ଚପଲ ଦୋକାନରେ ନିଆଁ ଲାଗି ଜଳିଗଲା ଲକ୍ଷାଧିକ ଟଙ୍କାର ଚପଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଚପଲ ଦୋକାନ ରେ ଥିବା ଗୋଦାମ ରେ ଲାଗିଲା ନିଆଁ । ନିଆଁ ଲାଗି ଲକ୍ଷ ଲକ୍ଷ ଟଙ୍କାର ଚପଲ ଜଳି ପୋଡି ପାଉଁଶ ହେଉଥିବା ବେଳେ ଅଗ୍ନିସମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ ପାଇଁ ପ୍ରୟାସ ଜାରି ରଖିଛି । ତଥ୍ୟ ଅନୁଯାୟୀ ଜିଲ୍ଲା ସଦରରେ ଥିବା ଟେଲିଫୋନ ଭବନ ସମ୍ମୁଖରେ ଥିବା ଅଶୋକ ଫୁଟୱେର ନାମକ ଚପଲ ଦୋକାନ ର ଗୋଦାମରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗୋଦାମ ରେ ଲକ୍ଷ ଲକ୍ଷ ଟଙ୍କାର ଚପଲ ଥିବା ବେଳେ ନିଆଁ ଲାଗିଥିବା ଦେଖି ଦୋକାନୀ ତୁରନ୍ତ ଦମକଳ ବାହିନୀ କୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ର ୩ଟି ଗାଡି ଓ କର୍ମଚାରୀ ନିଆଁ ଲିଭାଇବା ପାଇଁ ପହଞ୍ଚି ପ୍ରୟାସ ଜାରି ରଖିଛନ୍ତି । ତେବେ ଚପଲ ଗୁଡିକରେ ନିଆଁ ଲାଗି ଥିବାରୁ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଛି । ପ୍ରାଥମିକ ସୂଚନା ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ଜଣା ପଡିଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ମିଳି ପାରିବ ।

nis-ad
Leave A Reply

Your email address will not be published.