ବ୍ରହ୍ମପୁର : ବାଜପେୟୀଙ୍କ ଜନ୍ମ ତିଥି ଅବସରରେ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ର ଉଦଘାଟନ କଲେ କଲେ ଭାରତୀୟ ଜନତା ପାର୍ଟି ର ରାଜ୍ୟ ସଭାପତି ମନମୋହନ ସାମଲ । ସମଗ୍ର ବିଶ୍ବ ରେ ରାଷ୍ଟ୍ର ରାଷ୍ଟ୍ର ମଧ୍ଯରେ ପ୍ରେମ ଓ ବନ୍ଧୁତ୍ୱ ସ୍ଥାପନ କରି ଶାନ୍ତି ପ୍ରତିଷ୍ଠା କରିବା ଅଟଳ ବିହାରୀ ବାଜପେୟୀଙ୍କ ଏକ ମାତ୍ର ଲକ୍ଷ୍ଯ ଥିଲା, ତାଙ୍କର ୧୦୦ ତମ ଜୟନ୍ତୀ ଅବସରରେ ତାଙ୍କ ଆଦର୍ଶ ଏବଂ ସ୍ୱପ୍ନ କୁ ସାକାର କରିବା ପାଇଁ ନିଜକୁ ସମର୍ପିତ କରି, ତାଙ୍କର ନିତି ଆଦର୍ଶ ଘରେଘରେ, ,ସ୍କୁଲ କଲେଜ ସବୁଥିରେ ବର୍ଷ ସାରା ବିଭିନ୍ନ ଢଙ୍ଗରେ ପାଳନ କରିବା ପାଇଁ ଭାରତୀୟ ଜନତା ପାର୍ଟି ନିଷ୍ପତ୍ତି ନେଇଥିବା ଶ୍ରୀ ସାମଲ ମତବ୍ୟକ୍ତ କରିଥିଲେ l ଏହି ଅବସରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ଅଟଳ ଜୀକଂ ଆଦର୍ଶ କୁ ଶାକାର କରିବା ସହିତ ଆଜିର ଦିବସକୁ ସୁଶାସନ, ଏକତା ଏବଂ ପ୍ରଗତିର ଦିବସ ଭାବେ ସାରା ଦେଶ ପାଳନ କରୁଛି। ତାଙ୍କ ନୀତି କୁ ସମସ୍ତେ ଆଦର୍ଶ ରୂପେ ଗ୍ରହଣ କରି ଏକ ବିକଶିତ ଦେଶ ଗଠନ ହୋଇପାରିବ ବୋଲି କହିଥିଲେ।
ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାରଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ଉନ୍ମୋଚନ ସମାରୋହ ରେ ଛତ୍ରପୁର ବିଧାୟକ କୃଷ୍ଣ ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ ,ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା,ରାଜ୍ଯ ପ୍ରବକ୍ତା ଟି ଗୋପି,ପୂର୍ବତନ ବିଧାୟକ ଶିବ ସାହାଣୀ, ରାଜ୍ୟ କାର୍ଯ୍ୟକାରିଣୀ ସଭାନେତ୍ରୀ ବବିତା ପାତ୍ର, ବରିଷ୍ଠ ବିଜେପି ନେତା , ବିଷ୍ନୁ ସୁବୁଦ୍ଧି,ଅଶୋକ ଶୁକ୍ଲା, ପ୍ରଦୀପ ନାୟକ, ଗୌରୀ ସାମନ୍ତରାୟ, ସବିତା ସୁଆର ,ବନମାଳୀ ସେଠି, , ପୂର୍ବତନ ବିଡିଏ ଅଧକ୍ଷ ଶରତ ପଟ୍ଟନାୟକ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।