ମାଲକାନଗିରି ଜିଲ୍ଲାପାଳଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର

ଚିତ୍ରକୋଣ୍ଡା : ଚିତ୍ରକୋଣ୍ଡା ବ୍ଲକ ଚିତ୍ରଗିରି ସମ୍ମିଳନୀ କକ୍ଷରେ ଆଜି ମାଲକାନଗିରି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କ ଦ୍ଵାରା ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ରଖିଛନ୍ତି ସ୍ଥାନୀୟ ଲୋକେ । ମୁଖ୍ୟ ସମସ୍ୟା ଗୁଡ଼ିକ ମଧ୍ୟରେ ଧାନ ମଣ୍ଡି ରେ ଧାନ ପଡ଼ି ରହିଥିବା ଓ ଉଠାଇ ନଥିବାରୁ ଅଭିଯୋଗ ଜଣାଇଥିଲେ ଦୋରାଗୁଡା ସ୍ଥାନୀୟ ବାସିନ୍ଦା । ଅଦିନିଆ ବର୍ଷା ଯୋଗୁଁ ଧାନ ନଷ୍ଟ ହେବାର ଭୟ ରହିଥିବାରୁ ଅଭିଯୋଗ ନେଇ ଆସିଥିଲେ ସ୍ଥାନୀୟ ଲୋକେ । ଅନ୍ୟାନ୍ୟ ସମସ୍ୟା ଗୁଡିକ ମଧ୍ୟରେ ଚିତ୍ରକୋଣ୍ଡା ଅଞ୍ଚଳରେ ଆବାସ ଯୋଜନାରେ ଘର ଦିଆଯିବା ପାଇଁ ମଧ୍ୟ ଜଣାଇଥିଲେ । ରାସ୍ତାଘାଟ, ପାନୀୟ ଜଳ ଓ ଗମନାଗମନ ସୁବିଧା ସାଙ୍ଗକୁ ମେଡିକାଲ ସୁବିଧା ପାଇଁ ଅଭିଯୋଗ ରଖିଛନ୍ତି ଲୋକେ । ସମସ୍ତ ୫୨ ଟି ଅଭିଯୋଗ ପଞ୍ଜିକରଣ ହୋଇଛି । ମାଲକାନଗିରି ଏସ ପି ବିବେକାନନ୍ଦ ଶର୍ମା, ଚିତ୍ରକୋଣ୍ଡା ବିଡ଼ିଓ ଶ୍ରୀମତୀ ପ୍ରିତା କୁମାର, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡ଼ା ସମେତ ଅନ୍ୟାନ୍ୟ ସମସ୍ତ ବିଭାଗର ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.