ଛତ୍ରପୁର : ଓଡିଶା ଭାଷା ଓ ସାହିତ୍ୟ ର ବରିଷ୍ଠ ପ୍ରାଧ୍ୟାପକ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର N.C.C ଆର୍ମି ବିଭାଗର ପୁର୍ବତନ ମେଜର ତଥା ଓଡ଼ିଆ ବିଭାଗ ର ଅଧ୍ୟାପକ ଡ଼ ଚିନ୍ତାମଣି ଭାରତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର କଟକ ର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ସେ ଦୀର୍ଘ 35 ବର୍ଷ ଓଡ଼ିଆ ବିଭାଗର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ରେ ନିଜର ଅଧ୍ୟାପନା କରି ଓ N.C.C ପାଇଁ ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ l ସେ 2004-2008 ଦୀର୍ଘ 5 ବର୍ଷ ଛତ୍ରପୁର, ବିଜ୍ଞାନ ମହାବିଦ୍ୟାଳୟ ର N.C.C ବିଭାଗର ଛାତ୍ରମାନଙ୍କ ପାଇଁ ବହୁ ପ୍ରୟାସ ଓ ଆପ୍ରାଣ ଉଦ୍ୟମ କରି ସେମାନଙ୍କ ପାଇଁ ବହୁତ ନିଯୁକ୍ତି ର ସୁଯୋଗ ଦେଇପାରିଥିଲେ l ସେହି ପରିପ୍ରେକ୍ଷୀରେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ର N.C.C ଓ ଓଡ଼ିଆ ବିଭାଗର ଛାତ୍ରମାନଙ୍କ ଉପସ୍ଥିତିରେ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱ ରେ ଓ N.C.C ନାଭାଲ ବିଭାଗର ଅଧ୍ୟାପକ ଶ୍ରୀ ମନୋରଞ୍ଜନ ମହାରଣା ଓ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ ଇମତିହାନ ସାହା ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ଉପସ୍ଥିତି ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହେlଇଥିଲା l ଏହି ସଭାରେ ତାଙ୍କ ସହିତ ସେସଶମୟ ଯାଏଁ ସୁସମ୍ପର୍କ ରଖିଥିବା ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ, N.C.C ବିଭାଗର ପୁରାତନ ଛାତ୍ର ଶ୍ରୀ କମଳ କୁମାର ପଣ୍ଡା(ଛାତ୍ର ସଂସଦର ପୂର୍ବତନ ସାଧାରଣ ସମ୍ପାଦକ )ଯୋଗଦେଇ ସେହି ସଭାରେ ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ବର୍ଗତ ଚିନ୍ତାମଣି ଭାରତୀ ସାର ଓ ସେହି ସମୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ପୁରୁଣା ସ୍ମୃତି କୁ ମନେପକେଇବା ସହିତ ସେହିପରି ଅଧ୍ୟାପକ ଆଜିର ସମୟରେ କଲେଜ ରେ ଅଭାବ ବୋଲି ଉଧବୋଧନ ଦେଇ ନିଜ ଭାବକୁ ଦୁଃଖର ସହ ପରିପ୍ରକାଶ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post