ଚିକିଟି : କଟକ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ହେବାକୁ ଯାଉଥିବା ଦଶମ ବାର୍ଷିକ ପରୀକ୍ଷାରେ ଗୁଣାତ୍ମକ ପରୀକ୍ଷାଫଳ ବୃଦ୍ଧି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଆରମ୍ଭ ହୋଇଛି ଉଦ୍ୟମ l
ଏହି ମର୍ମରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବ୍ଲକସ୍ତରରେ “ମାଟ୍ରିକ ମନ୍ତ୍ର -୨୦୨୫” ଆୟୋଜନ କରାଯାଇଛି l ଏଥିରେ ମୁଖ୍ୟତଃ ମେଧାବୀ ଛାତ୍ର ଛାତ୍ରୀମାନେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପକ ସଫଳତା ପାଇପାରୁନାହାନ୍ତି l ଏଣୁ ସେମାନେ କେଉଁ କୌଶଳ ଅବଲମ୍ବନ କଲେ ସହଜ ଓ ସରଳ ଭାବେ ବୁଝି ତାକୁ ପରୀକ୍ଷା ସମୟରେ ସଦବିନିଯୋଗ କରିପାରିବେ ଏହା ହିଁ କାର୍ଯ୍ୟକ୍ରମର ମୁଖ୍ୟ ଅlଭିମୁଖ୍ୟ l ଆଜି ଏହି ଅବସରରେ ଚିକିଟି ବ୍ଲକ, ପାତ୍ରପୁର ବ୍ଲକ ଦିଗପହଣ୍ଡି ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟରୁ ପ୍ରାୟ ୮୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଚିକିଟିଗଡ଼ ରାଜକବି ରାଧାମୋହନ ବିଦ୍ୟlପୀଠରେ ମାଟ୍ରିକ ମନ୍ତ୍ର -୨୦୨୫ କାର୍ଯକ୍ରମକୁ ଗୋଷ୍ଟୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡା ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ ବନିତା ବିଷୋୟୀ ପ୍ରଥମ ଭାଷା ଓଡ଼ିଆ, ଅଶୋକ ପଟ୍ଟନାୟକ ଦ୍ୱିତୀୟ ଭାଷା ଇଂରାଜୀ,ସୁପ୍ରିୟା ପଣ୍ଡା ଗଣିତ,ରାଧାଶ୍ୟାମ ପଣ୍ଡା ଜ୍ୟାମିତି,ଅନନ୍ତ ନାରାୟଣ ମହାନ୍ତି ଓ ମନୋଜ କୁମାର ବେହେରା ସାଧାରଣ ବିଜ୍ଞାନ, ସୁନିତା ଚୌଧୁରୀ ଇତିହାସ ଓ ପ୍ରକାଶ ପ୍ରଧାନ ଭୂଗୋଳ ବିଷୟ ପାଇଁ ଯୋଗଦେଇ ଗୁରୁତ୍ୱପୂର୍ଣ୍ଣ ଉପଦେଶ ସହ ଶତକଡା ୯୦ ମାର୍କରୁ ଅଧିକ ରଖିବା ପାଇଁ ବିଭିନ୍ନ କୌଶଳ ଶିକ୍ଷା ଦେବା ସହିତ ବିଦ୍ୟାର୍ଥୀଙ୍କ ପାଇଁ କଠିନ ବିଷୟ ଚି଼ହ୍ନଟ କରି ସନ୍ଦେହମୋଚନ କରିଥିଲେ l ଅପରାହ୍ନରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ କେନ୍ଦ୍ର ପରିଦର୍ଶନରେ ଆସି ବିଦ୍ୟlର୍ଥୀ ମାନଙ୍କୁ ଗଣିତ ଓ ଜ୍ୟାମିତି ଉପରେ କିଛି ଟିପ୍ସ ଦେଇଥିଲେ l ବି ଆର ସି ସି ତଥା ଏ ବି ଓ ନିଗମାନନ୍ଦ ପଣ୍ଡା, ପ୍ରଧାନଶିକ୍ଷକ ସୁଧୀର ପ୍ରଧାନ ଓ ଶିକ୍ଷକ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post