ଚିକିଟୀ : ଗଞ୍ଜାମ ଜିଲ୍ଲା ଉପାନ୍ତ ଅଞ୍ଚଳରେ ଦିନକୁ ଦିନ ବେଆଇନ ଚୋରା ମଦଭାଟି ବଢ଼ିବାରେ ଲାଗିଥିବା ବେଳେ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟୀ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଶ୍ଵାମିତ୍ର ହରପାଲ୍ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପାତ୍ରପୁର ଅତିରିକ୍ତ ତହସିଲଦାର ଶ୍ରୀ ଦିଲ୍ଲୀପ କୁମାର ଦେହୁରୀ ଓ ଜରଡା ଥାନା ଅଧିକାରୀ ଶ୍ରୀ ଟୁନା ସାସମଲଙ୍କ ଉପସ୍ଥିତି ରେ ଜରଡା ଥାନା ଅନ୍ତର୍ଗତ ମଶାଣିବାଡ,ତାଡକାସାହି,ହରିପୁର, ଠଣଗାଁ,ଆଦି ଗ୍ରାମ ର ପାହାଡିଆ ଜଙ୍ଗଲ ଅଞ୍ଚଳ ଓ ନାଳ ନିକଟରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଚୋରା ମଦ ଭାଟି ଗୁଡିକୁ ନଷ୍ଟ କରିବା ଶହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ୨୭୦୦୦ ଲିଟର ଗୁଡ଼ ପିଡ଼ିଆ ପଚ ଓ ୧୪୦୦ ଲିଟର ଚୋରା ଅପମିଶ୍ରିତ ଦେଶୀ ମଦ,ଡ୍ରମ,ଡେକ୍ଚି ଇତ୍ୟାଦି ଜବତ କରାଯାଇ ଘଟଣା ସ୍ଥଳରେ ନଷ୍ଟ କରାଗଲା, ଯାହାର ଆନୁମାନିକ ମୂଲ୍ୟ ୧୭ ଲକ୍ଷ୍ୟ ଟଙ୍କା ହେବବୋଲି ଚିକିଟୀ ଅବକାରୀ ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି।ଏହି ଚଢ଼ାଉ ରେ ଚିକିଟୀ ଅବକାରୀ ଉପ-ଅଧିକ୍ଷକ ଶ୍ରୀ କୁମୁଦ ରଞ୍ଜନ କୁଅଁର, ବ୍ରହ୍ମପୁର ସଦର ରେଞ୍ଜ ଅବକାରୀ ନିରୀକ୍ଷକ ଶ୍ରୀ ଅର୍ଜୁନ କୁମାର ମଲ୍ଲିକ,ବ୍ରହ୍ମପୁର ଡି ଏସଏଫ ଅବକାରୀ ନିରୀକ୍ଷିକା ଶ୍ରୀମତୀ ମନୀଷା ଭୋଳ, ଚିକିଟୀ ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ସଞ୍ଜୟ କୁମାର ଭୁକ୍ତା, ଗୋଳନ୍ଥରା ଅବକାରୀ ଥାନା ଉପ-ନିରୀକ୍ଷକ ଶ୍ରୀ ବିଶ୍ଵମ୍ବର ବିଶ୍ବାଳ,ବ୍ରହ୍ମପୁର ଅବକାରୀ ଥାନା-୨ ଉପ-ନିରୀକ୍ଷିକା ସୁଶ୍ରୀ ସଙ୍ଗୀତା ମହାପାତ୍ର,ଗୋପାଳପୁର ଅବକାରୀ ଥାନା ଉପ-ନିରୀକ୍ଷିକା ସସ୍ମିତା ମଲ୍ଳିକ ଙ୍କ ସହ,ଅବକାରୀ କର୍ମଚାରି ଓ ପୋଲିସ୍ କର୍ମଚାରି ମାନେ ସାମିଲ ଥିଲେ l
Sign in
Sign in
Recover your password.
A password will be e-mailed to you.