ନୟାଗଡ଼ : ନୟାଗଡ଼ ଜିଲ୍ଲା ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ବରକନ୍ୟା ଝରଣା ଉନ୍ନତିକରଣରେ ବ୍ୟାପକ ଦୁର୍ନୀତି ହୋଇଛି । ଏହାର ବିଧିବଦ୍ଧ ତଦନ୍ତ ନ ସରିବା ପର୍ଯ୍ୟନ୍ତ ବିଲ୍ ପୈଠ ନ କରିବାକୁ ଦାବି କରାଯାଇଛି । ଏ ସଂକ୍ରାନ୍ତରେ ଅଖିଳ ଭାରତ ଯୁବ ଛାତ୍ର ସଂସଦର ପ୍ରତିଷ୍ଠାତା ସେଖ ଅବଦୁଲ ଅହାଦ ଏକ ଦାବିପତ୍ର ସହକାରୀ ବନ ସଂରକ୍ଷକ ଡ. ସତ୍ୟଜିତ କରଙ୍କୁ ପ୍ରଦାନ କରିଛନ୍ତି ।
ସୂଚନାଧିକାର କର୍ମୀ ଏବଂ ବିଭିନ୍ନ ସମାଜସେବୀ ସୂଚନାଧିକାର ଆଇନ ଦ୍ୱାରା ପଞ୍ଚରିଡ଼ା ବନାଞ୍ଚଳ ଅଧିକାରୀଙ୍କୁ ତଥ୍ୟ ମାଗିଥିଲେ । ଏହି ତଥ୍ୟରୁ ଜଣାପଡିଛି ଯେ ବିନା ଟେଣ୍ଡର ବା ବିନା କମିଟିରେ କଟକ ଜିଲ୍ଲାର ଏକ ଘରୋଇ ସଂସ୍ଥାକୁ କାର୍ଯ୍ୟ କରିବାକୁ ଦିଆଯାଇଛି । ବନାଞ୍ଚଳ ଅଧିକାରୀ ଉକ୍ତ ସଂସ୍ଥାର ବିଲ୍ ନକରି ବକେୟା ଟଙ୍କା ପୈଠ ନିମନ୍ତେ ବନାଞ୍ଚଳ ଅଧିକାରୀ , ନୟାଗଡ଼ କୁ ଦାୟିତ୍ବ ଦେବା ସରକାରୀ ଅର୍ଥର ଦୁରୁପଯୋଗ ତଥା ତୋଷାରପାତ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ବିଭାଗୀୟ ତଦନ୍ତ କରାଯିବ ସହ ସାମାଜିକ କର୍ମୀ, ସୂଚନାଧିକାର କର୍ମୀଙ୍କୁ ନେଇ ଏକ ସୋସିଆଲ ଅଡିଟ କରିବାକୁ ଦାବି କରାଯାଇଛି ।
ବରକନ୍ୟା ଝରଣାରେ ଯାଇଥିବା ରାସ୍ତା ଲୋକଙ୍କ ବ୍ୟକ୍ତିଗତ ଜାଗାରେ ବେଆଇନ ଭାବେ କରାଯାଇଛି । ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବାରୁ ମନୁଷ୍ୟ ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କରାଯାଇ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଏହାର ଏକକିତା ନକଲ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ , ପିସିସିଏଫ ଏବଂ ଜିଲ୍ଲାପାଳଙ୍କୁ ଡାକ ଯୋଗେ ପ୍ରେରଣ କରାଯାଇଛି ବୋଲି ଜଣା ପଡିଛି ।
Sign in
Sign in
Recover your password.
A password will be e-mailed to you.