ମାଲକାନଗିରି : ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ଏମ୍.ଭି. ୯ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମବାସୀ ତାଲା ପକାଇ ବିକ୍ଷୋଭ ଜଣାଇଛନ୍ତିା ସେମାନଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟରେ ମୋଟ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବାବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତିା ସେଥିମଧ୍ୟରୁ ଜଣେ ଡେପୁଟେସନରେ ଆସିଥିବା ବେଳେ ସେ ମଧ୍ୟ ଅନ୍ୟତ୍ର ଚାଲି ଗଲୋ ଯାହାଫଳରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରା ଯାଇ ପାରୁନାହିାଁ ବିଶେଷ କରି ଏହି ବିଦ୍ୟାଳୟ ନିକଟବର୍ତୀ ଗ୍ରାମ ମାନଙ୍କର ବହୁ ବିଦ୍ୟାଳୟରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତିନୋଟି ଶିକ୍ଷକ ଓ ୬୦ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୪ ଜଣ ଶିକ୍ଷକ ଥିବା ବେଳେ ଏହି ବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତିା ତେଣୁ ଯଥାଶୀଘ୍ର ଏହି ବିଦ୍ୟାଳୟକୁ ଆଉ ଚାରିଜଣ ଶିକ୍ଷକଙ୍କୁ ଯୋଗାଇ ଦିଆ ଯାଉ ବୋଲି ଦାବି କରିଛନ୍ତିା ଏହି ସମସ୍ୟାର ସମାଧାନ ନ ହେବା ଯାଏଁ ବିଦ୍ୟାଳୟକୁ ତାଲା ପକାଯିବ ବୋଲି କହି ଗ୍ରାମବାସୀ ବିଦ୍ୟାଳୟକୁ ତାଲା ପକାଇଥିଲୋ ଏ ସମ୍ବନ୍ଧରେ ମାଲକାନଗିରି ତହସିଲଦାର ଟିକୁନୁ ପୁଟା ଖବର ପାଇ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଏହି ବିଦ୍ୟାଳୟକୁ ଦୁଇଜଣ ଶିକ୍ଷକଙ୍କୁ ପଠାଯିବ ବୋଲି ପ୍ରତିଶୃତି ଦେଲାପରେ ଗ୍ରାମବାସୀ ବିଦ୍ୟାଳୟର ତାଲା ଖୋଲିଥିଲେ ।
Sign in
Sign in
Recover your password.
A password will be e-mailed to you.