ଏମକେସିଜି ବଡ଼ ମେଡ଼ିକାଲରେ ଚିକିତ୍ସାରେ ଅବହେଳା ଅଭିଯୋଗ : ମହିଳାଙ୍କ ମୃତ୍ୟୁ…

ବ୍ରହ୍ମପୁର : ଏମକେସିଜି ମେଡ଼ିକାଲ ର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଚିକିତ୍ସା ଅବହେଳା ରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ପରିବାର ବର୍ଗ।, ଭୁଲ ଚିକିତ୍ସା, ରକ୍ତ ବଦଳକୁ ନେଇ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଲେ ପରିବାରବର୍ଗ। ରମ୍ଭା ଅଞ୍ଚଳର ସୁନେଲି ନାୟକ ଗର୍ଭ ଯନ୍ତ୍ରଣା ହେବାରୁ ପ୍ରଥମେ ଛତ୍ରପୁର ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଗତକାଲି ଭର୍ତ୍ତି ହୋଇଥିଲେ । ଗତକାଲି ପୁତ୍ର ସନ୍ତାନ ଜନ୍ମ ଦେଇଥିବା ବେଳେ ଅଧିକ ରକ୍ତ ସ୍ରାବ ଯୋଗୁଁ ଗୁରୁତର ହୋଇ ପଡ଼ିଥିଲେ ସୁନେଲି । ରକ୍ତ ଆବଶ୍ୟକ ହୋଇଥିବା ବେଳେ ରକ୍ତ ଭଣ୍ଡାରରୁ ରକ୍ତ ଆଣି ରକ୍ତ ଦିଆଯାଇଥିଲା। ଓ ନେଗେଟିଭ ରକ୍ତ ବଦଳରେ ଓ ପୋଜିଟିଭ ବ ରକ୍ତ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାରବର୍ଗ।ଯାହା ଫଳରେ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଛି। ସେପଟେ ରକ୍ତ ପ୍ରଦାନ କରା ଯାଇଥିବା ରସିଦ ରେ ବାରମ୍ବାର ଓଭର ରାଇଟିଙ୍ଗ କାହିଁକି କରା ଯାଇଛି ବୋଲି ପ୍ରଶ୍ନ କରିଛନ୍ତି ପରିବାରବର୍ଗ।

ଭୁଲ ରକ୍ତ ଦେବା ଏବଂ ଉପଯୁକ୍ତ ଚିକିତ୍ସା ନ କରିବା ଯୋଗୁଁ ଜଣେ ନିରୀହ ମହିଳା ଙ୍କ ଜୀବନ ଯାଇଛି ଓ ମାଁ ଛେଉଣ୍ଡ ହୋଇଛି ଶିଶୁ ବୋଲି ମୃତକଙ୍କ ସମ୍ପର୍କୀୟ ଓ ବାପା ସୁଧୀର ନାହାକ କରିଛନ୍ତି। ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ବୋଲି କହିଛନ୍ତି ମେଡିକାଲ କତୃପକ୍ଷ. ଏମ କେ ସି ଜି ରେ ରକ୍ତ ନମୁନା ପରୀକ୍ଷା କରା ଯାଇଥିଲା. ଓ ନେଗେଟିଭ ରକ୍ତ ଜଣା ପଡିବା ପରେ ସେହି ରକ୍ତ ପ୍ରଦାନ କରା ଯାଇଥିବା କହିଛନ୍ତି ମେଡିକାଲ ଅଧିକ୍ଷକ ପ୍ରଫେସର ଡା ସୁଚିତ୍ରା ଦାସ ।. ଅଧିକ ରକ୍ତ ସ୍ରାବ ଏବଂ ରକ୍ତ ହୀନତା ରୋଗ ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଭାଗୀୟ ମୁଖ୍ୟ ଡାକ୍ତର ସଂଘମିତ୍ରା ମହାପାତ୍ର। ରକ୍ତ ଭଣ୍ଡାରରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଉଚିତ ରକ୍ତ ପ୍ରଦାନ କରା ଯାଇଥିନା କହିଛନ୍ତି ରକ୍ତ ଭଣ୍ଡାରର ମୁଖ୍ୟ ଡାକ୍ତର ସବିତା ପଳେଇ ସୂଚନା ଦେଇଛନ୍ତି। ବାସ୍ତବରେ ଭୁଲ ରହିଲା କେଉଁଠି ? ଭୁଲ ଚିକିତ୍ସା ନା , ଭୁଲ ରକ୍ତ ଦିଆଯିବା ନା ଆଉ କେଉଁ କାରଣ ଯୋଗୁଁ ପ୍ରସୂତି ମହିଳାଙ୍କ ମୃତ୍ୟୁ ହେଲା ତାହା ତଦନ୍ତ ସାପେକ୍ଷ ରହିଛି। ନିଜ ତ୍ରୁଟି, ଦୋଷ ଝାଡ଼ି ମେଡ଼ିକାଲ କର୍ତ୍ତୃପକ୍ଷ ରହିଥିବା ବେଳେ ତଦନ୍ତ କେମିତି ହେବ ଏବଂ ଏମିତି ଚିକିତ୍ସା ଅବହେଳା, ତ୍ରୁଟି ପୂର୍ଣ ଚିକିତ୍ସା ଯୋଗୁଁ ଆଉ କେତେ ନିରୀହ ଜୀବନ ଯିବ ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି?

nis-ad
Leave A Reply

Your email address will not be published.