ମାଲକାନଗିରି : ମାଲକାନଗିରି ଜିଲ୍ଲା mv 3 ନମ୍ବର ସ୍ଥିତ ବିଦେଶୀ ମଦବାର କୁ ଅବକାରୀ ବିଭାଗ ର କିଛି ଅଧିକାରୀ ଅଚାନକ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଅବକାରୀ ବିଭାଗ ର ଜଣେ SI , ଜଣେ ASI ସହ ସାଥିରେ ଥିଲେ ମହିଳା କନେଷ୍ଟବଳ ଙ୍କ ସହ ଦୁଇ ତିନି ଜଣ ପୁରୁଷ କନେଷ୍ଟବଳ । କାଉଣ୍ଟର ଭିତରକୁ ପଶିଲା ପରେ ଆରମ୍ଭ ହେଲା ଚେକିଂ, ଚଢ଼ାଉ ବେଳେ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ କରୁଥିଲେ ବାର କର୍ମଚାର । ହେଲେ ଚଢ଼ାଉ ସମୟରେ ନାଲି ପାଣି କଲା ବାୟା । ଅବକାରୀ SI, ASI ଓ ଅନ୍ୟ କର୍ମଚାରୀ ପଶିଗଲେ ବାର କର୍ମଚାରୀ ଙ୍କ ରୁମ ଭିତରକୁ । କିଛି ସମୟ ପରେ ଜଣେ ପରେ ଜଣେ ବାର୍ କର୍ମଚାରୀ ଅବକାରୀ ଅଧିକାରୀ ଙ୍କ ପାଇଁ ରୁମ ଭିତରକୁ ବୋହି ଚାଲିଲେ ଭଳିକି ଭଳି ଆଇଟମ ସାଙ୍ଗକୁ ଗ୍ଲାସ , ପାଣି ବୋତଲ, କୋଲ ଡ୍ରିଂକ୍ସ । ଏହାର ସବୁ ଚିତ୍ର କଏଦ ହୋଇଥିଲା କ୍ୟାମେରା ରେ । ସ୍ଥିତି ପରଖିବା ପାଇଁ ଭିତରକୁ ଯିବା ସମୟରେ ରୁମ ଭିତରେ ଚାଲିଥିଲା ପୁରା ମଦ ର ଆସର । ମାଛ, ଚିକେନ୍ ଭଳି ଭିନ୍ନଭିନ୍ନ ଆଇଟମ । ହେଲେ କ୍ୟାମେରା ଦେଖି ତରବରିଆ ଭାବେ ଚମ୍ପଟ ମାରିଲେ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ । ହଡ଼ବଡ଼ ରେ ଛାଡି ଯାଇଥିଲେ ବଡ଼ ଅଧିକାରୀ ଙ୍କ ଟୋପି ଓ ମୋବାଇଲ । ତେବେ ଏ ନେଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ମତାମତ ନେବାରୁ ସେ ଏବିଷୟରେ ଖବର ମିଳିଲେ ମୁ ତଦନ୍ତ କରିବା କହିଥିଲେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯେ ଯଦି ବିଭାଗୀୟ ଅଧିକାରୀ ରେଡ଼ କରିବାକୁ ଯାଇ ଆତିଥ୍ୟ ସ୍ୱକାର କରିବେ ତାହା ତଦନ୍ତ ନାଁରେ କେବଳ ପ୍ରହସନ ଭଳି ହୋଉଥିବା ସାଧାରଣରେ ଚର୍ଚ୍ଚାର ଖୋରାକ ଯୋଗାଉଛି ।
Sign in
Sign in
Recover your password.
A password will be e-mailed to you.