ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ସାର୍ଥକ ଷଡ଼ଙ୍ଗୀ

ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ମିଶ୍ରଙ୍କ ଠାରୁ ଆଜି ଦାୟିତ୍ବ ନେଇଛନ୍ତି ସାର୍ଥକ ଷଡ଼ଙ୍ଗୀ । ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ନେବା ପରେ ବିଭିନ୍ନ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ଡ଼ିଆଇଜିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦକ୍ଷିଣାଞ୍ଚଳର କଳାହାଣ୍ଡି ,ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ନକ୍ସଲ ସକ୍ରିୟ ଅଛନ୍ତି । ତେଣୁ ନକ୍ସଲ ଦମନ ନେଇ ଗୁରୁତ୍ବ ଦିଆଯିବ । ସେହିପରି ଦକ୍ଷିଣାଞ୍ଚଳ ସମସ୍ତ ଏସପିଙ୍କ ସହ ଆଲୋଚନା କରାଯାଇ ଅପରାଧି ଦମନକୁ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ । ବର୍ତ୍ତମାନ ପାର୍ବଣ ଋତୁ ଆସିଥିବା ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ଓ ଟ୍ରାଫିକ ସମସ୍ୟାକୁ ମଧ୍ୟ ଗୁରୁତ୍ବ ଦିଆଯିବ । ସେହିପରି ରାୟଗଡ଼ା, କଳାହାଣ୍ଡି ,ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ କିଛି ହାର୍ଡକୋର ଅପରାଧି ଆକ୍ଟିଭ ଅଛନ୍ତି । ସେମାନଙ୍କୁ ମଧ୍ୟ କିଭଳି କାବୁ କରାଯିବ ସେ ନେଇ ମଧ୍ୟ ପଦକ୍ଷେପ ନିଆଯିବ । ବ୍ରହ୍ମପୁର ଓ ଗଞ୍ଜାମ ସବୁ ସମୟରେ ଅପରାଧିକ ପ୍ରବଣ ହୋଇ ରହିଛି ‌। ନୂତନ ଭାବେ ଯୋଗ ଦେଇଥିବା ଏସପିଙ୍କ ସହ ବୈଠକ କରାଯାଇ ଅପରାଧି ଦମନକୁ ଗୁରୁତ୍ବ ଦିଆଯିବ । ସାଇବର କ୍ରାଇମ ବଢ଼ି ଚାଲିଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ତଥାପି ମଧ୍ୟ ଲୋକେ ସଚେତନ ହେଉନାହାଁନ୍ତି । ତେଣୁ ଏନେଇ ଆଗାମୀ ଦିନରେ ଦୃଢ଼ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ ।

nis-ad
Leave A Reply

Your email address will not be published.