ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ତ ବିଭିନ୍ନ ଜାଗାରେ ଆଜି ଏମଭିଆଇ ଯାଞ୍ଚ ବସି ଫାଇନ ଆଦାୟ କରାଯାଇଥିଲା । ଏହି ଯାଞ୍ଚରେ ହେଲମେଟ, ଲାଇସାଂଶ, ଗାଡିର କାଜପତ୍ର, ଇସ୍ପିଟ ଡ୍ରାଇଭିଙ୍ଗ, ଡ୍ରିଙ୍କିଙ୍ଗ ଡ୍ରାଇଭିଙ୍ଗ, ସିଟ ବେଲଟ ଏବଂ ତିନିଜଣ ବସି ବାଇକ ଚଲାଇବାକୁ ନେଇଁ ଯାଞ୍ଚ ବସିଥିଲା ଏବଂ ଚାଳକଙ୍କୁ ସଚେତନତା ମଧ୍ୟ କରାଯାଇଥିଲା । ମୋଟ ୧୪ ଟି ବାଇକ ରେ ଆଜି ୧୬୦୦୦ ହଜାର ଫାଇନ ଆଦାୟ ହୋଇଥିବା ଜଣାପଡିଛି । ଏହି ଯାଞ୍ଚ କୁ ଆଜି ରାଏବଗା ଥାନା ଅଧିକାରୀ ଏସ ଆଇ ପ୍ରହ୍ଲାଦ କୁମାର ପ୍ରଧାନଙ୍କ ନିର୍ଦେଶ କ୍ରମେ କରାଯାଇଥିଲା ।
ଏଏସଆଇ ସୁରେଷ ଚନ୍ଦ୍ର ସାମଲ, ଏ ଏସ ଆଇ ଶଶୀଭୁଷଣ ମହାତଙ୍କ ସହିତ ପୋଲିସ କାର୍ଯ୍ୟକର୍ତା ମାନେ ଏହି ଏମ ଭି ଆଇ ଜାଞ୍ଚ ରେ ଉପସ୍ଥିତ ରହି ସହଯୋଗ କରିଥିଲେ ।