ଡକାୟତି ମାମଲାରେ ଦୁଇଜଣଙ୍କୁ ୫ ବର୍ଷ ଜେଲ ୧୦ ହଜାର ଜୋରିମାନା

ବାଲିଗୁଡା : ୨୦୧୪ ମସିହା ଜୁଲାଇ ୩୧ ତାରିଖ ସନ୍ଧ୍ୟା ସମୟରେ ଏକ ବ୍ୟବସାୟୀଙ୍କ ଘରେ ପଶି ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଦେଖାଇ ଘରୁ ସୁନା ,ରୂପା ଗହଣା ସାଙ୍ଗକୁ ଟଙ୍କା ଲୁଟିଦେବା ଘଟଣା ସହର ରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏ ନେଇ କେ.ରାମକୃଷ୍ଣ ପାତ୍ର ବାଲିଗୁଡା ଥାନାରେ ଏକ ମାମଲା ରୁଜୁ କରିଥିଲେ । ୩୯୫ ଆଇପିସି ଆଧାର ରେ ଥାନା ଅଧିକାରୀ ଆଶୁତୋଷ ମିଶ୍ର ଏହାର ତଦନ୍ତ ଭାର ନେଇ ୪ ଜଣକୁ ଗିରଫ କରିଥିଲେ । ଡକାୟତି ଘଟଣା ର ସରକାରୀ ଏପିପି ସୁରେଶ କୁମାର ପଟ୍ଟନାୟକ ମାମଲା ଲଢୁଥିବା ବେଳେ ୧୦ ବର୍ଷ ପରେ ବାଲିଗୁଡା ସହକାରୀ ଦୌରାଜଜ ଅପୂର୍ବ କୁମାର ରାୟ ଦୁଇ ମୁଦାଲା ରାକେଶ@ ରୁଲୁ କୁମାର ନାୟକ ଓ ରଞ୍ଜିତ କୁମାର ନାୟକ ଙ୍କୁ ଡକାୟତି ମାମଲାରେ ସମ୍ପୃକ୍ତି ଥିବା ମାମଲା ରେ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା ଅନାଦେୟ ୨ ମାସ ଅଧିକ ସଜା ବିଧାନ ହେବ ବୋଲି ରାୟ ରେ ପ୍ରକାଶ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ ବାଲିଗୁଡା ସହରର ହନୁମାନ ମନ୍ଦିର ନିକଟରେ ରହିଥିବା କେ.ରାମକୃଷ୍ଣ ପାତ୍ର ପାଟ୍ଟଖଣ୍ଡା ମିକଶ୍ଚର ମାଲିକ ଘରେ ନ ଥିବା ବେଳେ ସନ୍ଧ୍ୟା ସମୟରେ ପୁଅ ଝିଅ ଦୁହେଁ ଟ୍ୟୁସନ ଯାଇ ଘରକୁ ସନ୍ଧ୍ୟା ସମୟରେ ଫେରିଥିଲେ ଏହି ସମୟରେ ଝିପି ଝିପି ବର୍ଷା ହେଉଥିବାରୁ ଲୋକଙ୍କ ଗହଳି ନଥିଲା ଏହି ସମୟରେ ଘରେ ୫ ଜଣ ଦୁର୍ବୁତ୍ତ ମାରଣାସ୍ତ୍ର ଧରି ପଶି ଆଲମରୀ ଭାଙ୍ଗି ସୁନା ,ରୂପା ଅଳଙ୍କାର ଓ ଟଙ୍କା ଲୁଟି ନେଇଥିଲେ । ଏହା ସହର ରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଏହା ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ଜୋର ଦାର କରି ପ୍ରଥମେ ଦୁଇ ଜଣ ଓ ପରେ ଆଉ ଦୁଇ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ।

nis-ad
Leave A Reply

Your email address will not be published.