ଫୁଲବାଣୀ : ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୁଲ୍ୟରେ ଫୁଲବାଣୀ ଜିଲ୍ଲା ପିଅନପଡାର ଆଦର୍ଶ ଅଙ୍ଗନବାଡି କେନ୍ଦ୍ରରେ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅତିଥି ଭାବେ ସୁପରିଟେଣ୍ଡେଣ୍ଟ ପୋଷ୍ଟ , ଡ଼ିଓପିଏଲ ଆଇ , ଫୀଲ୍ଡ ଅଫିସର ଓ ଦୁଇ ଏଜେନ୍ଟ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଚିଟଫଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଞ୍ଚୟକୁ ନେଇ ଜନସାଧାରଣଙ୍କୁ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ। କନ୍ଧମାଳ ଭାରପ୍ରାପ୍ତ ସହାୟକ ନିର୍ଦ୍ଦେଶକ, ସଞ୍ଚୟ ଓ ଆର୍ଥିକ ସେବା ଅଧିକାରୀ ଶ୍ରୀ ବିଜୟ ଚନ୍ଦ୍ର ପାଳୋ ଶିବିର ପରିଚାଳନା କରିଥିବା ବେଳେ ଆର୍ଥିକ ସାକ୍ଷରତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l ଯଥା ସରକାରଙ୍କର ଦ୍ଵାରା ପରିଚାଳିତ ସ୍ୱଳ୍ପ ସଞ୍ଚୟ ଯୋଜନା, ଆର୍ଥିକ ଠକାମିରୁ ବଞ୍ଚିବାର ଉପାୟ, ଓଡ଼ିଶା ସରକାରଙ୍କ ଦ୍ବାରା ଦ୍ଵାରା ପରିଚାଳିତ ସ୍ୱଳ୍ପ ସଞ୍ଚୟ ପ୍ରୋତ୍ସାହନ ଯୋଜନା, ଡିଜିଟାଲ ବ୍ୟାଙ୍କରେ ଥିବା ଉଭୟ ଭଲ ଓ ଖରାପ ପରିଣାମ ଏବଂ ଆର୍ଥିକ ଅନ୍ତର୍ଭୂକ୍ତି କରଣ ବିଷୟରେ ସୁସ୍ପଷ୍ଟ ଭାଷଣ ପ୍ରଦାନ କରିଥିଲେ । ଏଠାରେ ଅଙ୍ଗନବାଡି କର୍ମଚାରୀ , ଏସଏଚଓ ଗ୍ରୁପ ମେମ୍ବରସ ଓ ସ୍ଥାନୀୟ ମହିଳାମାନେ ଏହି ଶିବିରରେ ଅଂଶ ଗ୍ରହଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.