ହିଞ୍ଜିଳିକାଟୁ : କୃଷି ବିଭାଗ ରେ ଚାଲିଜ ଅଜବ ନୀତି। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଅଲଗା ନିୟମ ରହିଥିବା ବେଳେ ସହରାଞ୍ଚଳ ଚାଷୀଙ୍କ ପାଇଁ ରହିଛି ଅଲଗା ନିୟମ। ଏଭଳି ଅଲଗା ଅଲଗା ନିୟମକୁ ବିରୋଧ କରି ମଙ୍ଗଳବାର ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ କୃଷି କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ଚଳିତ ବର୍ଷ ଖରିଫ୍ ଧାନଚାଷ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚାଷଜମିରୁ ଧାନ ଅମଳ ପରେ ଚାଷୀ ନିଜ ଚାଷଜମିରେ ମୁଗ ଚାଷ କରିବାକୁ ମନବଳାଇଛି। ମୁଗ ଚାଷ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ମୁଗ ବିହନ ପାଇବା ପାଇଁ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଉପରେ ନିର୍ଭରଶୀଳ। ଗତ କିଛି ଦିନ ଧରି ହିଞ୍ଜିଳିକାଟୁ ବ୍ଳକ ଓ ପୈାରାଞ୍ଚଳର ବହୁ ଚାଷୀ ସ୍ଥାନୀୟ କୃଷି କାର୍ଯ୍ୟାଳୟକୁ ଆସି ଭିଡ ଜମାଉଛନ୍ତି। ହେଲେବି ସ୍ଥାନୀୟ କୃଷି କାର୍ଯ୍ୟାଳୟ ବିଭାଗୀୟ ଅଧିକାରୀଙ୍କ ଅଜବ ନୀତି ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳର ଚାଷୀ ମାନେ ମୁଗ ବିହନ ପାଇବା ପାଇଁ ସଂପୃକ୍ତ କାର୍ଯ୍ୟାଳୟରୁ ସର୍ବନିମ୍ନ ୩୧୦ ଟଙ୍କାର କିଟନାଶକ ଔଷଧ କିଣିବା ପାଇଁ ବାଧ୍ୟତାମୂଳକ ନିୟମ କରାଯାଇଛି। ଗ୍ରାମାଞ୍ଚଳର ଯେଉଁ ଚାଷୀ ସଂପୃକ୍ତ କାର୍ଯ୍ୟାଳୟରୁ କିଟନାଶକ ଔଷଧ କ୍ରୟ କରୁନାହାଁନ୍ତି, ସେମାନଙ୍କୁ ମୁଗ ବିହନ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ପୈାରାଞ୍ଚଳର ଚାଷୀ ମାନଙ୍କ ପାଇଁ ମୁଗ ବିହନ ପ୍ରଦାନ କରାଯିବ ନାହିଁ ବୋଲି ବିଭାଗୀୟ କାର୍ଯ୍ୟାଳୟର କର୍ମଚାରୀମାନେ ରୋକ୍ ଠୋକ୍ ମନା କରିଦେଇଥିବା ଅଭିଯୋଗ ହୋଇଛି। ବିଭାଗୀୟ କାର୍ଯ୍ୟାଳୟର ଏଭଳି ଅଜବ ନିୟମକୁ ବିରୋଧ କରି ମଙ୍ଗଳବାର ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରିଥିଲେ। ପ୍ରେମ ଘଟଣା ନେଇ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ଘଟଣା ନେଇ ସହକାରୀ କୃଷି ଅଧିକାରୀ ବିଘ୍ନରାଜ ସେଠିଙ୍କୁ ପଚାରିବାରୁ ସରକାରଙ୍କ ନିୟମ ଅନୁସାରେ ସ୍ଥାନୀୟ ଅଞ୍ଚଳର ୪ଶହ ହେକ୍ଟର ଜମିରେ ମୁଗ ଚାଷ କରିବାକୁ ୮୦ କୁଇଣ୍ଟାଲ ମୁଗ ବିହନ ରହିଛି। ସ୍ଥାନୀୟ ଅଞ୍ଚଳର ୬ ହଜାର ହେକ୍ଟର ଜମିରେ ମୁଗ ଚାଷ କରିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ସ୍ଥାନୀୟ କୃଷି କାର୍ଯ୍ୟାଳୟକୁ ଜଣାଇଛନ୍ତି। ସରକାରଙ୍କ ନିୟମ ଅନୁସାରେ ଜଣେ ଚାଷୀଙ୍କୁ ୩ ବର୍ଷକୁ ଥରେ କେବଳ ମୁଗ ବିହନ ପ୍ରଦାନ କରିବା ପାଇଁ ନିୟମ ରହିଥିବାରୁ ବର୍ତ୍ତମାନ ସମୟରେ ସମସ୍ତ ଚାଷୀଙ୍କୁ ମୁଗ ବିହନ ପ୍ରଦାନ କରିବା ସମ୍ଭବପର ହୋଇପାରୁନାହିଁ। ଅନ୍ୟପକ୍ଷରେ ସରକାରଙ୍କ ନିୟମ ଅନୁସାରେ କୀଟନାଶକ ଓାୖଷଧ କ୍ରୟ କଲେ ହିଁ ମୁଗ ବିହନ ପ୍ରଦାନ କରାଯିବ । ଉକ୍ତ କୀଟନାଶକ ଓାୖଷଧର ଧାର୍ଯ୍ୟ ଦର ପରବର୍ତ୍ତୀ ସମୟରେ ସବସିଡ୍ ନୀତି ପ୍ରକାରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଇ ଦିଆଯିବ, ଯାହା ଫଳରେ ଚାଷୀ ମାନେ କ୍ରୟ କରିଥିବା କୀଟନାଶକ ଓାୖଷଧ ମାଗଣାରେ ପାଇପାରିବେ ବୋଲି କହିଛନ୍ତି। ଦାବିପତ୍ର ପ୍ରଦାନ ସମୟରେ ଉଲ୍ଲା ସାହୁ, ପ୍ରଭାକର ସେଠି, କବି ଗୈାଡ, ନରସିଂହ ପାଣିଗ୍ରାହୀ, ବିରନାଥ ସାହୁ, ସୁରେନ୍ଦ୍ର ସାବତ, ଦୁର୍ଗାମାଧବ ପଣ୍ଡା, ସୁରେନ୍ଦ୍ର ସେଠି, ଟୁନା ସାହୁ, ଚନ୍ଦ୍ରଭାନୁ ସାବତଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.