ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସର୍କିଟ ହାଉସରେ ବିଳମ୍ବିତ ରାତ୍ରିରେ ଗୋଟଏ ସ୍କୁଟି ଓ ଗୋଟଏ ବାଇକ୍ ସହ ଫୁଲବାଣୀ ବିଧାୟକଙ୍କ ଗାଡ଼ିର କିଛି ଅଂଶ ନିଆଁ ଲାଗି ଜଳିଥିବା ଘଟଣା ଜଣା ପଡ଼ିଛି । ସୂଚନା ଅନୁସାରେ ଫୁଲବାଣୀ ର ସର୍କିଟ ହାଉସରେ ସମସ୍ତ ସରକାରୀ, ବେସରକାରୀ ଅଧିକାରୀ ତଥା ସାଂସଦ ଓ ବିଧାୟକ ଆସିଲେ ପ୍ରଥମେ ଫୁଲବାଣୀ ସର୍କିଟ ହାଉସରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଦୁଃଖର ବିଷୟ ଫୁଲବାଣୀ ସର୍କିଟ ହାଉସରେ କୌଣସି ସିସିଟିଭି ନଥିବା ଏବଂ ଫୁଲବାଣୀରେ ପ୍ରଶାସନ ତରଫରୁ ଲାଗିଥିବା ସିସିଟିଭି କାମକରୁନଥିବା ଏବଂ ପୋଲିସର ପେଟ୍ରୋଲିଂ ଅବହେଳା ଯୋଗୁଁ ସାଧାରଣ ଜନତା ଏବଂ ସର୍କିଟ ହାଉସରେ ରହିବା ପାଇଁ ଆସୁଥିବା ସମସ୍ତ ବ୍ୟକ୍ତି କେତେ ଦୂର୍ ନିଜକୁ ସୁରକ୍ଷିତ ମନେ କରନ୍ତି ତାହା ଗତକାଲି ବିଳମ୍ବିତ ରାତ୍ରୀରେ ଫୁଲବାଣୀ ବିଜେପି ବିଧାୟକ ଉମ୍ମାଚରଣ ମଲ୍ଲିକଙ୍କ ଗାଡ଼ିରେ ନିଆଁ ଲାଗିବା ଘଟଣାରୁ ସ୍ପଷ୍ଟ ବାରି ହେଇଯାଉଛି । ଯେଉଁଠି ନିଜେ ବିଧାୟକ ସୁରକ୍ଷିତ ନୁହନ୍ତି ସେଠି ସାଧାରଣ ଜନତା ଓ ସର୍କିଟ ହାଉସରେ ରହିବା ପାଇଁ ଆସୁଥିବା ବଡ଼ ବଡିଆ କିପରି ସୁରକ୍ଷିତ ରହିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିବା ସହ ତୁରନ୍ତ ସର୍କିଟ ହାଉସ ରେ ସମଗ୍ର ଦିଗରେ ସିସିଟିଭି ଲଗାଇବା ନିମନ୍ତେ ସାଧାରଣରେ ଚର୍ଚ୍ଚା ହେଉଥିବା ସୂଚନା ମିଳିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କେଉଁ କାରଣରୁ ଏବଂ କିଏ ଏପରି କାଣ୍ଡ ଭିଆଇଛି ତାହା ଏବେ କନ୍ଧମାଳ ବାସୀ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଅପର ପକ୍ଷରେ ବିଜେପି ପକ୍ଷରୁ ଫୁଲବାଣୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦିଆଯାଇଥିବା ସୂଚନା ରହିଛି । ସର୍କିଟ ହାଉସ ରେ କୌଣସି ସିସିଟିଭି ନଥିବାର ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଏପରି କାଣ୍ଡ ଭିଆଇଥିବ ସାଧାରଣରେ ଚର୍ଚ୍ଚା ହେଉଥିବା ଘଟଣା ଜଣାପଡିଛି l ସୂଚନା ପ୍ରକାରେ ଗତ ବିଳମ୍ବିତ ରାତିରେ ଗୋଟଏ ସ୍କୁଟି ଓ ଗୋଟଏ ବାଇକ୍ ଜଳୁଥିବା ଦେଖି ସର୍କିଟ୍ ହାଉସର ରାତି ଜଗୁଆଳି ପାଖକୁ ଯାଇ ଦେଖିଥିଲେ । ସେତେବେଳକୁ ପାଖରେ ଥିବା ବିଧାୟକଙ୍କ ଗାଡ଼ିର ପଛ ଭାଗର କିଛି ଅଂଶ ପୋଡ଼ି ଯାଇଥିବା ଦେଖିବାକୁ ପାଇଥିଲେ । ଖବରପାଇ ଆଜି ସକାଳୁ କନ୍ଧମାଳ ଆରକ୍ଷି ଅଧୀକ୍ଷକ ହରିଶ ବିଶି ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଛନ୍ତି l ଅନ୍ୟପକ୍ଷରେ ଯେଉଁଠି ଏହି ବାଇକ୍ ଜଳିଛି ସେଇ ସ୍ଥାନରେ ଗୋଟଏ ଅଧା ବୋତଲ ପେଟ୍ରୋଲ ଥିବା ଏକ ବୋତଲ ପଡ଼ିଥିବା ଦେଖିବାକୁ ମିଳିଛି l ତେଣୁ କେହି ଉଦ୍ଦେଶ୍ୟ ମୂଳକ ଭାବେ କିମ୍ବା ରାଜନୈତିକ ଶତ୍ରୁତା ରେ ଏଭଳି କରିଥବା ସମସ୍ତଙ୍କ ମନରେ ସନ୍ଦେହ ଉପୁଜୁଛି ।
ଅନ୍ୟ ପଟେ ଗତ କିଛିଦିନ ତଳେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ତଥା ବିଜେପି ସରକାରଙ୍କ ଯୋଜନା ଭିତିକ ବଡ ପୋଷ୍ଟରରେ ଅଗ୍ନି ଲଗାଇ ଦିଆ ଯାଇଥିବା ଲିଖିତ ଅଭିଯୋଗ ବିଜେପି କର୍ମୀ ଓ ସକ୍ରିୟ ସଦସ୍ୟଙ୍କ ଦ୍ୱାରା ଟାଉନ ଥାନାରେ ଏତଲା ଦିଆଯାଇଥିଲା l ପ୍ରଶାସନ ପକ୍ଷରୁ ସିସି କ୍ୟାମେରା କାର୍ଯ୍ୟାଳୟ ରେ ଲାଗିଥିଲେ ମଧ୍ଯ ଏ ପର୍ଯ୍ଯନ୍ତ ପୋଲିସ କାହାକୁ ଗିରଫ କରିନାହିଁ ତେଣୁ ଏହା ରାଜନୈତିକ ଉଦେଶ୍ୟ ମୂଳକ କାର୍ଯ୍ୟ ହୋଇଥାଇ ପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି I ଏହି ଘଟଣାକୁ ନେଇ ଘଟଣାର ତଦନ୍ତ ହେଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି କହିଛନ୍ତି ଫୁଲବାଣୀ ବିଧାୟକ ଉମ୍ମାଚରଣ ମଲ୍ଲିକ l ସେପଟେ ଘଟଣାର ତଦନ୍ତ ଚାଲିଛି ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି କନ୍ଧମାଳ ଏସ୍ପି ହରିଶ ବିଶି ।
Sign in
Sign in
Recover your password.
A password will be e-mailed to you.