ଭିନ୍ନକ୍ଷମ ସହାୟତା କେନ୍ଦ୍ର ନିମନ୍ତେ ଗୃହ କିମ୍ବା ଜମି ପ୍ରଦାନ ନିମନ୍ତେ ରାଜ୍ୟ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ
ବ୍ରହ୍ମପୁର : ମୁକ୍ତ ଆକାଶ ଭିନ୍ନକ୍ଷମ ଉନ୍ନୟନ ସଂଗଠନ ଦୀର୍ଘ ୧୫ ବର୍ଷ ହେବ ବ୍ରହ୍ମପୁର ଅଂଚଳରେ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କୁ ନେଇ ଗଠନ କରିଆସୁଛି ଏବଂ ଏହି ଅନୁଷ୍ଠାନ ସରକାରଙ୍କ ଦ୍ବାରା ପଞ୍ଜିକୃତ ବ୍ରହ୍ମପୁରର ଏକମାତ୍ର ଅନୁଷ୍ଠାନ । ଭିନ୍ନକ୍ଷମ ମାନଙ୍କ ସମସ୍ୟା ଓ ଜୀବନ ଜୀବିକା ନେଇ କାର୍ଯ୍ୟ କରିଆସୁଛନ୍ତି । ଏହି ଅନୁଷ୍ଠାନର କାର୍ଯ୍ୟାଳୟଟି ବ୍ରହ୍ମପୁର ମହାନଗର ନିଗମ ୱାର୍ଡ ନଂ ୧୦ ରାଧାକାନ୍ତ ସାହି ଠାରେ ଅସ୍ଥାୟୀ ଭାବେ ଏକ ଭଡ଼ା ଘରେ ଅବସ୍ଥିତ । ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କ ଆବଶ୍ୟକତାକୁ ଗରୁତ୍ବ ଦେଇ ଏହି ଅନୁଷ୍ଠାନ ତରଫରୁ ନିଷ୍ପତି ନିଆଯାଇଛି ଯେ ଭିନ୍ନକ୍ଷମ ଭାଇ ଭଉଣୀ ମାନଙ୍କ ନିମନ୍ତେ ବ୍ରହ୍ମପୁରରେ ଏକ ଭିନ୍ନକ୍ଷମ ସହାୟତା କେନ୍ଦ୍ର ସ୍ଥାପନ ନିମନ୍ତେ I ଯଦ୍ୱାରା କି ଭିନ୍ନମାନଙ୍କ ସମସ୍ୟାର କିପରି ସମାଧାନ ହୋଇପାରିବ ଏବଂ ଧନ୍ଦାମୂଳକ ତାଲିମ ଦ୍ବାରା ସେମାନଙ୍କ ଜିବନ କିବୀକା କିପରି ସମ୍ଭବ ହୋଇ ପାରିବ । ଉକ୍ତ ସହାୟତା କେନ୍ଦ୍ର ନିମନ୍ତେ ଏକ କୋଠରୀ ର ଆବଶ୍ୟକତା ପଡ଼ୁଅଛି ଯାହା କି ଏହି ଅନୁଷ୍ଠାନ ପକ୍ଷେ ସମ୍ଭବପର ନୁହେଁ ।
ମୁକ୍ତ ଆକାଶ ଭିନ୍ନକ୍ଷମ ଉନ୍ନୟନ ସଂଗଠନ ଅନୁଷ୍ଠାନ ତରଫରୁ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନଙ୍କ ବୃହତର ସାର୍ଥ ଦୃଷ୍ଟିରୁ ବ୍ରହ୍ମପୁର ମହାନଗର ନିଗମକୁ ଏକ ଗୃହ ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି । ଏହି ପରିପ୍ରକ୍ଷିରେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ଅନୁଷ୍ଠାନକୁ ଏକ କୋଠରୀ ବିଶିଷ୍ଟ ଗୃହ ପ୍ରଦାନ କରିବାକୁ ମେୟର ଓ କମିଶନ୍ର ପ୍ରତିଶୃତି ଦେବା ସହିତ ତାହାକୁ ନିଗମର ଷ୍ଟାଣ୍ଡିଙ୍ଗ କମିଟିକୁ ସୁପାରିଶ କରିଛନ୍ତି ।
ଏଣୁ ଏହି ଅନୁଷ୍ଠାନ ତରଫରୁ ନିବେଦନ କରିଛନ୍ତି l ଏବଂ ବ୍ରହ୍ମପୁର ମହାନଗର ନିଗମକୁ ଏକ କାର୍ଯ୍ୟାଳୟ ନିମନ୍ତେ ଏକ ଗୃହ ପ୍ରଦାନ ନିମନ୍ତେ ସୁପାରିଶ କଲେ ଭିନ୍ନକ୍ଷମ ମାନେ ପାଇବା ସରଳ ହେବା ସହିତ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀ ମାନେ ସଦା ସର୍ବଦା ଉପକୃତ ହୋଇ ରହିବୁ ବୋଲି ରାଜ୍ୟ ଇସ୍ପାତ,ଖଣି,ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି |