ଚିକିଟୀ ରେ ବାଘ ପରେ ତିନି ଟିକିଆ ହାତୀ ଆତଙ୍କ…


ଚିକିଟୀ : ବ୍ରହ୍ମପୁର ବନଖଣ୍ତ ଅଧିନସ୍ଥ ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଚିକିଟୀ ଅଞ୍ଚଳରେ ଗତ କିଛିଦିନ ଧରି ମହାବଳ ବାଘ ଆତଙ୍କ ସୃଷ୍ଟି କରିଛି। ଚିକିଟୀ ଅଞ୍ଚଳରେ ବନ୍ୟଜନ୍ତୁ ଭ୍ରମଣ ଯୋଗୁଁ ସ୍ଥାନୀୟ ଜନସାଧାରଣ ଆତଙ୍କିତ ହୋଇଥିବା ଜଣାପଡିଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ଲୋକେ ବାହାରକୁ ଆସିବା ପାଇଁ ଡରୁଛନ୍ତି। ଗତ ମଙ୍ଗଳବାର ରାତିରେ ମହାବଳ ବାଘ ଚିକିଟୀ ଅଞ୍ଚଳରୁ ଦିଗପହଣ୍ଡି ମୁହାଁ ହୋଇଥିବା ଜଣାପଡିଛି। ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଜକର ଗ୍ରାମ ନିକଟରେ ପରିବା ବାଡ଼ରେ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ। ଏହି ପାଦ ଚିହ୍ନ ଠାବ ହେଲାପରେ ବାଘ ଦିଗପହଣ୍ଡି ମୁହାଁ ହୋଇଥିବା ସନ୍ଦେହ କରିଛନ୍ତି ବନ ବିଭାଗ। ବାଘ ପରେ ଏବେ ଚିକିଟୀ ବ୍ଲକ କେ ନୂଆଗାଁ ଗ୍ରାମ ପାଞ୍ଚାୟତ ଅନ୍ତର୍ଗତ ରତନେଶ୍ଵରୀ ମନ୍ଦିର ଆଖପାଖ ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି ହୋଇଅଛି। ଗତକାଲି ବିଳମ୍ବିତ ରାତିରେ ଚିକିଟୀ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ କରୁଥିବା ବେଳେ ଦୁଇ ଟିକିଆ ହାତୀ କଳିଙ୍ଗଦଳା ଡ଼୍ୟାମ ନିକଟରେ ଥିବା ଦେଖିବାକୁ ମିଳିଥିଲା। ଫରେଷ୍ଟ ଗାର୍ଡ ମାନଙ୍କ ପ୍ରଚେଷ୍ଟା କରିବା ପରେ ସେଠାରୁ ହାତୀ ରତନେଇ ପାହାଡ଼ ପାଦଦେଶ ଆଡକୁ ଫେରିଥିବା ଜଣାପଡିଛି। ଅନ୍ୟପକ୍ଷରେ ଦୁଇ ଟିକିଆ ହାତି ଡ଼୍ୟାମ ଠାରୁ ରତନେଇ ପାହାଡ଼କୁ ଯିବା ରାସ୍ତାରେ ଥିବା ବହୁ ଧାନ ଫସଲ ନଷ୍ଟ କରିଥିବା ନେଇ ସ୍ଥାନୀୟ ଚାଷୀମାନେ କହିଛନ୍ତି। ଏହି ବିଷୟରେ ସ୍ଥାନୀୟ ଦିଗପହଣ୍ଡି ରେଞ୍ଜରଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ଚିକିଟୀ ବନାଞ୍ଚଳରେ ତିନି ଟିକିଆ ହାତି ପୋଲ ସଂଚାର କରୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ପୋଲର ଗତିବିଧି ଉପରେ କଡ଼ା ନଜର ରଖିଥିବା ସହିତ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କଡାକଡି କରାଯାଉଥିବା ନେଇ ସୂଚନା ଦେଇଛନ୍ତି ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ ଦିବ୍ୟ ରଞ୍ଜନ ସାହୁ।

nis-ad
Leave A Reply

Your email address will not be published.