ଶହେ ଏକରରୁ ଅଧିକ ଜମି ଜବରଦଖଲ ମାମଲାରେ ଏନଜିଟି ଛାଟ

ମାଲକାନଗିରି : ଶହେ ଏକର ରୁ ଉର୍ଦ୍ଧ୍ବ ଜଙ୍ଗଲ ଜମି କୁ ବେଆଇନ କବ୍ଜା କରି ମୋଟୁ ର ମାସୁମ ଖାନ ଓ ତା ପରିବାର ସଦସ୍ୟ ଇସଲାମ ନଗର ନିର୍ମାଣ କରିଥିଲେ । ଯାହା ବିଷୟରେ ଖବର ପ୍ରସାରଣ ପରେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ନିଜ ବିଭାଗ କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ପରେ ମୋଟୁ ରେଞ୍ଜର ଙ୍କ ନେତୃତ୍ୱରେ ବନ ବିଭାଗ ପକ୍ଷରୁ ତଦନ୍ତ ମଧ୍ୟ ଆରମ୍ଭ ହୋଇଥିଲା ଏହାସହ ମୋଟୁ ତହସିଲଦାର ଙ୍କ ନେତୃତ୍ୱରେ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ ଆରମ୍ଭ କରାଯାଇଥିଲା । କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ଆସିପାରିଲା ନାହିଁ । କେତେ ପରିମାଣର ରାଜସ୍ୱ ଜଙ୍ଗଲ ଓ କେତେ ପରିମାଣ ର ସଂରକ୍ଷିତ ଜଙ୍ଗଲ ତାହା କୋଉ ବିଭାଗ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ କଲା ନାହିଁ । କିନ୍ତୁ ଏବେ ଏନଜିଟି ର ଛାଟ ପରେ ପୁଣି ଆକ୍ସନ ମୋଡ଼ ରେ ଆସିଛି ମାଲକାନଗିରି ବନ ବିଭାଗ । ପୁନର୍ବାର ତଦନ୍ତ ପାଇଁ ମୋଟୁ ରେଞ୍ଜର ଙ୍କୁ ଦାଇତ୍ୱ ଦେବା ସହ ଦୁଇ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ମାଲକାନଗିରି ଏସିଏଫଓ ମନସୁନ ଖେମୁଣ୍ଡୁ । ଏହାସହ ବେଆଇନ ଇସଲାମ ନଗର କୁ ସଂଯୋଗ ହୋଇଥିବା ରୋଡ଼ ଟି ସମ୍ପୂର୍ଣ୍ଣ ଭାବେ ସରଂକ୍ଷିତ ଜଙ୍ଗଲ ମଧ୍ୟରେ ହୋଇଥିବା ବେଳେ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ପକ୍ଷରୁ କୌଣସି ଅନୁମତି ଦିଆଯାଇନାହିଁ ବୋଲି ଏସିଏଫଓ କହିଛନ୍ତି । ଆଉ ଏଥିପାଇଁ କାଲିମେଳା ବ୍ଲକ କୁ ନୋଟିସ କରାଯାଇ ଉତ୍ତର ମଗାଯାଇଛି ଯେ କେଉଁ ପରିସ୍ଥିତିରେ ସରଂକ୍ଷିତ ଜଙ୍ଗଲ ମଧ୍ୟରେ ରାସ୍ତା ନିର୍ମାଣ କରାଯାଇଥିଲା ଏବଂ ବିଭାଗର ବିନା ଅନୁମତି ରେ କାହିଁକି ନିର୍ମାଣ କରାଯାଇଥିଲା । ଏହାସହ ରାସ୍ତା ନିର୍ମାଣ ସମୟରେ ସେଠାକାର ବନ ବିଭାଗର ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି acf ପ୍ରକାଶ କରିଛନ୍ତି । ତେବେ ଏ ନେଇ ଆମେ ମାଲକାନଗିରି ଉପଜିଲ୍ଲାପାଳ ଙ୍କ ସହ ଯୋଗାଯୋଗ କରିଥିଲୁ ସେ କହିଥିଲେ ବେଆଇନ ଇସଲାମ ନଗର ରେ କିଛି ରାଜସ୍ୱ ବିଭାଗର ଜମି ଓ କିଛି ଜଙ୍ଗଲ ବିଭାଗ ର ଜମି ରହିଛି ଆଉ କିଛି ଜମି ରେ ମାସୁମ ଖାନ ପରିବାର ପକ୍ଷରୁ ଉଚ୍ଚ ନ୍ୟାୟାଳୟ ରେ କେଶ ଚାଲିଛି ଓ ଆମେ ଆଇନ ଗତ ବିଷୟକୁ ତର୍ଜମା କରୁଛୁ ଏବଂ କେଶ ପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ।
କେବଳ ସରକାରି ଜମି ଲୁଟ ନୁହେଁ ବରଂ ଜଡ଼ିବୁଟି ବା ଆୟୁର୍ବେଦ ମେଡିସିନ ନାମରେ ନିରୀହ ଆଦିବାସୀଙ୍କୁ ଲୁଟ କରୁଥିଲା ମାସୁମ ଖାନ ର ଭାଇ ଜମାଲ ଖାନ । ଯାହାର ଖବର ପାଇ ମାଲକାନଗିରି ଉପ ଜିଲ୍ଲାପାଳ ଙ୍କ ନେତୃତ୍ୱରେ ମାଲକାନଗିରି ସିଡିଏମଓ , ମୋଟୁ ତହସିଲଦାର ଓ ମୋଟୁ ପୋଲିସ ପକ୍ଷରୁ ମିଳିତ ଚଢ଼ାଉ କରି ମେଡ଼ିସିନ ପ୍ରସ୍ତୁତ ମେସିନ କୁ ଜବତ କରିବା ସହ ଗୋଟିଏ ଘର କୁ ସିଲ କରିଥିଲା ପ୍ରଶାସନ । କିନ୍ତୁ ବେଆଇନ ମେଡ଼ିସିନ ପ୍ରସ୍ତୁତକାରୀ ଜମାଲ ଖାନ କୁ ଗିରଫ କରିନଥିଲା ଜିଲ୍ଲା ପ୍ରଶାସନ ।

nis-ad
Leave A Reply

Your email address will not be published.