ରାୟଗଡ଼ା : ତା : ୦୯/୧୧/୨୪ରାୟଗଡା ଜିଲ୍ଲା ଅନ୍ତର୍ଗତ କାଶୀପୁର ଥାନା ଚନ୍ଦ୍ରଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟରେ ଗତକାଲି ଅଧ୍ୟନରେ ଜଣେ ଛାତ୍ର ନିଜ ବେକରେ ଟାୱାଲ ଯୋଗୁଁ ଆତ୍ମହତ୍ୟା କରିଥିବା ଓ ଝୁଲନ୍ତା ଅବସ୍ଥାରେ ଥିବା ଛାତ୍ରର ଶବକୁ କାଶୀପୁର ପୋଲିସ ଜବତ କରିଛି। କିନ୍ତୁ ମୃତ୍ୟୁ ର କାରଣ ଅସ୍ପଷ୍ଟ ହେଇଥିବାବେଳେ ଅସ୍ୱାଭାବିକ ମୃତ୍ୟୁ କୁ ନେଇ ପରିବାର ପକ୍ଷରୁ ସନ୍ଦେହ କରୁଥିବା ଅଭିଯୋଗ କରୁଥିବା ବେଳେ ଘଟଣା ସତ୍ୟସତ୍ୟା ଉନ୍ମଚନ ପାଇଁ କାଶୀପୁର ଥାନା ଅଧିକାରୀ, କାଶୀପୁର ତହସିଲଦାର ଓ ରାୟଗଡ଼ା ଏସ ଡି ପି ଓ ଉପସ୍ଥିତିରେ କାଶୀପୁର ପୋଲିସ ଅଧିକ ତଦନ୍ତ ଜାରୀରଖିଛି । ସୂଚନା ମିଳିଥିବା ପ୍ରକାରେ ମୃତ ଛାତ୍ର ଜଣଙ୍କ ହେଲେ ବ୍ଳକ ଅନ୍ତର୍ଗତ ଖୁରି ଗାଁ ଗ୍ରାମର କୁନା ଝୋଡ଼ିଆଙ୍କର ଦ୍ଵିତୀୟ ସନ୍ତାନ ୪ ର୍ଥ ଶ୍ରେଣୀ ଅଧ୍ୟନରତ ଛାତ୍ର ଖଗେଶ୍ୱର ଝୋଡ଼ିଆ ( ବୟସ ୧୦) ବୋଲି ଜଣାପଡିଛି ।
କୁନା ଝଡ଼ିଆ ଜଣେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ । ପର୍ବପର୍ବାଣ ସକାସେ ପରିବାର ର ଖୁସି ନିମନ୍ତେ ସେ ଦଶହରା ପୂର୍ବରୁ କେରଳ ରୁ ନିଜ ଗାଁ କୁ ଆସିଥିଲେ । ପୁଣି ପର୍ବଣ ରେ ବିଦ୍ୟାଳୟ ଛୁଟି ହେତୁ ପୁଅ ଖଗେଶ୍ୱର ଙ୍କୁ ଚନ୍ଦ୍ରଗିରି ବିଦ୍ୟାଳୟ ରୁ ଘରକୁ ଆଣିଥିଲେ । ହେଲେ ଦଶହରା, ଦୀପାବଳି ପୁଣି ନିଜ ସମ୍ପ୍ରଦାୟର ଏକ ପର୍ବ କୁ ସପରିବାର ଖୁସିରେ ପାଗଳ କରିଥିଲେ । ଛୁଟି ଅବଧି ପରେ ରବିବାର ଦିନ କୁନା ଝୋଡ଼ିଆ ଖଗେଶ୍ୱର ଙ୍କୁ ଚନ୍ଦ୍ରଗିରି ବିଦ୍ୟାଳୟ ରେ ଛାଡି ଆସିଥିଲେ ।
ହେଲେ ଗତକାଲି ମଧ୍ୟାନ ସମୟରେ କୌଣସି କାରଣ ରୁ ନିଜ ଖଟିଆ ରେ ଥିବା ମଶାରୀ ଟାଙ୍ଗିବା ଲୁହା ରୋଡ଼ ରେ ଏକ ଟାୱାଲ ଯୋଗେ ବେକରେ ବନ୍ଧା ହେଇଥିବା ଖଗେଶ୍ୱର ଝୋଡ଼ିଆଙ୍କର ମୃତ ଦେହ କୁ ଝୁଲନ୍ତା ଅବସ୍ଥାରେ ଦେଖିବା କୁ ମିଳିଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଗତକାଲି ଦ୍ବୀପହର ରେ ସ୍ଥାନୀୟ ପୋଲିସ ପ୍ରଶାସନ ସହ ପରିବାର ବର୍ଗଙ୍କୁ ଅବଗତ କରାଇଥିଲେ । ଖବର ପାଇ କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ସହ ଏକ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିବାବେଳେ ଏଭଳି ଖବର ପୁରା ଅଞ୍ଚଳରେ ସକାକୁଳ ପରିସ୍ଥିତି ଉପଜିଛି । ଘଟଣା କୁ ନେଇ ପରିବାର ପକ୍ଷରୁ ପୁଅ ଖଗେଶ୍ୱର ର ମୃତ୍ୟୁ ଅସ୍ୱାଭାବିକ ହେଇଥିବା ସନ୍ଦେହ ରେ ଏହା ଏକ ହତ୍ୟା କରାଯାଇଥିବା ଅଭିଯୋଗ ପ୍ରକାଶ କରିଥିବାବେଳେ ଘଟଣା ର ସତ୍ୟ ସତ୍ୟା ପାଇଁ ଅଧିକ ତଦନ୍ତ ନିମନ୍ତେ କାଶୀପୁର ଅତିରିକ୍ତ ତହସିଲଦାର ବୟିନୀ ସତୀଶ କୁମାର ଓ ରାୟଗଡା ଏସ ଡି ପି ଓ ରଶ୍ମି ରଞ୍ଜନ ସେନାପତିଙ୍କର ଉପସ୍ଥିତି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ହେଲେ ପରିବାର ବର୍ଗଙ୍କ ଅନୁମତି ନଥିବାରୁ ଗତକାଲି ସନ୍ଧ୍ୟା ୬ଟାରୁ ଜବତ ଶବ ବର୍ତମାନ ପର୍ଯ୍ୟନ୍ତ ବ୍ୟବଚ୍ଛେଦ ହୋଇ ପାରିନଥିବାବେଳେ ଅଧିକ ତଦନ୍ତ ଓ ବ୍ୟବଚ୍ଛେଦ ରିପର୍ଟ ପରେ ପ୍ରକୃତ କଥା ଜଣାପଡିବ ବୋଲି କାଶୀପୁର ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାଏକ ପ୍ରକାଶ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.