ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ପ୍ଲାଟଫର୍ମ ତିଆରି କରିଛି : କେ.ଭି. ସିଂହଦେଓ

ଭୁବନେଶ୍ବର ୧: ପୂର୍ବ ବିଜେଡ଼ି ସରକାର ଓଡ଼ିଶାକୁ ନିବେଶ ଆଣିବା ପାଇଁ ଅନ୍ୟ ରାଜ୍ୟ ଓ ବିଦେଶକୁ ଯାଉଥିଲେ । କିନ୍ତୁ ଏବେ ବିଜେପି ସରକାର ସମୟରେ ନିବେଶକ ମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆସୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ପୂର୍ବ ସରକାର ବେଳେ ସ୍ବାକ୍ଷର ହୋଇଥିବା ଏମଓୟୁ ଭିତରୁ ଆଜି ଯାଏଁ କେତେ ଗ୍ରାଉଣ୍ଡେଡ ହୋଇଛି ? ହେଲେ ଏବେ ପ୍ରବାସୀ ଭାରତୀୟ ମାନେ ଓଡ଼ିଶାରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ସରକାରୀ ଅଧିକାରୀ ମାନଙ୍କ ସହ ପ୍ରବାସୀ ମାନେ ପୁଞ୍ଜିନିବେଶ ନେଇ ଚର୍ଚ୍ଚା, ଆଲୋଚନା କରୁଛନ୍ତି ।

ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ପୁଞ୍ଜିନିବେଶ ପାଇଁ ଏମଓୟୁ ସ୍ବାକ୍ଷର ହେବ । ପ୍ରଧାନମନ୍ତ୍ରୀ ମଧ୍ୟ ଘର ୱାପସୀ କଥା କହିଛନ୍ତି । ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ କରିବା ପାଇଁ ଏକ ପ୍ଲାଟଫର୍ମ ତିଆରି କରିଛି । ତେଣୁ ଏହାଦ୍ୱାରା ଓଡ଼ିଶା ମଧ୍ୟ ପୁଞ୍ଜିନିବେଶ ବଢିବ ବୋଲି ସରକାର ଆଶାବାଦୀ ଅଛନ୍ତି । ପ୍ରବାସୀ ଭାରତୀୟ ମାନେ ରାଜ୍ୟ ସରକାର ଓ ଓଡ଼ିଶାବାସୀଙ୍କ ଆତିଥ୍ୟରେ ସନ୍ତୁଷ୍ଟ ହୋଇ ଫେରିଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ।

nis-ad
Leave A Reply

Your email address will not be published.