ଆସିକା ପୋଲିସର ଦବଙ୍ଗଗିରି ବାବୁଙ୍କ ଉପରେ କାର୍ଯ୍ୟନୁଷ୍ଠାନ ହେବ କେବେ….?

ଏ.ସପି ଙ୍କ ପ୍ରତିଶୃତି ନାଲିଫିତା ତଳେ ଦବିଗଲାକି ……??


ଘଟଣା କୁ ଏକ ସପ୍ତାହ ପୁରିଲାଣି ନିରୀହ ଯୁବତୀ କନ୍ୟାୟ ଅପେକ୍ଷା ରେ…
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଥାନା ଇଲାକାର ମାଗୁରା ପଲ୍ଲୀ ଗ୍ରାମର ସିମାଞ୍ଚଳ ବେହେରାଙ୍କ ବନ୍ଦ କୋଠରୀର ତାଲା ଭାଙ୍ଗି ଥିଲା ପୋଲିସ ଏବଂ ତାଲା ଭାଙ୍ଗି ଘରେ ଥିବା ଜିନିଷ ପତ୍ର ଗୁଡିକୁ ଭଙ୍ଗା ରୁଜା କରିଥିଲା ।ଆସିକା ପୋଲିସ ର ଗୁଣ୍ଡାରାଜ ଗତ ଏକ ତାରିଖ ଦିନ ଉକ୍ତ ଘଟଣା କୁ ନେଇ ଅଭିଯୋଗ କରିଛନ୍ତି ସିମାଞ୍ଚଳଙ୍କ ସ୍ତ୍ରୀ ସ୍ୱପ୍ନା ବେହେରା।ସିମାଞ୍ଚଳ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସ୍ୱପ୍ନା ଗର୍ଭବତୀ ଥିବା ଯୋଗୁଁ ନିଜର ବାପ ଘରକୁ ଯାଇଥିଲେ। ଆସିକା ପୋଲିସ ଏକ ତାରିଖ ଦିନ ଦଶ ଘଣ୍ଟ ସମୟରେ ମାଗୁରା ପଲ୍ଲୀ ଗ୍ରାମରେ ପାହଞ୍ଚି ସ୍ୱପ୍ନା ବେହେରାଙ୍କ ବନ୍ଦ କୋଠରୀର ତାଲାକୁ ଭାଙ୍ଗି ଘରେ ପ୍ରବେଶ କରି ଘରର ଆସବପତ୍ର ନଷ୍ଟ କରିଥିଲେ ପୋଲିସ ବାବୁ। ଅଘଟଣା ସ୍ୱପ୍ନା ଖବର ପାଇ ଗ୍ରାମରେ ପାହଞ୍ଚି ଘରର ଅବସ୍ଥା ଦେଖି ଥାନାରେ ଅଭିଯୋଗ ଲିଖିତ କରିଥିଲେ। ଏହାପରେ ସ୍ୱପ୍ନାଙ୍କ ପିତା ଓ ମାଉସୀ ଗଞ୍ଜାମ ଏ.ସପି ଙ୍କୁ ଦୁଃଖ ଜଣାଇଥିଲେ। ନିଜର ଭୁଲ ସ୍ୱୀକାର କରିବା ସହ ଏ ସପି ସାହେବ ସମସ୍ତ ଭଙ୍ଗା ଯାଇଥିବା ସାମଗ୍ରୀ ନୂଆଁ ଦିଆଯିବ ବୋଲି କହିଥିଲେ। ଘଟଣା ଘଟିବାର ଏକ ସପ୍ତାହ ହୋଉଥିଲେ ବି ଘରର ଭାଙ୍ଗିଥିବା ସାମଗ୍ରୀ ଏଯାବତ ଦିଆଯାଇନାହିଁ। ପୋଲିସ କୁ କିଏ କ୍ଷମତା ଦେଲା ବନ୍ଦ କୋଠରୀ ର ତାଲା ଭାଙ୍ଗିବାର ଅଧିକାର ଓ ନିରୀହ ଗରିବ ମହିଳାଙ୍କ ଘରର ସାମଗ୍ରୀ ଭଙ୍ଗିବାକୁ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ଙ୍କ ତାଗିତ କଣ ଘରୋଇ ବିଭାଗ ମାନୁନି କି ବୋଲି ଲୋକେ କହିଲେଣି। ଏଠାରେ ସୂଚନା ଥାଉକି ଯଦି ଆଉ କିଏ ଏହି ପରି ଘଟଣା ଘଟାଇ ଥାନ୍ତା ତେବେ ପୋଲିସ ଉକ୍ତ ବ୍ୟକ୍ତି ନାମ ରେ ଚୋରୀ କିମ୍ବା ଡକାୟତି ଦଫା ଲଗାଇ ଗିରଫ କରି ଜେଲ ପଠାଇ ଥାନ୍ତା କିନ୍ତୁ ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ କଣ ଦୋଷ ନାହିଁ କି ବୋଲି ଚର୍ଚ୍ଚା ଜୋର ଧରୁଛି l ଜିଲ୍ଲା ଆରକ୍ଷୀ ଅଧିକାରୀ ସମସ୍ତ ବିଷୟ ଜାଣି ଚୁପ କାହିଁକି ଯୁବତୀ ଜଣକୁ ନ୍ୟାୟ ଦେବାରେ ବିଳମ୍ବ କୁ ଦେଖି ସାଧାରଣ ରେ ପୋଲିସ ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ତୁଟି ଯିବା ଦେଖିବାକୁ ମିଳୁଛି l ଉକ୍ତ ଗର୍ଭବତୀ ମହିଳା ନ୍ୟାୟ ପାଇବା ଆଶା ରେ ଘରକୁ ଥାନା ବୁଲୁ ଥିବା ଦେଖିବାକୁ ମିଳୁଛି ଯାହାକୁ ସାଧାରଣ ଲୋକେ ନିନ୍ଦା ବି କଲେଣି l ତେଣୁ ଉକ୍ତ ଘଟଣା କୁ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଗୁରୁତର ସହିତ ନେଇ ଉକ୍ତ ଯୁବତୀ କୁ ନ୍ୟାୟ ଦେବାକୁ ସାଧାରଣ ରେ ଦାବି ହୋଇଛି l

nis-ad
Leave A Reply

Your email address will not be published.