ଗଞ୍ଜାମ ଜିଲ୍ଲା ମଦ ମୃତ୍ୟୁ ଘଟଣା :ମନ୍ତ୍ରୀ ସରଜମିନ ତଦନ୍ତ କରି ଯାଇଥିଲେ ବି ପୁଣି ମଦ ମାଫିଆ ସକ୍ରିୟ…..!

ବ୍ରହ୍ମପୁର ରୁ ନକଲି ବିଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ ଜବତ ପରେ ବି ଚେତା ପସିନି ପ୍ରଶାସନ କୁ…!


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର କୋଣ ଅନୁକଣ ରେ ନକଲି ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲା। ବ୍ରହ୍ମପୁରରୁ ନକଲି ଵେଦେଶୀ ମଦ ପ୍ରସ୍ତୁତ ର କେମିକେଲ ରଙ୍ଗ ସ୍ପିରିଟ ଜବତ ହେବା ଓ ପରେ ଏହି ଘଟଣା ସତ୍ୟ ହୋଇଛି। ଏଥିରୁ ସ୍ପଷ୍ଟ ହେଇଛି, ଯେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବି ଏହି ନକଲି ମଦ ପ୍ରସ୍ତୁତ ହେଉଛି। ଗଞ୍ଜାମ ଜିଲ୍ଲାର ଚିକିଟି ମଦ ମୃତ୍ୟୁ ପରେ ବି ଏହି ଚୋରା କାରବାର ଥମିବାର ନାଁ ନେଉ ନାହିଁ। ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ହେଲେ ବି ଅବକାରୀ ବିଭାଗ ଆକ୍ସନ ମୁଡ଼ରେ ଆସୁନାହିଁ। ଜିଲ୍ଲାର ବାବୁ ମାନଙ୍କ ଆଶୀର୍ବାଦ ରେ ମଦ ସମ୍ରାଟ ମାନେ ଏହି କାରବାର ଖୁଲମ ଖୁଲା କରୁଥିବା ଚର୍ଚ୍ଚା ହେଉଛି। ନକଲି ଓ ଅପମିଶ୍ରଣ ଦେଶୀ ବିଦେଶୀ ମଦ ପ୍ରସ୍ତୁତ ହେଉଥିଲେ ବି ଦେଶୀ ମଦରେ ପ୍ରସ୍ତୁତ ହେଉଥିବା ପୋଚ କେବେବି କେମିକାଲ ଟେଷ୍ଟିଙ୍ଗ ହୋଇନାହିଁ। ଯାହା ଫଳରେ ଅପମିଶ୍ରଣ ମଦ ପ୍ରସ୍ତୁତ ଯୋଗୁଁ ଚିକିଟି ରେ ମଦ ମୃତ୍ୟୁ ର ବିଭୀଷିକା ଦେଖିବାକୁ ମିଳିଲା। ଚିକିଟି ମଦ ମୃତ୍ୟୁ ପରେ ବିଭାଗୀୟ ମନ୍ତ୍ରୀ ମହାଶୟ ଆସି ସରଜମିନ ତଦନ୍ତ କରିବାର ବାହାନା କରି ଯାଇଥିଲେ। ତଦନ୍ତ ଓ ତାଗିତ ପରେ ବି ନକଲି ମଦ ପ୍ରସ୍ତୁତ ହେବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଚୋରା କାରବାର ରେ ନେତା ଠାରୁ ବାବୁ ମାନଙ୍କ ସମ୍ପୃକ୍ତି ଥିବା ନେଇ ଜିଲ୍ଲାରେ ଏବେ ଚର୍ଚ୍ଚା ଜୋର ଧରିଛି। ମଦ ମାଫିଆ ମାନେ ପ୍ରଶାସନ ଓ ମନ୍ତ୍ରୀ, ବିଧାୟକ ମାନଙ୍କୁ ନେଇ ଫିକ୍ସଙ୍ଗ କରି ସାରିଲେଣି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଚର୍ଚ୍ଚା ହେଉଛି l ଆସିକା ବିଧାୟକ ଙ୍କ ବାଲି ଗୁତା ଧାରୀ ଠାରୁ ବଟି ମାଗିବା ଘଟଣା ଏବେ ହାଟ ରୁ ଯାଇ ବାଟରେ ଗଡ଼ିଲାଣି ତଥାପି ରାଜ୍ୟ ସରକାର ଙ୍କ ଚେତା ପସିନି l ଗଞ୍ଜାମ ଜିଲ୍ଲା ମଦ, ବାଲି, ଖଣି, ଏବଂ ଜମି ମାଫିଆ ମାନଙ୍କ ଅମରାବତୀ କହିଲେ କିଛି ବି ଭୁଲ ହେବ ନାହିଁ l ଜିଲ୍ଲା ପ୍ରଶାସନ ବର୍ତ୍ତମାନ କୋମାରେ ଏହି ବାବୁ ମାନଙ୍କ କାର୍ଯ୍ୟ ଶୈଳୀ ସାରୁ ପତ୍ର ପରି l ମାଫିଆ ମାନଙ୍କ ଠାରୁ ମାଲ ଖାଇ ଜଣେ ଜଣେ କୁବେର l ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ ଅଛିକି ନାହିଁ ସନ୍ଦେହ l ଗଞ୍ଜାମ ଜିଲ୍ଲା ରେ ପ୍ରତ୍ୟେକ ଢ଼ାବା, ହୋଟେଲ ଏପରିକି ଛୋଟ ଛୋଟ ପାନ ଦୋକାନ ରେ ବି ମିଳୁଛି ମଦ ବୋଲି ଅଭିଯୋଗ ହେଉଛି ଯଦି ଅଭିଯୋଗ କଲେ ମିଳୁଛି ଧମକ l ଏହି ଚୋରା ନକଲି ମଦ ଓ ବାଲି ପାଇଁ ଆଗାମୀ ଦିନରେ କେତେଯେ ମୁଣ୍ଡ ଗଡିବ ଏହି ସମ୍ଭାବନା କୁ ଏଡାଇ ଦେଇ ହେବନାହିଁ l ତେଣୁ ରାଜ୍ୟ ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.