ହିଞ୍ଜିଳିକାଟୁ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ବିଜେଡି ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲା ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀ ଶେରଗଡ଼ ଓ ହିଞ୍ଜିଳିକାଟୁ ବ୍ଲକରେ ଅଦିନିଆ ବର୍ଷାରେ ଧାନଚାଷ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି। ବିଶେଷକରି ଅମଳକ୍ଷମ ପାଚିଲା ଧାନ ଅଦିନିଆ ବର୍ଷାରେ ଅଧିକ ପ୍ରଭାବିତ ହୋଇଛି। କ୍ଷେତରେ ବର୍ଷାପାଣି ଜମି ପାଚିଲା ଧାନ ବୁଡ଼ି ରହି ନଷ୍ଟ ହୋଇଯାଇଛି। ନବୀନ ପଟ୍ଟନାୟକ ଚାଷଜମି ବୁଲି କ୍ଷୟକ୍ଷତି ଦେଖିଥିଲେ। ଶେରଗଡ଼ ବ୍ଳକ ତାକରଡା ଗ୍ରାମ ପଞ୍ଚାୟତର ଓ ହିଞ୍ଜିଳିକାଟୁ ବ୍ଲକ୍ ପୋଡିଙ୍ଗୀ ଠାରେ ବହୁ ଚାଷୀ ନଷ୍ଟ ହୋଇଥିବା ଫସଲ ଦେଖାଇ କାନ୍ଦି ପକାଇଥିଲେ। ବିରୋଧୀ ଦଳ ନେତା କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରି ଆଶ୍ୱାସନା ଦେଇଛନ୍ତି।
ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁ ବ୍ଲକର ଓ ଶେରଗଡ ବ୍ଳକ ର ବିଭିନ୍ନ ଗ୍ରାମ ର ଚାଷଜମି ବୁଲି ଦେଖିଥିଲେ। ପୁର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ଆସୁଥିବା ଖବର ପାଇ ତାକରଡା ଓ ପୋଡିଙ୍ଗି ଗ୍ରାମ ଛକ ଏନ୍ ହେଚ ୫୯ କଡ଼ରେ ଦୁରୁପଡା, ହିଞ୍ଜିଳି ,ମୌଜାର ଚାଷୀମାନେ ରାସ୍ତାରେ ନିଜ ଗଜାଧାନ ଓ ନଷ୍ଟ ହୋଇଥିବା ଧାନ ବିଡ଼ା ଧରି ଠିଆ ହୋଇଥିଲେ। ରାସ୍ତାରେ ଚାଷୀଙ୍କୁ ଦେଖି ସେମାନଙ୍କ ପାଖକୁ ଯାଇଥିଲେ। ଜମିରେ ବାସ୍ତବ ସ୍ଥିତି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ନିର୍ବାଚନ ପରେ ନିଜ ବିଧାୟକ ଙ୍କୁ ଦେଖି ବହୁ ମହିଳା ପୁରୁଷ ଏକତ୍ରିତ ହୋଇ ହୁଳହୁଳି ଶବ୍ଦରେ ପ୍ରକମ୍ପିତ ସହ ବିଜେଡି ଜିନ୍ଦାଵାଦ ନାରାରେ କର୍ମୀ ନାରାବାଜି ଦେଇଥିଲେ। ଏପରି ବିପଦ ସମୟରେ ଭାଙ୍ଗି ନ ପଡ଼ି ଧୈର୍ଯ୍ୟ ଧରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ। ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ପରିଦର୍ଶନ ବେଳେ ବିଧାୟକ ବିଜେଡି ସମନ୍ବୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର, ଗଂଜାମ ଜିଲ୍ଲା ବିଜେଡି ସଭାପତି ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଆସିକା ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ,ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ପରିଷଦ ପ୍ରତିନିଧି ଦେବାନନ୍ଦ ମହାପାତ୍ର, ପୌରାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲେଇ, ବ୍ଳକ ଅଧ୍ୟକ୍ଷା ସରସ୍ବତୀ ସେଠି, ଉପାଧ୍ୟକ୍ଷା ସୁନିଲ ଗନ୍ତାୟତ, ବ୍ଳକ ବିଜେଡି ଉପଦେଷ୍ଟା କମିଟି ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ, ବିରୋଧୀଦଳ ନେତା ତଥା ବିଧାୟକଙ୍କ ବ୍ଳକ ପ୍ରତିନିଧି ଏ. ସୁଦର୍ଶନ, ପୈାରାଞ୍ଚଳ ପ୍ରତିନିଧି ପ୍ୟାରୀମୋହନ ପାଢି, ବ୍ଳକ ସଭାପତି ଦୁର୍ଗାମାଧବ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ତରୁଣ କୁମାର ପଣ୍ଡା, ନିଳମଣି ପଟ୍ଟନାୟକ, ବିଭୁପ୍ରସାଦ ପଣ୍ଡା, ବସନ୍ତ ବେହେରା, ପ୍ରଦୀପ କୁମାର ପଣ୍ଡା, ଯୁଧିଷ୍ଠିର ସ୍ବାଇଁ, ସଞ୍ଜୟ ସ୍ବାଇଁ, ମାନସ ରଞ୍ଜନ ବେହେରା, ରୋହିତ ବିଷୋୟୀ, ଶ୍ୟାମଘନ ବେହେରା, ଗୋପବନ୍ଧୁ ବେହେରା, ଅନିଳ ସ୍ବାଇଁ, ସୁଶାନ୍ତ ଚୋୖଧୁରୀ , ସନ୍ତୋଷ ମହାରଣା, ଭିକା ବେହେରା, ସରୋଜ ପଣ୍ଡା, ବି. ରାମଚନ୍ଦ୍ର, ରାମଚନ୍ଦ୍ର ମହାପାତ୍ରଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଯୁବ ବିଜେଡି, ଛାତ୍ର ବିଜେଡି, ମହିଳା ବିଜେଡି କର୍ମକର୍ତ୍ତାଙ୍କ ସହ ଶତାଧିକ ବିଜେଡି କର୍ମୀ ଓ ଜନସାଧାରଣଙ୍କ ସହ ବହୁ ଚାଷୀ ଉପସ୍ଥିତ ଥିଲେ।