆଖିଠାର ସଦୃଶ୍ୟ ନିଜ ଦାୟିତ୍ୱ କରୁଥିବା ଦେଖିବାକୁ ମିଳେ l ପୁଣି ଗେଟ ବଜାର ଛକ ଠାରୁ ଷ୍ଟେଟ ବ୍ୟାଙ୍କ ଛକ ଟ୍ରାଫିକ ବୁଢିଆଣୀ ଜାଲ ସଦୃଶ୍ୟ, ପୁରୁଣା ବସଷ୍ଟାଣ୍ଡ ରୁ ଚର୍ଚ୍ଚ ରୋଡ଼ କେବଳ ନନ୍ଦନ ହୋଟେଲ ପାଇଁ ଟ୍ରାଫିକ ସମସ୍ୟା ଉପୁଜିବା କୁ ନେଇ ନାନା ସମୟରେ ବୁଦ୍ଧିଜୀବୀ ଅଭିଯୋଗ କରନ୍ତି ଟ୍ରାଫିକ ଦାୟିତ୍ୱ ରେ ଥିବା ଅଫିସର ଙ୍କୁ କିନ୍ତୁ ବାବୁ ନୀରବ କାରଣ ନନ୍ଦନ ହୋଟେଲ କାଳେ ଟ୍ରାଫିକ ବାବୁଙ୍କ ଗେଲ୍ହା ପୁଅ ଉକ୍ତ ଛକ ରେ ଲୋକ ଦେଖାଣିଆ ଟ୍ରାଫିକ ପୋଲିସ ଦିଆଯାଇଛି କିନ୍ତୁ ବାବୁ ମାନେ ମୋବାଇଲ ଧରି ବ୍ୟସ୍ତ l ଏହାକୁ ନେଇ ଗୁହାରି କରିବ କାହାକୁ କଥାରେ ଅଛି ତୁ ଗୁହାରୀ କରିବୁ ଯାହାକୁ ମୁଁ ଘଇତା କରିଛି ତାହାକୁ l କିଛି ଦିନ ହେଲା ବ୍ରହ୍ମପୁର ପୋଲିସ କୋହଳ ନୀତି ଅବଲମ୍ବନ କରିବା ଦେଖିବାକୁ ମିଳୁଛି ବୋଲି ଚର୍ଚ୍ଚା ହେଲାଣି l ନା ଅଛି ହେଲିମେଟ ଯାଞ୍ଚ ନା ହେଉଛି ଗାଡି ଯାଞ୍ଚ..? ଅପରାଧୀ ମାନେ ଏକ ନୁଆଁ ରାସ୍ତା ଅବଲମ୍ବନ କରିଥିବା ଦେଖିବାକୁ ମିଳୁଛି ଯାହାକି ପୋଲିସ କବଳ ରୁ ଖସିବା ପାଇଁ ସେମାନେ ଗାଡ଼ିରେ ପୋଲିସ, ପ୍ରେସ, ଏବଂ ଓକିଲ ଷ୍ଟିକର ମାରି ବୁଲୁଛନ୍ତି ଯାହାକି ପୋଲିସ ହାତ ମାରିବ ନାହିଁ l ଯଦି ପୋଲିସ ଉକ୍ତ ଗାଡି ଗୁଡିକୁ ଯାଞ୍ଚ ସହିତ ପ୍ରକୃତ ପରିଚୟ ଯାଞ୍ଚ କରନ୍ତା ତେବେ ଅନେକ କ୍ଷେତ୍ରରେ ସୁଧାର ହୋଇ ପାରନ୍ତା ବୋଲି ସହରର ବୁଦ୍ଧିଜୀବୀ ମତ ଦେଲେଣି l କେବେଳ ଦାୟିତ୍ୱ ଦେଇ ଦେଲେ ଟ୍ରାଫିକ ସମସ୍ୟାର ସମାଧାନ ହେବ ନାହିଁ ଉକ୍ତ ପୋଲିସ କିପରି କାର୍ଯ୍ୟ କରୁଛନ୍ତି ତାହାବି ଅଫିସର ମାନେ ନିଜେ ନିରାକ୍ଷଣ କରିବା ଜରୁରୀ ହେବା ଦରକାର l ବିନା ପାର୍କିଂ ରେ ଗାଡି ରଖିବା ଉପରେ କଡା ପଦକ୍ଷେପ ନେବା ଜରୁରୀ ନଚେତ ବୁଢିଆଣୀ ଜାଲ ଭିତରେ ସହର ବାସୀ ଅଣନିଶ୍ୱାସୀ ହୋଇଯିବେ l ତେଣୁ ବ୍ରହ୍ମପୁର ଆରକ୍ଷୀ ମିହୋଦୟ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.