ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଶିବିର ଉଦଯାପିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକର ଶଙ୍କରାଖୋଲ ଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ପୋଷ୍ୟ ଗ୍ରାମ (ଗୁଡ୍ରିଗାଁ )ରେ ଦୀର୍ଘ ୭ ଦିନ ଧରି ଚାଲୁ ରହିଥ‌ିବା ଜାତୀୟ ସେବା ଯୋଜନାର ସ୍ବତନ୍ତ୍ର ଶିବିର ଉଦ‌ଯାପିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସନ୍ତୋଷ କୁମାର ପ୍ରଧାନଙ୍କ ପୌରହିତ୍ୟରେଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଚକାପାଦ ବ୍ଲକର କୃଷି ଅଧିକାରୀ ସମୀର କୁମାର ବେହେରା ଏବଂ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ସ୍ଥାନୀୟ ଡାକଘରର ମୁଖ୍ୟ ବିନୋଦ ଦଳେଇ । ସ୍ବତନ୍ତ୍ର ଶିବିରରେ ଯୋଗଦେଇ ସମାଜ ସେବାରେ ନିଯୋଜିତ କରିଥିବାରୁ ସ୍ୱେଚ୍ଛାସେବୀ ମାନଙ୍କୁ ଧନ୍ୟବାଦ ଦେବା ସହିତ ଭବିଷ୍ୟତରେ ସୁସ୍ଥ ସମାଜ ଗଠନ କରିବାକୁ ଉପଦେଶ ଦେଇଥିଲେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ଛାତ୍ର ଜୀବନରେ ସମାଜ ସେବା ବାବଦରେ ବକ୍ତବ୍ୟ ରଖିଥିଲେ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଦଳେଇ ସମାଜ ଓ ଦେଶ ପାଇଁ ଛାତ୍ରଛାତ୍ରୀ ମାନଙ୍କର ନୈତିକ ଦାଇତ୍ବ ସମ୍ୱନ୍ଧରେ ବକ୍ତବ୍ୟ ରଖିଥିଲେ ସମ୍ମାନିତ ଅତିଥ୍‌ ଅଧ୍ୟାପକ ରାମକୃଷ୍ଣ ମହାନ୍ତି । ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ରହି ଶଙ୍କରାଖୋଲ ଓ ପୋଷ୍ୟଗ୍ରାମ ଗୁଡ୍ରିଗାରେ ସଫେଇ କାର୍ଯ୍ୟ, ବୃକ୍ଷ ରୋପଣ, ନାରୀଶିକ୍ଷା, ବାଲ୍ୟବିବାହ ଓ ଅନ୍ଧବିଶ୍ବାସ ଦୂରୀକରଣ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିଥିଲେ । ପରିଷଦର ସଂଯୋଜକ ଅଧିକାରୀ ବିଶ୍ବ ମୋହନ ଜେନା ଏବଂ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡଃ ନଳିନୀ ପାଣିଗ୍ରାହୀ ଶିବିର ପରିଦର୍ଶନରେ ଆସି ସ୍ୱେଚ୍ଛାସେବୀ ମାନଙ୍କୁ ଉସାହିତ କରିବା ସହିତ ପ୍ରୋଗ୍ରାମ୍ ଅଫିସର ଶ୍ରୀଯୁକ୍ତ ପଣ୍ଡାଙ୍କୁ ସାବାସୀ ଦେଇଥିଲେ । ଅନ୍ୟାନ୍ୟ ଅତିଥ୍ ମାନଙ୍କ ମଧ୍ୟରେ ଥିଲେ ଅଧ୍ୟାପକ ରାମକୃଷ୍ଣ ମହାନ୍ତି, ସଞ୍ଜୟ କୁମାର ନାୟକ, ସନ୍ୟାସୀ ଜେନା, ଏମ. ବାଳକ୍ରୀଷ୍ଣା ଦୋରା, ରିତାଞ୍ଜଳି ସାହୁ, ଅରବିନ୍ଦ ପଟ୍ଟନାୟକ, ଭି. ପି .ନିତାନ୍ତ ପ୍ରଧାନ । ଅତିଥି ମାନଙ୍କ ଦ୍ବାରା ସ୍ବେଚ୍ଛାସେବୀ ମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା । ଅଧ୍ୟାପକ ଶିବରାମ ବେହେରା ଅତିଥୁମାନଙ୍କୁ ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ପଣ୍ଡା ।

nis-ad
Leave A Reply

Your email address will not be published.