ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମନୁସେନା ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ବ୍ରହ୍ମପୁର : ଭାରତରତ୍ନ ଅଟଳ ବିହାରି ବାଜପେୟୀଙ୍କ ଜନ୍ମ ଶତ ବର୍ଷିକୀ ଅବସରରେ ମନୁସେନା ପକ୍ଷରୁ ଆୟୋଜିତ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ରକ୍ତର ଅଭାବ ଯୋଗୁଁ କେହି ରୋଗୀଙ୍କ ଯେଭଳି ମୃତ୍ୟୁ ନ ହୁଏ ସେହି ଲକ୍ଷ୍ୟରେ ଏହି ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଶିବିରରେ ମନୁ ସେନାର ବହୁ ସଦସ୍ୟଙ୍କ ସମେତ ଚିକିଟି, ପାତ୍ରପୁର ବ୍ଲକ ସମେତ ବ୍ରହ୍ମପୁର ସହରର ବହୁ ବିଜେପି ନେତା, କର୍ମୀ ସହ ସାଧାରଣ ବାସିନ୍ଦା ସ୍ବତଃ ପ୍ରବୃତ୍ତ ଭାବେ ଯୋଗ ଦେଇ ରକ୍ତଦାନ କରିଥିଲେ । ଆଜି ମୋଟ ୧୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନେତୃତ୍ୱରେ ମନୁ ସେନା କାର୍ଯ୍ୟ କରୁଥିବା ବେଳେ ରକ୍ତଦାନ ସହ ମେଡିକାଲରେ ରୋଗୀଙ୍କ ସେବା କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ମନୁ ସେନା ସାମିଲ ହୋଇଛି । ଆଗକୁ ମଧ୍ୟ ଏଭଳି ସାମାଜିକ ସେବା ଜାରି ରହିବ ବୋଲି କହିଛନ୍ତି ଚିକିଟି ବିଧାୟକ ଓ ମନୁ ସେନାର ସଦସ୍ୟ |ଏହି ଅବସରରେ ମନୁ ସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା, ବରିଷ୍ଟ ବିଜେପି ନେତା ବନ ସେଠି, ସୁନୀଲ ବିଷୋୟୀ,ପାତ୍ରପୁର ବ୍ଲକ ଅଦ୍ଧକ୍ଷା y.ସଂଯୁକ୍ତା, ଚିକିଟି ପୂର୍ବତନ ଅଦ୍ଧକ୍ଷ ନାର୍ସିଙ୍ଗଳୁ ମୂର୍ତ୍ତି, କରପୁରେଟର ଅଶୋକ ଶୁକ୍ଳ , ଚାନ୍ଦପୁର ସମିତି ଅଖୟ ସେଠି, ଜୟନ୍ତୀପୁର ସମିତି ବାଲାଜୀ ପାଢ଼ୀ, ପାତ୍ରପୁର ସରପଞ୍ଚ ସଦା ନନ୍ଦ ନାୟକ ଙ୍କ ସହ ଆଜିର ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.