ବ୍ରହ୍ମପୁରରେ ବେଆଇନ ମଦ ପ୍ରସ୍ତୁତ ୟୁନିଟ ଉପରେ ପୁଲିସର ଚଢ଼ାଉ

ବ୍ରହ୍ମପୁର : ବେଆଇନ ନକଲି ବିଦେଶୀ ମଦ ୟୁନିଟ ଉପରେ ଗୋଶାଣୀନୂଆଗାଁ ପୁଲିସ ଚଢ଼ାଉ କରିଛି।. ବିଭିନ୍ନ ବ୍ରାଣ୍ଡ ର ପ୍ରସ୍ତୁତ ନକଲି ମଦ ଜବତ କରିଛି ଗୋସାଇଁନୂଆଗାଁ ଥାନା ପୋଲିସ।ଏହା ସହିତ ମଦ ପ୍ରସ୍ତୁତ ଉପକରଣ ବି ଜବତ କରିଛି।ଏହି ସଂକ୍ରାନ୍ତ ରେ ତିନି ଜଣ ଅଭିଯୁକ୍ତକୁ ଗିରଫ କରିଛି। ବଡ଼ବଜାର ଥାନା ଅନ୍ତର୍ଗତ ପାଣିଗ୍ରାହୀ ପେଣ୍ଠ ର ଅନୀଲ କୁମାର ସାହୁ, ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁର ଗ୍ରାମର ରାମକୃଷ୍ଣ ନାହାକ ,ଏବଂ ରୋହିଗାଁ ନୂଆଁ ସାହିର ଶିବ ଶଙ୍କର ଜେନା କୁ2ଗିରଫ କରିଛି ପୋଲିସ।ଏନେଇ ଗୋସାଇଁନୂଆଗାଁ ଥାନା ଏବଂ ନିମଖଣ୍ଡି ଥାନାରେ ପୃଥକ ପୃଥକ ମାମଲା ରୁଜୁ ହୋଇଛି।ଅଭିଯୁକ୍ତ ମାନେ ବମୁମ୍ବାଇରୁ ମଦ ପ୍ରସ୍ତୁତ କରିବା ଶିଖିଥିଲେ।ପରେ ବ୍ରହ୍ମପୁର ଶ୍ରୀକ୍ଷେତ୍ର ବିହାରରେଏକ ଭଡା ଘରେ ନକଲି ମଦ ପ୍ରସ୍ତୁତ କାରଖାନା ଚଳାଇ ଥିଲେ।ଗଞ୍ଜାମ ଜିଲ୍ଲା ସମେତ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ଏମାନେ ପ୍ରସ୍ତୁତ ବେଇଆନ ମଦ କାରବାର କରୁଥିବା ବ୍ରହ୍ମପୁର ଅତିରିକ୍ତ ଏସପି ଅସୀମ ପଣ୍ଡା ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନୀଲ ନାମରେ ବ୍ରହ୍ମପୁର ଓ ଆନ୍ଧ୍ର ପ୍ରଦେଶରେ ବିଭିନ୍ନ ଥାନାରେ ମାମଲା ରହିଥିବା ପୁଲିସର ସୂଚନା ଦେଇଛି। ରାମକୃଷ୍ଣଙ୍କ ନାମରେ ବି ବହୁ ମାମଲା ରହିଛି। ଅଭିଯୁକ୍ତ ମାନେ ବେଆଇନ ମଦ ଚାଲାଣ କରିବା ବେଳେ ଓଁ ବିହାରରେ ମାଡି ବସିଲା ପୁଲିସ।


ସେମାନଙ୍କ ଠାରୁ ୧୦୬ ଲିଟର ନକଲି ମଦ,ଗୋଟିଏ ମରୁତି ସୁଜୁକି ବାଲେନ କାର ଦୁଇଟି ମୋବାଇଲ ଏବଂ ବହୁ ନକଲି ମଦ ତିଆରି ସାରଞ୍ଜମ ଓ ନକଲି ଲେବୁଲ ଜବତ କରିଛି।ଅଧିକ ତଦନ୍ତ ଚାଲିଛି ଖୁବଶୀଘ୍ର ଏଥିରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।ଏହି ଅବସରରେ ବ୍ରହ୍ମପୁର ଏସ୍ଡ଼ିପିଓ ଦେବୀ ଶଙ୍କର ପ୍ରତାପ, ସଦର ଏସ୍ଡ଼ିପିଓ ଏସ ଏସ ପରିଡା, ଗୋସାଇଁନୂଆଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.