ଫୁଲବାଣୀ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନାରେ କାର୍ଯ୍ୟରତ ହୋମଗାର୍ଡ କର୍ମଚାରୀ ପିତବାସ ପ୍ରଧାନ ଡିୟୁଟି ସାରି ଘରକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ବରଣ ହୋଇଥିଲା । ତାଙ୍କର ଅନ୍ତେଷ୍ଟି କାର୍ଯ୍ୟକ୍ରମ ଦାରିଙ୍ଗବାଡ଼ିର ମୁଣ୍ଡାନାଜୁ ଗ୍ରାମରେ ଖ୍ରୀଷ୍ଟାୟ ନିୟମାନୁସା ରେ ଅନୁଷ୍ଠିତ ହୋଇଥିଲା l ଖବର ପାଇ ସଙ୍ଗେ ସଙ୍ଗେ ଏହିପରି ଦୁର୍ବଳ କାର୍ଯ୍ୟରେ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘ କର୍ମକର୍ତ୍ତା ଉପସ୍ଥିତ ରହି ତାଙ୍କ ପରିବାର ସଦସ୍ୟଙ୍କୁ ସ୍ବାନ୍ତନା ଦେବା ସହିତ ମୃତ ହୋମଗାର୍ଡ କର୍ମଚାରୀ ଙ୍କ ଫଟୋ ଚିତ୍ର ଉପରେ ପ୍ରଦିପ ପ୍ରଜ୍ବଳନ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ କିଛି ରାସନ ସାମଗ୍ରୀ ଏବଂ ଆର୍ଥିକ ସହଯୋଗ କରିଥିଲେ l ଏବଂ ଆଗାମୀ ଦିନରେ ବର୍ତ୍ତମାନ ବିଜେପି ସରକାରର ମୂଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ମହୋନ ଚରଣ ମାଝି ଙ୍କ ନିଷ୍ପତ୍ତି ଅନୁଯାଇ କିପରି ଅଶହାୟ ପରିବାର ସଦସ୍ୟଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ସହିତ ଚାକିରି ଥିବା ସମୟରେ ମୃତ୍ୟୁ ବରଣ କରିଥିବା ହୋମଗାର୍ଡ କର୍ମଚାରୀ ଙ୍କ ପରିବାର ସଦସ୍ୟଙ୍କୁ କିପରି ରାଜ୍ୟ ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ସଂଘ କର୍ମକର୍ତ୍ତା ଆଲୋଚନା କରିଥିଲେ l ବର୍ତ୍ତମାନ କନ୍ଧମାଳ ଜିଲ୍ଲାରେ ନିଯୁକ୍ତି ପାଇଥିବା ହୋମଗାର୍ଡ କମାଣ୍ଡେଣ୍ଟ ସାହେବଙ୍କୁ ଲିଖିତ ଦାବିପତ୍ର ଦେଇ ଉପରିସ୍ତ ଅଧିକାରୀ ଙ୍କ ସହଯୋଗରେ ଗୋଟିଏ ଦିନର ଦରମା ଟଙ୍କା ମୃତ ହୋମଗାର୍ଡ ଙ୍କ ପରିବାର ସଦସ୍ୟଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସଂଘଠନ ତରଫରୁ ନିଷ୍ପତ୍ତି ନିଆଯାଇଥିବା ସଂଘ କର୍ମକର୍ତ୍ତା ପକ୍ଷରୁ ଶୁଣିବାକୁ ମିଳୁଛି l ସଂଘ କର୍ମକର୍ତ୍ତାଙ୍କ ସର୍ବଧର୍ମ ସମ୍ପର୍ଣ୍ଣ ଭାଇଚାରାର ସଦଭାବନା ନେଇ ନିଷ୍ଠାପର କାର୍ଯ୍ୟକ୍ରମ କରୁଥିବା ଦେଖି ଦାରିଙ୍ଗବାଡ଼ି ଅଞ୍ଚଳର ଜନ ସାଧାରଣ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା ସଭାପତି ପ୍ରଭାତ କୁମାର ସାହାଣୀ, ଆବାହକ ତଥା ଉପ ସଭାପତି ବିରାଜ କୁମାର ପ୍ରଧାନ, ସମ୍ପାଦନା ସପନ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅଖୟ କୁମାର ରାୟ, ଉପ କୋଷାଧ୍ୟକ୍ଷ ଅଜୟ କୁମାର ଦିଗାଲ, କାର୍ଯ୍ୟକାରୀ ଉପସଭାପତି, ରବି ଶଙ୍କର ବାରିକ ଏବଂ ଦାରିଙ୍ଗବାଡ଼ି ଥାନାର ସମସ୍ତ ଶୃଙ୍ଖଳିତ ହୋମଗାର୍ଡ କର୍ମଚାରୀ ମାନେ ଉପସ୍ଥିତ ଥିଲେ l
Sign in
Sign in
Recover your password.
A password will be e-mailed to you.