ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ ଆଇନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭଷୁଡ଼ି ପଡିଥିବା ଆଲୋଚନା ହେଉଛି। ବାଲି ମାଫିଆ ମାନଙ୍କ ସହ ଘନିଷ୍ଠ ସମ୍ପର୍କ କୁ ବଜାୟ ରଖି ବାବୁ ଓ ମେଡ଼ମ ଠାରୁ ନେତା ମାନେ ଆଶୀର୍ବାଦ ଢାଳିବା ଯୋଗୁଁ ଆଜି ଆସିକା ଅଞ୍ଚଳ ରୁ ଲଘୁ ଖଣିଜ ଦ୍ରବ୍ୟ ଦିନ ଦିପହରେ ଲୁଟ ହେଉଥିବା ଚର୍ଚ୍ଚା ହେଉଛି। ତାହାର ନଗ୍ନ ନମୁନା ଗତ ମଙ୍ଗଳବାର ଦିନ ଆସିକା ବ୍ଲକ ଆନ୍ତର୍ଗତ ଋଷିପୁର ଗ୍ରାମରେ ଦେଖିବାକୁ ମିଳିଛି। ଋଷିପୁର ଗ୍ରାମ ନିକଟରେ ଥିବା ବଡ଼ ନଦୀ ପଠାରୁ ଗ୍ରାମବାସୀ ଙ୍କ ଚାଷ ଜମିରେ ଅସ୍ଥାୟୀ ରାସ୍ତା ନିର୍ମାଣ କରି ବାଲି ମାଫିଆ ମାନେ ଦିନ ରାତି ବାଲି ନେଉଥିବା ଘଟଣା ସମ୍ପର୍କ ରେ ଜିଲ୍ଲାପାଳଙ୍କ ସମେତ ସ୍ଥାନୀୟ ପ୍ରଶାସନ ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଦେଇଥିଲେ। ଉକ୍ତ ଅଭିଯୋଗ ପତ୍ରର କୌଣସି ସୁଫଳ ନମିଳିବା ଫଳରେ ଗ୍ରାମବାସୀ ମେଳି ବାନ୍ଧି ବାଲି ମାଫିଆ ମାନଙ୍କ ସାମ୍ନା କରିଥିଲେ ଗାଁ ମେଳି ଦେଖି ମାଫିଆ ମାନେ ଛତ୍ରଭଙ୍ଗ ଦେଇଥିଲେ। ଗ୍ରାମ ବାସୀ ସେଠାରୁ ଦୁଇଟି ଟ୍ରାକ୍ଟର କୁ ଧରି ପ୍ରଶାସନ କୁ ହସ୍ତାନ୍ତର କରିଥିଲେ। ବାବୁ ମାନେ ମାଫିଆ ମାନଙ୍କ ସହ ହାତକୁ ହାତ ମିଶାଇ ମାଲେମାଲ ହେଉଥିବା ବେଳେ ଶେଷରେ ଗ୍ରାମ ବାସୀ ଏକଜୁଟ ହୋଇ ପ୍ରଶାସନର କରୁଥିବା ଏବେ ଦେଖିବାକୁ ମିଳୁଛି। ଶେର ଗଡ଼ ତହସିଲ ଅଞ୍ଚଳର ପାକିଡ଼ି ବାଲି ଘାଟର ଲିଜ ଥାଇ ହିଞ୍ଜିଳି ଗୁଡ଼ିସର ରୁ ବାଲି ମାଫିଆ ମାନେ ଚୋରା ରେ ବିନା ୱାଇ ଫର୍ମ ରେ ବାଲିଚାଲାଣ କରୁଛନ୍ତି। ଏବେ ପୁଣି ଗୁଡ଼ିସର ରୁ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଆସିକା କେନ୍ଦୁପଦର ଠାରୁ ଚୋରା ରେ ବାଲି ଚାଲାଣ ହେଉଥିଲା। ଆସିକା ତହସିଲଦାର ଘଟଣା ସ୍ଥଳକୁ ଯାଇ ନାଲି ବାନା ପୋତି ତାଙ୍କ କାମ ସାରି
ଫେରିଥିଲେ। ମେଡ଼ମ ନାଲି ବାନା ପୋତି ଆସିବା ପରେ ସେଠାରୁ ରୀତିମତ ଚୋରା ବାଲି ଚାଲାଣ ହେଉଛି। ରାଜସ୍ୱ ଓ ଖଣି ବିଭାଗ କୁ ଅଭିଯୋଗ କରିଲେ କୌଣସି କାର୍ଯ୍ୟନୁଷ୍ଠାନ ହେଉନାହିଁ। ଆସିକା ବ୍ଲକ ଜୟପୁର ଠାରେ ଥିବା କେନ୍ଦୁପଦାର ବେଆଇନ ଘଟକୁ ନେଇ ଏକ ବଡ଼ ଧରଣର ବାଲି ମାଫିଆ ଓ ଅଞ୍ଚଳ ବାସୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେବାର ସମ୍ଭାବନା ରହିଛି। ଶେରଗଡ଼, ହିଞ୍ଜିଳି ତହସିଲ ନାଁରେ ଲିଜ ଆଣି ବାଲି ମାଫିଆ ମାନେ ଆସିକା ନଦୀ ବାଲିର ଚାହିଦା କୁ ଦେଖି କେନ୍ଦୁପଦାର ଠାରୁ ଚୋରା ବାଲି ନେଉଥିଲେ ବି କେବଳ ଏବେ ନାଲି ବାନା ସାକ୍ଷୀ ହିସାବ ରେ ରହିଛି। ଚୋରା ବାଲିକୁ ନେଇ ଆସିକା ପୁଣି ୨୦୦୯/ ୨୦୧୦ ଭଳି କ୍ରାଇମ ସିଟି ହେବାକୁ ସ୍ୱଳ୍ପ ସମୟ ହେବ ବୋଲି ଲୋକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଆସିକା ରେ ଆଇନ ଶୃଙ୍ଖଳା କିପରି ବଜାୟ ରଖୁଛନ୍ତି ସମୟ କହିବ।