ସ୍ଵର୍ଣ – ୪ ରୌପ୍ୟ – ୩ ଏବଂ କାଂସ୍ୟ – ୭
ଫୁଲବାଣୀ : ୧୪ ତମ ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନସିପ ୨୦୨୪ରେ କନ୍ଧମାଳ ହାତେଇଲା ୧୪ ଟି ପଦକ ପଦକ ସ୍ଵର୍ଣ -୪ ରୌପ୍ୟ -୩ଏବଂ କାଂସ୍ୟ -୭ ସେମାନେ ହେଲେ ପ୍ରିୟାଂଶୁ ଶେଖର ସାହୁ ୧୧ବର୍ଷ ବାଳକ ବିଭାଗ -୩୦ କି.ଗ୍ରା ଫାଇଟିଂରେ ସ୍ଵର୍ଣ୍ଣ ପଦକ, ସାନଭି ସାଧନା ପ୍ରଧାନ ୮ ବର୍ଷ ବାଳିକା ବିଭାଗ -୨୫ କି.ଗ୍ରା ଫାଇଟିଂରେ ସ୍ଵର୍ଣ୍ଣ ପଦକ ଏବଂ କାଟାରେ ସ୍ଵର୍ଣ୍ଣ ପଦକ, ଅଭିଜିତ ପ୍ରଧାନ ୯ ବର୍ଷ ବାଳକ ବିଭାଗ -୩୦ କି. ଗ୍ରା ଫାଇଟିଂରେ ସ୍ଵର୍ଣ୍ଣ ପଦକ ଏବଂ କାଟାରେ ରୌପ୍ୟ ପଦକ, ରୁଦ୍ର ନାରାୟଣ ପ୍ରଧାନ କେଡେଟ ବିଭାଗ -୬୭ କି. ଗ୍ରା ଫାଇଟିଂରେ ରୌପ୍ୟ ପଦକ, ସ୍ୱୟଂ ରଞ୍ଜନ ପୃଷ୍ଟି ୯ ବର୍ଷ ବାଳକ ବିଭାଗ -୩୦ କି. ଗ୍ରା ଫାଇଟିଂରେ ରୌପ୍ୟ ପଦକ, ଅଂଶୁମାନ ସାହୁ ୯ ବର୍ଷ ବାଳକ ବିଭାଗ ୩୫ କି. ଗ୍ରା ଫାଇଟିଂ ରେ କାଂସ୍ୟ ପଦକ,
ଦିପ୍ତିମୟୀ ମଲିକ ୨୧ ବାଳିକା ବିଭାଗ ଫାଇଟିଂରେ କାଂସ୍ୟ ପଦକ, ଗୀତାଞ୍ଜଳି ଜାନି ସିନିୟର ବାଳିକା ବିଭାଗ -୫୫ କି. ଗ୍ରା ଫାଇଟିଂରେ କାଂସ୍ୟ ପଦକ, କିରନମୟୀ ମଲିକ ସିନିୟର ବାଳିକା ବିଭାଗ -୬୧ କି. ଗ୍ରା ଫାଇଟିଂରେ କାଂସ୍ୟ ପଦକ, ସନ୍ତୋଷ ବେହେରା ସିନିୟର ବାଳକ ବିଭାଗ ୫୦ କି. ଗ୍ରା ଫାଇଟିଂରେ କାଂସ୍ୟ ପଦକ ପାଇ କନ୍ଧମାଳ କୁ ଗୌରବ ଆଣିଛନ୍ତି l
ଏ ନେଇ ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସେନସାଇ ଜୁନେସ ଦିଗାଲଙ୍କ ତତ୍ୱାବଧାନ ରେ ସେନସାଇ ଗୋପାଳ ଚନ୍ଦ୍ର, ସେନସାଇ ପ୍ରଭାତ କିଶୋର ସାହୁ, ବୈଲୋଚ ମଲିକଙ୍କ ପ୍ରଚେଷ୍ଟାରେ ଏବଂ ମ୍ୟାନେଜର୍ ଅରବିନ୍ଦ ପାତ୍ର ଆଉ କୋଚରେ ଆକାଶ ନାୟକ ସହଯୋଗରେ ସଫଳତାର ସହିତ କରାଟେକା ପଦକ ହାତେଇ ପାରିଛନ୍ତି I ସୂଚନା ମିଳୁଛି ଏହି ପ୍ରତିଯୋଗିତା ଭିତରେ ସେନସାଇ ଗୋପାଳ ଚନ୍ଦ୍ର ରେଫରି (ବି) ଏବଂ ପ୍ରଭାତ କିଶୋର ସାହୁ ଜର୍ଜ (ବି) ପରୀକ୍ଷା ଦେଇ ସଫଳତାର ସହିତ ଉତୀର୍ଣ୍ଣ ହୋଇଛନ୍ତି I ପ୍ରତିଯୋଗିତାରେ ଏହି ସଫଳତାର ଖବର ପାଇବା ପରେ ଅଞ୍ଚଳ ତଥା କନ୍ଧମାଳବାସୀ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇଛନ୍ତି l ବିଶେଷ କରି କୁନି କରାଟୋ ଫାଇଟର ସାନଭି ସାଧନା ପ୍ରଧାନଙ୍କ ସଫଳତାକୁ ପରିବାର ସଦସ୍ୟଙ୍କ ସହ ସାହି ପଡୋଶୀଙ୍କ ଅଜସ୍ର ଶୁଭେଚ୍ଛା ଜ୍ଞାପନ କରିଛନ୍ତି l